ଶୀତଦିନେ ଗୋଡ଼ ଫଟା ଓ ରୁପି ସମସ୍ୟାକୁ କେମିତି କରିବେ ଦୂର। ଏହାର ଘରୋଇ ଉପଚାର ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲଠାରୁ ଆସନ୍ତୁ ଜାଣିବା।

ସାଧାରଣତଃ ଶୀତ ଦିନେ ଶୁଷ୍କ ଜଳବାୟୁ ଯୋଗୁଁ ତ୍ଵଚାରେ ପାଣି ଓ ତେଲ ଅଂଶ କମିଯାଏ। ତେଣୁ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ଶୀତଦିନେ ଏକ୍‌ଜିମା, ସୋରିଆସିସ୍, ବିଭିନ୍ନ ଫଙ୍ଗଲ ଇନଫେକ୍ସନ, ଗୋଡ଼ ଫାଟିବା, କେଶରେ ରୁପି ସମସ୍ୟା ଭଳି ଅନେକ ସମସ୍ୟାକୁ ନେଇ ଲୋକ ଚିନ୍ତିତ ଥା’ନ୍ତି।

ଥଣ୍ଡା ଦିନ ଆରମ୍ଭରୁ ଅଧିକାଂଶ ଲୋକଙ୍କର କେଶ ଅଧିକ ଝଡ଼ିଥାଏ।

ଶୀତ ଦିନରେ ଫଙ୍ଗଲ୍ ଇନଫେକ୍ସନ୍ କାହିଁକି ହୁଏ? (Why do fungal infections occur in winter in Odia)

ଗରମ ଜଳବାୟୁ ଯୋଗୁଁ ଓଡ଼ିଶାର ଲୋକଙ୍କଠାରେ ପଙ୍ଗଲ ଇନ୍‌ଫେକ୍ସନ୍‌ ଅଧିକ ଦେଖାଦିଏ। ଯାହାକି ଶୀତଦିନେ କମିଯାଏ। କିନ୍ତୁ, ନଖରେ ସଂକ୍ରମଣ, ଚର୍ମରେ ଫୁଲ ଛଉ, ଯାଦୁ ଭଳି ପଙ୍ଗାଲ ଇନ୍‌ଫେକ୍ସନ୍‌ ଶୀତଦିନେ ଦେଖାଦିଏ। ଅଧିକ ଝାଳ ବାହାରିଲେ ଜଙ୍ଘ ସ୍ଥାନରେ କିମ୍ବା ପେଟରେ ଫଙ୍ଗଲ ଇନ୍‌ଫେକ୍ସନ୍‌ ହୋଇପାରେ। ଏହାଛଡ଼ା ବର୍ଷାରେ ଓଦା ହୋଇଯିବା ପରେ ସେହି ପୋଷାକରେ ବେଶୀ ସମୟ ରହିଗଲେ ସଂକ୍ରମଣ ହୋଇଥାଏ।

ଫଙ୍ଗଲ୍ ଇନଫେକ୍ସନରୁ କେମିତି ପାଇବେ ମୁକ୍ତି? (How to get rid of fungal infections in Odia)

ଫଙ୍ଗଲ୍ ଇନଫେକ୍ସନ ହେଲେ ତୁରନ୍ତ ଚର୍ମ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହାସହ ଯେଉଁମାନଙ୍କର ଫୁଲ ଛଉ ସମସ୍ୟା ରହିଛି, ସେମାନେ ପରିଷ୍କାର ପରିଚ୍ଛନତା ଉପରେ ବେଶି ଗୁରୁତ୍ଵ ଦେବା ଜରୁରୀ। ସେମାନେ ସେମାନଙ୍କ ଲୁଗାପଟାକୁ ପ୍ରତିଦିନ ଧୋଇବା ଦରକାର, ଭଲ କରି ଗାଧୋଇବା, ବାହାରୁ ଆସିଲେ ପରିଷ୍କାର ଲୁଗାପଟା ପିନ୍ଧିବା ଦରକାର। ଅଧିକ ପାଣିରେ କାମ କରୁଥିବା ଲୋକଙ୍କର ନଖରେ ସଂକ୍ରମଣ ହୋଇଥାଏ।

ଶୀତ ଦିନେ ପାଦ ଫାଟିବା ସମସ୍ୟାର ଚିକିତ୍ସା (Treatment of cracked heel in winter in Odia)

ଶୀତ ଦିନେ କେତେକ ଲୋକଙ୍କର ପାଦ ଫାଟି ଦରଜ ହୋଇଯାଏ। ପାଦରେ ଏକ୍‌ଜିମା ହେଲେ, ସୋରିଆସିସ୍‌, ପାଦରେ ଶୁଷ୍କତା ଏବଂ ବଂଶଗତ କାରଣ ଯୋଗୁଁ ପାଦ ଫାଟିଥାଏ। ଏହାଛଡ଼ା ଧୂଳିମାଟି, ଗାଈଗୋରୁ, ଚାଷ ଆଦି କାମ ଯେଉଁମାନେ କରନ୍ତି, ସେମାନଙ୍କର ପାଦ ଫାଟିଥାଏ।

ପ୍ରଥମେ କେଉଁ କାରଣରୁ ପାଦ ଫାଟୁଛି, ତାହା ଜାଣିବା ଦରକାର। ତାହାପରେ ଏହାର ଚିକିତ୍ସା କରାଯାଏ।

କେତେକ ଲୋକ ଗୋଇଠିରେ ବ୍ରଶ୍‌ କିମ୍ବା ପ୍ୟୁମିକ୍‌ ଷ୍ଟୋନ୍‌ ଘଷନ୍ତି। ହେଲେ ଏହାଦ୍ଵାରା ଗୋଇଠି ଅଧିକ ଶୁଷ୍କ ହୋଇଯାଏ। ତେଣୁ, ସକାଳୁ ଗାଧୋଇବା ପରେ ଓ ରାତିରେ ଶୋଇବା ପୂର୍ବରୁ ପାଦକୁ ନଖ ଉଷୁମ ପାଣିରେ ୫ ମିନିଟ୍‌ ବୁଡ଼ାଇ ରଖନ୍ତୁ। ଏହାପରେ ପାଦକୁ ପୋଛି ୟୁରିଆଯୁକ୍ତ ମଇଶ୍ଚରାଇଜର ଲଗାନ୍ତୁ। ପାଦରେ ୪ରୁ ୫ ଥର ମଇଶ୍ଚରାଇଜର ଲଗାଇବା ଜରୁରୀ।

ଶୀତ ଦିନେ ରୁପି ସମସ୍ୟାରୁ କେମିତି ପାଇବେ ମୁକ୍ତି? (How to get rid of dandruff in winter in Odia)

କେଶରେ ରୁପି ହେବାର ବିଭିନ୍ନ କାରଣ ରହିଛି। ତେଣୁ, କେଉଁ କାରଣ ଯୋଗୁଁ ରୁପି ହେଉଛି, ତାହା ଜାଣି ଏହାର ଚିକିତ୍ସା କରିବା ଜରୁରୀ। ଯେଉଁମାନଙ୍କର ରୁପି ଅଧିକ ଅଛି, ସେମାନଙ୍କୁ କେଶରେ ତେଲ ନ ଲଗାଇବା ପାଇଁ ପରାମର୍ଶ ଦିଆଯାଏ।

ଯେଉଁମାନଙ୍କର ରୁପି ଅଳ୍ପ ଅଳ୍ପ ହେଉଛି ଓ ସେମାନେ ଡାକ୍ତରଙ୍କ ପାଖକୁ ଯାଇପାରୁ ନାହାନ୍ତି, ତେବେ ସେମାନେ କେଶକୁ ନଖ ଉଷୁମ ପାଣିରେ ପ୍ରତିଦିନ ଧୋଇବା ଜରୁରୀ। ଏହାସହ ଡାକ୍ତରଙ୍କୁ ପରାମର୍ଶ କରି ରୁପି ପାଇଁ ସାମ୍ପୋ ବ୍ୟବହାର କରିପାରିବେ।

ଡାକ୍ତରଙ୍କ ପରାମର୍ଶ

ଶୀତ ଦିନେ ନିଜ ଚର୍ମର ଯତ୍ନ ଅଧିକ ନେବା ଜରୁରୀ। ଏହାସହ ଦେହରେ ସାବୁନ୍‌ ଲଗାନ୍ତୁ ନାହିଁ।

(ସ୍ୱାସ୍ଥ୍ୟ  ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର କିଶନ ଅଗରୱାଲଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on  Winter Skin Disease, in Odia language, is based on an extensive interview with Dermatologist and Cosmetic Surgeon Dr Kishan Agarwal.