କେମିତି ଛାଡ଼ିବେ ଡ୍ରଗ୍ସ? ଏନେଇ ବିଶିଷ୍ଟ ସ୍ନାୟୁମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ବର୍ତ୍ତମାନ ସମାଜରେ ନିଶା ଏକ ପ୍ରକାରର ଜଟିଳ ସମସ୍ୟା ଭାବେ ଛିଡ଼ା ହୋଇଛି। ତମାଖୁ, ମଦ୍ୟପାନଠୁ ଆରମ୍ଭ କରି ବ୍ରାଉନସୁଗାର, ହିରୋଇନ୍ ଭଳି ଡ୍ରଗ୍ସ ଖାଇବା ଯୋଗୁଁ ସମାଜରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଶାରୀରିକ, ମାନସିକ ସମସ୍ୟା ସହିତ ପାରିବାରିକ ସମସ୍ୟାର ଏକ ବଡ଼ କାରଣ ପାଲଟିଛି ଡ୍ରଗ୍ସ।

ଡ୍ରଗ୍ସ କ’ଏହାର ପ୍ରକାର (What are drugs and its types in Odia)

ଡ୍ରଗ୍ସ ଏକ ପ୍ରକାର ପଦାର୍ଥ, ଯାହା ସେବନ କରିବା ଦ୍ୱାରା ମଣିଷର ଭାବନାରେ ଏକ ପ୍ରକାର ପରିବର୍ତ୍ତନ ଆସିଥାଏ। ଏହାକୁ ନିଶା ଭାବରେ ବ୍ୟବହାର କରାଯାଇଥାଏ।

କିଛି ଡ୍ରଗ୍ସ ସେବନ ଦ୍ୱାରା ମସ୍ତିଷ୍କ ଅଧିକ ସକ୍ରିୟ ହୋଇଯାଏ। ଯେପରିକି ଚା, କଫି, ନିକୋଟିନ୍‌ ଭଳି ଜିନିଷ ଖାଇବା ଦ୍ୱାରା ମସ୍ତିଷ୍କ ସକ୍ରିୟ ହୋଇପଡ଼େ। ସେହପିରି ନାଇଟ୍ରୋଜେନ୍‌ ଟାବଲେଟ୍‌, ମଦ, ବ୍ରାଉନସୁଗାର ସେବନ ଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଯାଏ।

କେତେ ପ୍ରକାର ନିଶା ଥାଏ, ଯାହା ଖାଇବା ପରେ ଶୂନ୍ୟବାଣୀ ହେଲା ଭଳି ମନେ ହୁଏ।

କେତେଗୁଡ଼ିଏ ଡ୍ରଗ୍ସ ନାକ ବାଟରେ ଶୁଙ୍ଘିକି ନିଆଯାଏ। ଯେପରିକି କେତେକ ଛୋଟ ଛୋଟ ପିଲାଙ୍କୁ ଅଠା, ଚକ୍‌ର ବାସ୍ନା ଭଲ ଲାଗେ ଓ ସେମାନେ ତାକୁ ମଧ୍ୟ ଖାଆନ୍ତି।

Close up photo of kush on glass container

ଡ୍ରଗ୍ସ ଶରୀର ଉପରେ କ’ପ୍ରଭାବ ପକାଏ? (How do drugs affect the body in Odia)

ଯେତେବେଳେ ଜଣେ ବ୍ୟକ୍ତି ନିଶା ନିଏ, ଏହାର ଦୁଇ ପ୍ରକାର ପ୍ରଭାବ ରହିଥାଏ। ଯେପରିକି: ନିଶା ନେବା ପରେ ସାଙ୍ଗେ ସାଙ୍ଗେ ପ୍ରଭାବ ପଡ଼ିଥାଏ।

କିଛି ନିଶା ବହୁତ ଦିନ ଧରି ନେବା ପରେ ଯାଇ ପ୍ରଭାବ ପକାଇଥାଏ।

ଜଣେ ଲୋକ ମଦ ପିଇବା ପରେ, ତା’ର ନିଶା ବଢ଼ିବା ସହିତ ପାଟି ପ୍ରଥମେ ଖନି ମାରିଥାଏ, ଚାଲିବାରେ ଅସୁବିଧା ହୋଇଥାଏ। ମଦ ଅଧିକ ପିଇବା ପରେ ତାj ଆତ୍ମବିଶ୍ୱାସ ବଢ଼ିଯାଏ, ଫଳରେ ଦୁର୍ଘଟଣାର ଶିକାର ହୁଅନ୍ତି।

ଯଦି ଅଧିକ ଦିନ ଧରି ମଦ୍ୟପାନ କରିବେ, ତେବେ ଲିଭର ଫେଲ ମାରେ, କର୍କଟ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସୃଷ୍ଟି ହୁଏ।

ଲୋକେ ଭାବନ୍ତି ଗୁଟ୍‌ଖା, ସଫଲ, ସିଗାରେଟ୍‌ ଖାଇଲେ ଚାପମୁକ୍ତ ହୁଏ ଓ ଆରାମ ଲାଗିଥାଏ। ହେଲେ ଧୀରେ ଧୀରେ ବ୍ୟକ୍ତି ନିଶାଶକ୍ତ ହୋଇଯାଏ। ପରମୁହୂର୍ତ୍ତରେ ଏସବୁ ସେବନ କରି କର୍କଟ, ଫୁସ୍‌ଫୁସ୍‌ କର୍କଟ, ସିଓପିଡି, ଆସ୍ଥମା ଭଳି ସମସ୍ୟା ହୁଏ।

ଗଞ୍ଜେଇ ସେବନ ଦ୍ୱାରା ସ୍କିଜୋଫ୍ରେନିଆ ଭଳି ଲକ୍ଷଣ ଜଣାପଡ଼ିଥାଏ। ଏହା ସେବନ କରିବା ଦ୍ୱାରା ବ୍ୟକ୍ତିଙ୍କ ଭୋକ ବଢ଼ିଯାଏ, ସେ ଲୋକଙ୍କ ଉପରେ ସନ୍ଦେହ କରିଥାଏ। ବହୁତ ଦିନ ଧରି ଗଞ୍ଜେଇ ସେବନ ଦ୍ୱାରା ବ୍ୟକ୍ତିର ମାନସିକତା ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ତାକୁ କିଛି କାର୍ଯ୍ୟ କରିବାରେ ଇଛା ହୁଏ ନାହିଁ, ବୋକା ଭଳି ବସି ରହିବ।

ବ୍ରାଉନ୍‌ସୁଗାର ବା ହିରୋଇନ୍‌ ସେବନ ଦ୍ୱାରା ବ୍ୟକ୍ତିଙ୍କୁ ଖୁସି ଲାଗିଥାଏ। ଯଦି ଶରୀରରେ ଯନ୍ତ୍ରଣା ଅନୁଭୂତ ହୁଏ, ତେବେ କେତେକ ଲୋକ ବ୍ରାଉନ୍‌ସୁଗାର ସେବନ କରିବା ପରେ ସେମାନଙ୍କୁ ଭଲ ଲାଗେ।

headache because of alcohol

ନିଶା ଛାଡ଼ିଲେ କ’ଲକ୍ଷଣ ଦେଖାଦିଏ? (What are the symptoms of drug addiction in Odia)

ଅଧିକାଂଶ ଲୋକ ଭାବନ୍ତି ଯେ, କୌଣସି ପ୍ରକାର ନିଶାକୁ ହଠାତ୍‌ ଛାଡ଼ିବା ଠିକ୍‌ ନୁହେଁ। ଏସବୁ ସମ୍ପୂର୍ଣ୍ଣ ଭୁଲ। ଜଣେ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶରେ ମେଡିକାଲରେ ରହି ସହଜରେ ନିଶା ଛାଡ଼ିପାରିବେ।

ଆପଣ କେଉଁ ପ୍ରକାର ନିଶା ଛାଡ଼ୁଛନ୍ତି, ସେହି ଅନୁସାରେ ତା’ର ଲକ୍ଷଣ ବି ଭିନ୍ନ ଭିନ୍ନ।

ନିଶା ଛାଡ଼ିବା ପରେ ବ୍ୟକ୍ତିଙ୍କର ହାତ ଥରିବା ଭଳି ଲାଗିବ, ଆଖିକୁ ଜାଲଜୁଲିଆ ଦେଖାଯିବ, ମନରେ ଦ୍ୱନ୍ଦ୍ୱ ଆସିବ। ଯଦି ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କରି ସଠିକ୍‌ ଚିକିତ୍ସା କରିବେ, ତେବେ ଧୀରେ ଧୀରେ ଏହା ଭଲ ହୋଇଯିବ।

ବ୍ରାଉନ୍‌ସୁଗାର ଛାଡ଼ିଲେ ବ୍ୟକ୍ତିଙ୍କ ଆଖିରୁ ପାଣି ବାହାରେ, ନାକରୁ ପାଣି ବାହାରେ, ଦେହ ହାତ ବିନ୍ଧିବ, ପେଟ କାଟିବ, ବାତ ମାରିପାରେ, ଅତ୍ୟଧିକ ଝାଡ଼ା ହେବ, ଅତ୍ୟଧିକ ଶରୀର ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଦିଏ।

ସେହିପରି ସିଗାରେଟ୍‌ ଛାଡ଼ିଲେ ବ୍ୟକ୍ତିଙ୍କୁ ଚିଡ୍‌ଚିଡ଼ା ଲାଗେ, ଅସହଜ ମନେ କରିବେ, କୌଣସି କାର୍ଯ୍ୟରେ ମନ ଲାଗିନଥାଏ ଭଳି ଲକ୍ଷଣ ଦେଖାଦିଏ।

ନିଶା ଛାଡ଼ିବା ପାଇଁ କ’ରହିଛି ଔଷଧ? (Is there a cure for addiction in Odia)

ବର୍ତ୍ତମାନ ସମୟରେ ନିଶା ଛାଡ଼ିବା ପାଇଁ ବିଭିନ୍ନ ଔଷଧ ମିଳୁଛି। ଯେପରିକି କିଛି ମେଡିସିନ୍‌ ଖାଇବା ଦ୍ୱାରା ବ୍ୟକ୍ତି ମଦ ପିଇଲେ ବାନ୍ତି ହୋଇଥାଏ। ଫଳରେ ବ୍ୟକ୍ତି ମଦ ପିଇବା ବନ୍ଦ କରିଥାଏ।

ନିକୋଟିନ୍‌ ଥେରାପି ଦ୍ୱାରା ଜଣେ ବ୍ୟକ୍ତି ତମାଖୁ ଏଂ ସିଗାରେଟ୍‌ ସେବନ କରିବା ଛାଡ଼ିପାରିବ।

ଡ୍ରଗ୍ସଠାରୁ ନିଜକୁ ଦୂରେଇ ରଖନ୍ତୁ (Keep yourself away from drugs in Odia)

ମାନସିକ ଚାପ ବା ଷ୍ଟ୍ରେସ୍‌ ହେଲେ, ନିଦ ନ ହେଲେ, ରିଲାକ୍ସ ହେବା ପାଇଁ ନିଶା ସେବନ କରିଥା’ନ୍ତି। ଏବସୁ ଜିନିଷରୁ ନିଜକୁ ଦୂରେଇ ରଖିବାକୁ ହେଲେ ପ୍ରତିଦିନ ବ୍ୟାୟାମ କରନ୍ତୁ, ଜିମ୍‌ ଯାଇ ଏରୋବିକ୍‌ କିମ୍ବା ଯୁମ୍ବା କରିପାରିବେ। ଏହାଛଡ଼ା ପରିବାର ସହ ସମୟ ବିତାନ୍ତୁ। କୌଣସି ସମସ୍ୟା ହେଲେ ସାଙ୍ଗସାଥୀ କିମ୍ବା ପରିବାର ଲୋକଙ୍କ ସହ ସେୟାର କରନ୍ତୁ।

(ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ’ ସହିତ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Drug de-addiction, in Odia language, is based on an extensive interview with Neuropsychiatrist Dr Suvendu Narayan Mishra.