ପ୍ରାୟ ଲୋକଙ୍କର କିଛି ନା କିଛି ଖରାପ ଅଭ୍ୟାସ ରହିଛି। ହେଲେ ଆପଣ ଜାଣିଛନ୍ତି କି ଏହି ବଦଭ୍ୟାସ ସ୍ୱାସ୍ଥ୍ୟ ସମସ୍ୟା ଉପରେ କିପରି ପ୍ରଭାବ ପକାଇଥାଏ।

bad habit

ଅଙ୍ଗୁଳି ଫୁଟାଇବା

ଆଙ୍ଗୁଠି ଫୁଟାଇବା ପ୍ରାୟ ଲୋକଙ୍କର ଅଭ୍ୟାସ। କିଛି ଲୋକ ଦିନକୁ ୭ରୁ ୯ ଥର ଆଙ୍ଗୁଠି ଫୁଟାଇଥା’ନ୍ତି। ହେଲେ ଏହି ଅଭ୍ୟାସ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ।

ସିନୋଭିଆଲ୍ ଫ୍ଲୁଇଡ୍ ନାମକ ଏକ ପଦାର୍ଥ ଆପଣଙ୍କ ଗଣ୍ଠିକୁ ସହଜରେ ଚଳପ୍ରଚଳ କରାଇଥାଏ। ଫଳରେ ଆପଣଙ୍କ ଗଣ୍ଠି ସବୁ କାର୍ଯ୍ୟକୁ ସହଜରେ କରିଥାଏ। ଯେତେବେଳେ ଆପଣ ଆଙ୍ଗୁଠି ଫୁଟାନ୍ତି, ସେହି ତରଳ ପଦାର୍ଥରେ କ୍ଷୁଦ୍ର ପାଣିବୁନ୍ଦାଗୁଡ଼ିକ “ଫାଟିଯାଏ” ଓ ଏଥିରୁ ଶବ୍ଧ ଆସିଥାଏ। ଯଦି ତୁମେ ସବୁବେଳେ ଆଙ୍ଗୁଠି ଫୁଟାଇବ, ତୁମର ହାତ ଫୁଲିଯିବା ଏବଂ ସମୟ ସହିତ ଦୁର୍ବଳ ହେବାର ସମ୍ଭାବନା ଅଧିକ।

nail biting

ନଖ କାମୁଡ଼ିବା ଅଭ୍ୟାସ

ସୁସ୍ଥ ଶରୀର ପାଇଁ ସୁସ୍ଥ ହାତ ନିହାତି ଆବଶ୍ୟକ। କାରଣ ହାତ ଦ୍ଵାରା ଆମେ ପାଟି, ନାକ, ଆଖିରେ ହାତ ମାରିଥାଉ। ହାତ ବାଟରେ ହିଁ ଆମେ ଖାଦ୍ୟ ସେବନ କରିଥାଉ, ଯଦି ହାତ ସଫା ନ ରହେ, ତେବେ ହାତ ବାଟେ ଅନେକ ଜୀବାଣୁ ଆମ ଶରୀରକୁ ପ୍ରବେଶ କରିଥାଏ।

ଆପଣ ଦେଖିଥିବେ କିଛି ଲୋକ ନଖକୁ ପାଟିରେ ଛିଣ୍ଡାଇଥା’ନ୍ତି, କେବଳ ହାତ ନଖ ନୁହେଁ ଗୋଡ଼ ନଖକୁ କାମୁଡ଼ନ୍ତି। ହେଲେ ଏହା ସବୁଠାରୁ ଖରାପ ଅଭ୍ୟାସ। ଏହା ଆପଣଙ୍କ ଦାନ୍ତକୁ ନଷ୍ଟ କରିବା ସହିତ ଆପଣଙ୍କ ନଖ ଚାରିପାଖରେ ଥିବା ଚର୍ମକୁ ନଷ୍ଟ କରିଥାଏ, ଯାହା ସଂକ୍ରମଣର କାରଣ ହୋଇପାରେ।

ହାତ ବହୁତଗୁଡ଼ିଏ କାର୍ଯ୍ୟରେ ବ୍ୟବହାର ହୋଇଥାଏ। ଫଳରେ ହାତର ନଖରେ ସମସ୍ତ ଜୀବାଣୁ ଲାଗି ରହେ। ଯେତେବେଳେ ଆମେ ସେହି ନଖକୁ କାମୁଡ଼ିଥାଉ, ନଖରେ ଲାଗିଥିବା ସମସ୍ତ ଜୀବାଣୁ ପାଟି ବାଟ ଦେଇ ଶରୀରରେ ପ୍ରବେଶ କରେ ଫଳରେ ଥଣ୍ଡା ଜ୍ଵର ଭଳି ସମସ୍ୟା ହୋଇଥାଏ।

mobile

ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର

ଫୋନ୍, କମ୍ପ୍ୟୁଟର ଏବଂ ଟିଭି ପରି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍‌ରୁ ବାହାରୁ ଥିବା “ନୀଳ ଆଲୋକ” ଆପଣଙ୍କ ନିଦକୁ ଖରାପ କରିପାରେ। କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ରାତିରେ କୌଣସି ପ୍ରକାରର ଆଲୋକ କର୍କଟ (ବିଶେଷକରି ସ୍ତନ ଏବଂ ପ୍ରୋଷ୍ଟେଟ୍), ମଧୁମେହ, ମୋଟାପଣ ଏବଂ ହୃଦରୋଗର କାରଣ ହୋଇପାରେ।

ଶୋଇବା ପୂର୍ବରୁ ଫୋନ୍‌ ବା ଟିଭି ଦେଖିଲେ ଆପଣଙ୍କୁ ଠିକ୍‌ ଭାବରେ ନିଦ ହୁଏ ନାହିଁ।

ଶୋଇବା ପୂର୍ବରୁ ନିଜକୁ ଶାନ୍ତ କର। ଭଲ ନିଦ ପାଇଁ ଆପଣଙ୍କ ଶୋଇବା ଘରକୁ ଅନ୍ଧାର ଏବଂ ଶାନ୍ତ ରଖନ୍ତୁ। ଶୋଇବାର ୧ ଘଣ୍ଟା ପୂର୍ବରୁ ମୋବାଇଲ ବ୍ୟବହାର କରନ୍ତୁ ନାହିଁ।

cross leg sitting

ଅଧିକ ସମୟ ବସି ରହିବା

ପ୍ରାୟ କର୍ମଜୀବୀ ଲୋକ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି ରହିଥା’ନ୍ତି। ଏହା ଆପଣଙ୍କ ମେଟାବଲିଜିମ୍‌କୁ ମନ୍ଥର କରିଥାଏ ଫଳରେ ଓଜନ ବଢ଼ିବାର ଆଶଙ୍କା ଥାଏ। ଏହା ହୃଦରୋଗ ଓ ଅନ୍ୟାନ୍ୟ ହୃଦୟ ସମସ୍ୟା ସହ ଜଡ଼ିତ।

ଏହି ସମସ୍ୟାର ସମାଧାନ ପାଇଁ ପ୍ରତି ୩୦ ମିନିଟ୍‌ରେ ଥରେ ନିଜ ଚେୟାରରୁ ଉଠନ୍ତୁ ଓ ୧୦ ମିନିଟ୍‌ ପାଇଁ ଚାଲନ୍ତୁ।

Alcohol

ଅଧିକ ମଦ୍ୟପାନ

ବିଶେଷଜ୍ଞଙ୍କ ମତରେ ଯେଉଁ ପୁରୁଷ ସପ୍ତାହକୁ ୧୪ ଥରରୁ ଅଧିକ ଓ ମହିଳା ୭ ଥରରୁ ଅଧିକ ମଦ୍ୟପାନ କରିଥା’ନ୍ତି, ସେମାନଙ୍କଠାରେ କିଡ୍‌ନି ସମସ୍ୟା, ଯକୃତ ସମସ୍ୟା, ବଦ୍‌ହଜମି, ହୃଦୟ ସମସ୍ୟା, ହାଡ଼ ନଷ୍ଟ ଓ କର୍କଟ ରୋଗ ହେବାର ଆଶଙ୍କା ଥାଏ।

eating while watching tv

ଅତ୍ୟଧିକ ଖାଇବା

କିଛି ଲୋକଙ୍କୁ ଖାଇବା ଭଲ ଲାଗିବାରୁ ସେମାନେ ଅତ୍ୟଧିକ ଖାଇଥା’ନ୍ତି। କିନ୍ତୁ ଏହା ଓଜନ ବୃଦ୍ଧି ଓ ବଦ୍‌ହଜମିର କାରଣ ହୋଇଥାଏ। ଖାଦ୍ୟ ଅସ୍ୱାସ୍ଥ୍ୟକର ହେଉ ବା ସ୍ଵାସ୍ଥ୍ୟକର ଖାଦ୍ୟକୁ ଅଳ୍ପ ଅଳ୍ପ କରି ଅଧିକ ଥର ଖାଇବା ଭଲ। ଏକାଥରକେ ଅତ୍ୟଧିକ ଖାଇଲେ ଏହା ଆପଣଙ୍କ ପେଟ ପାଇଁ ବିଲ୍‌କୁଲ ଭଲ ନୁହେଁ।

ଜଲଦି ଜଲଦି ଖାଇବା

କୁହାଯାଏ ଖାଇବାକୁ ଚୋବାଇ ଚୋବାଇ ଆସ୍ତେ ଆସ୍ତେ ଖାଇବା ଉଚିତ୍‌ ଫଳରେ ଖାଦ୍ୟ ହଜମ ହୋଇଥାଏ ଓ ପେଟ ପୂରିଥାଏ। କିନ୍ତୁ, କିଛି ଲୋକ କାର୍ଯ୍ୟ ବ୍ୟସ୍ତତା ଓ ଅଭ୍ୟାସ ଯୋଗୁଁ ଜଲଦି ଜଲଦି ଖାଇଥା’ନ୍ତି। ଏହାଦ୍ୱାରା ଖାଦ୍ୟ ଠିକ୍‌ ଭାବରେ ଚୋବାଇ ନଥା’ନ୍ତି। ଫଳରେ ବଦହଜମି ହେବା ସହ ଶରୀରକୁ ପୋଷଣ ମିଳି ନଥାଏ। ଖାଦ୍ୟକୁ ସବୁବେଳେ ଅଳ୍ପ ଅଳ୍ପ କରି ଚୋବାଇ ଚୋବାଇ ଖାଆନ୍ତୁ।

eating quickly

ଜଙ୍କଫୁଡ୍‌ ଖାଇବା

ଜଙ୍କଫୁଡ୍‌ ବା ଫାଷ୍ଟ ଫୁଡ୍‌ ଖାଇବାକୁ ଯେତିକି ଟେଷ୍ଟି ସେତିକି ଅସ୍ୱାସ୍ଥ୍ୟକର। ପ୍ରାୟ ଲୋକ ଏହା ଖାଇବାକୁ ପସନ୍ଦ କରନ୍ତି।

ପିଜା, ପେଷ୍ଟ୍ରି, ସୋଡ଼ା, ଚାଓମିନ୍‌ରେ ପ୍ରଚୁର ପରିମାଣର କ୍ୟାଲୋରୀ, ଲୁଣ ଓ ଚିନି ଥାଏ। ସେହି ଚିନି ଆପଣଙ୍କ ରକ୍ତରେ ଶୀଘ୍ର ପ୍ରବେଶ କରିଥାଏ। ଏହା ମେଦବହୁଳତା, ମଧୁମେହ ଓ ହୃଦରୋଗ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଜଡ଼ିତ।

ଏକାକୀ ସମୟ ବିତାଇବା

କିଛି ଲୋକ ସାଙ୍ଗସାଥୀମାନଙ୍କ ସହ ନ ବୁଲିବା, କମ୍‌ ଗପିବା ଓ ଏକା ରହିବାକୁ ପସନ୍ଦ କରିଥା’ନ୍ତି। ହେଲେ ଏହା ମାନସିକ ଚାପ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ମସ୍ତିଷ୍କ ସମସ୍ୟା ହେବାର ଆଶଙ୍କା ଥାଏ।

ଯଦି ଏକାକୀ ଅନୁଭବ କରୁଛନ୍ତି ସାଙ୍ଗ ସାଥୀ, ପରିବାର ସହ ସମୟ ବିତାନ୍ତୁ। ଏହାସହ ଖେଳାଖେଳି କରିପାରିବେ।