କେମିତି ନେବେ ବୟସ୍କ ବ୍ୟକ୍ତିଙ୍କ ଆଖିର ଯତ୍ନ? ସେମାନଙ୍କଠାରେ ଦେଖାଉଥିବା ଆଖି ସମସ୍ୟାର ନିରାକରଣ ବିଷୟରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ବୟସ୍କ ବ୍ୟକ୍ତିଙ୍କଠାରେ ଚକ୍ଷୁ ସମସ୍ୟା ଦେଖାଯିବା ଏକ ସାଧାରଣ କଥା। ହେଲେ ଏହାର ଚିକିତ୍ସା ହୋଇପାରିବ। ତେଣୁ ଆଖିରେ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନଙ୍କ ଆଖିକୁ ସମ୍ପୂର୍ଣ୍ଣ ଭାବେ ଦେଖାନ  ଗଲେ  ସେମାନେ ଡାକ୍ତରଙ୍କ ପାଖକୁ ଯାଇଥା’ନ୍ତି। କିନ୍ତୁ ଏଭଳି କରିବା ସମ୍ପୂର୍ଣ୍ଣ ଭୁଲ। ପ୍ରତି ୬ମାସରେ ଥରେ ଥରେ ଆଖି ପରୀକ୍ଷା କରାଇନେବା ଜରୁରୀ।

ସାଧାରଣତଃ ୫୦ ବର୍ଷ ପରେ ମୋତିଆବିନ୍ଦୁ ବା କାଟ୍ରାକ୍ଟ ଭଳି ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ସଚେତନତା ଆବଶ୍ୟକ। ସେହିପରି ବୟସ୍କଙ୍କ ପରିବାର ଲୋକେ ଅଧିକ ଯତ୍ନବାନ ହେବା ଆବଶ୍ୟକ।

ବୟସ୍କଙ୍କଠାରେ ଚକ୍ଷୁ ସମସ୍ୟାର ଲକ୍ଷଣ? (Symptoms of eye problems in Elder in Odia)

ମେଘୁଆ, ଝାପ୍‌ସା, କୁହୁଡ଼ି ପରି କିମ୍ବା ଏକ ପରଳ ପଡ଼ିବା ପରି ଅନୁଭବ ହୋଇଥାଏ।

ରାତିରେ ଡ୍ରାଇଭିଂ କଲା ବେଳେ ଅସୁବିଧା ହୁଏ।

ସଚେତନତା ଆବଶ୍ୟକ

ଯଦି ବୟସ୍କ ଲୋକମାନଙ୍କର ଆଖିରେ ଯନ୍ତ୍ରଣା ହେଉଛି ବା ଆଖିକୁ କିଛି ଦେଖାଯାଉନି ବା ପାଣି ବାହାରୁଛି, ତେବେ ସେମାନଙ୍କୁ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ନେବା ଦରକାର। ଯଦି କୌଣସି ସମସ୍ୟା ଥିବ, ତା’ ହେଲେ ଏହାର ଚିକିତ୍ସା କରାଯାଇ ପାରିବ।

ବୟସ୍କ ଲୋକଙ୍କର ଆଖି ସମସ୍ୟା ଦେଖି ଭିନ୍ନ ଭିନ୍ନ ପଦ୍ଧତିରେ ଚିକିତ୍ସା କରାଯାଇପାରିବ। ଯଦି ଚିକିତ୍ସା ସଠିକ୍‌ ସମୟରେ ନ ହୁଏ, ତେବେ ସେମାନଙ୍କ ଦୃଷ୍ଟିଶକ୍ତି କମିବାର ଆଶଙ୍କା ଥାଏ।

ଯଦି ଜଣେ ବ୍ୟକ୍ତିଙ୍କର ଡାଏବେଟିସ୍‌ ଭଳି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ, ତେବେ ସେମାନେ ପ୍ରତି ୬ ମାସ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ଚଷମା ବଦଳାଇବା ଜରୁରୀ।

ଚକ୍ଷୁ ଶୁଷ୍କତା ରୋଗ କ’ଣ (What is eye dryness in Odia)

ପଦୂଷିତ ପରିବେଶ, ମୋବାଇଲ ବା କମ୍ପ୍ୟୁଟରର ଅତ୍ୟଧିକ ବ୍ୟବହାର ଓ ସବୁବେଳେ ଏସିରେ ରହିବା ହେତୁ ଆଖି ଶୁଷ୍କତା ହୋଇଯାଏ। ବିଭିନ୍ନ ଇଲେକ୍ଟ୍ରୋନିକ ଜିନିଷରୁ ବାହାରୁଥିବା ନୀଳ ରଙ୍ଗର ଆଲୋକ ଯୋଗୁଁ ଆଖିରେ ଶୁଷ୍କତା ଦେଖାଯାଏ।

ଆଖି ଶୁଖିଲା ଭଳି ଲାଗିବା, ଆଖିରୁ ପାଣି ବାହାରେ ନାହିଁ କିନ୍ତୁ ଆଖିରେ ପାଣି ଜକେଇ ହୋଇ ରହିବା ହେଉଛି ଆଖି ଶୁଷ୍କତାର ପ୍ରମୁଖ ଲକ୍ଷଣ।

ଚକ୍ଷୁ ସମସ୍ୟା ପାଇଁ ଖାଦ୍ୟରେ ବିଶେଷ ଧ୍ୟାନ

ଆଖିକୁ ସୁସ୍ଥ ରଖିବା ପାଇଁ ସବୁଜ ପନିପରିବା ପ୍ରଚୁର ପରିମାଣରେ ଖାଇବା ଜରୁରୀ। ଏହାଛଡ଼ା ଡାକ୍ତରଙ୍କୁ ପରାମର୍ଶ କରି ଆଣ୍ଟି ଅକ୍ସିଡାଣ୍ଟ ଖାଇପାରିବେ। ଏହାସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଖି ଡ୍ରପ୍‌ ପକାଇବା ଜରୁରୀ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Eye Care for the elderly based on the interview with Dr. Surjya Kiran Patnaik, ophthalmologist.