ଶରୀରକୁ ଶକ୍ତି ଯୋଗାଇବା ପାଇଁ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ କ୍ୟାଲୋରିର ଆବଶ୍ୟକତା ରହିଛି। ଏହି କ୍ୟାଲୋରି ଆମକୁ ଖାଦ୍ୟରୁ ମିଳିଥାଏ। ହେଲେ କ୍ୟାଲୋରି କମ୍‌ ବେଶି ହେଲେ ବ୍ୟକ୍ତି ମୋଟା କିମ୍ବା ପତଳା ହୁଅନ୍ତି।

୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ଦିନକୁ ୨୦୦୦ କ୍ୟାଲୋରି ଦରକାର। ସେହିପରି ୧୮ ବର୍ଷରୁ ଉର୍ଦ୍ଧ୍ଵ ପୁରୁଷଙ୍କୁ ୨୫୦୦ କ୍ୟାଲୋରି ଦରକାର ହୋଇଥାଏ।

ଜଣେ ପୁରୁଷ ଯଦି ସାଧାରଣ କାର୍ଯ୍ୟ କରୁଛନ୍ତି ତେବେ ତାଙ୍କ ଶରୀରକୁ ୩ହଜାର କ୍ୟାଲୋରି ଦରକାର ହୋଇଥାଏ। କିନ୍ତୁ ଅଧିକ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ୩,୮୦୦ରୁ ୪ ହଜାର କ୍ୟାଲୋରି ଦରକାର ହୋଇଥାଏ।

ସେହିପରି ଯେଉଁ ମହିଳା ୬ରୁ ୮ ଘଣ୍ଟା ଶାରୀରିକ ପରିଶ୍ରମ କରୁଛନ୍ତି ସେମାନଙ୍କୁ ୩୦୦୦ ହଜାର କ୍ୟାଲୋରି ଦରକାର। ସେହିପରି ଗର୍ଭବତୀ ମହିଳାମାନେ ସେମାନଙ୍କ ଉପଯୁକ୍ତ କ୍ୟାଲୋରିରୁ ୩୦୦ ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ଦରକାର।

୧ରୁ ୩ ବର୍ଷର ପିଲାଙ୍କୁ ୧୨୦୦ କ୍ୟାଲୋରି, ୪ରୁ ୬ ବର୍ଷ ପିଲାଙ୍କୁ ୧୬୦୦ରୁ ୧୭୦୦ କ୍ୟାଲୋରି, ୭ରୁ ୯ ବର୍ଷର ପିଲାଙ୍କୁ ୨୦୦୦ କ୍ୟାଲୋରି ଓ ୧୦ରୁ ୧୨ ବର୍ଷର ପିଲାଙ୍କୁ ୨୨୦୦ କ୍ୟାଲୋରି ଆବଶ୍ୟକତା ହୋଇଥାଏ।

ସେହିପରି ୧୩ରୁ ୧୫ ବର୍ଷର ପୁଅଙ୍କୁ ଦିନକୁ ୨୫୦୦ କ୍ୟାଲୋରି ଓ ୧୩ରୁ ୧୫ ବର୍ଷର ଝିଅକୁ ୨୦୦୦ କ୍ୟାଲୋରି ଦରକାର। ୧୬ରୁ ୧୮ ବର୍ଷ ପୁଅକୁ ୨୬୦୦ କ୍ୟାଲୋରି, ୧୬ରୁ ୧୮ ବର୍ଷର ଝିଅଙ୍କୁ ୨୨୦୦ କ୍ୟାଲୋରି ଦରକାର ହୋଇଥାଏ।