କାର୍ଯ୍ୟସ୍ଥଳୀରେ କର୍ମଜୀବୀମାନଙ୍କର ମୁଣ୍ଡ ବିନ୍ଧିବା ଏକ ସାଧାରଣ କଥା। କିନ୍ତୁ, ଏହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ।

headache at office

ଅଫିସରେ କାମ କରିବା ବେଳେ ପ୍ରାୟ କର୍ମଜୀବୀଙ୍କର ଅଧିକାଂଶ ସମୟରେ ମୁଣ୍ଡ ବିନ୍ଧାର ଶିକାର ହୋଇଥା’ନ୍ତି। ଆଜିକାଲି ଏହା ଏକ ସାଧାରଣ ସମସ୍ୟା ହୋଇଗଲାଣି। କାମର ଚାପ, କମ୍ପ୍ୟୁଟର ଆଗରେ କାମ କରିବା ବେଳେ ଭୁଲ ବସିବା ଶୈଳୀ, କମ୍ପ୍ୟୁଟରକୁ ଅଧିକ ସମୟ ନେଇ ରହିବା ଯୋଗୁଁ, କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଖାଦ୍ୟ ଠିକ୍‌ ସମୟରେ ନ ଖାଇବା ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ। ମୁଣ୍ଡ ବିନ୍ଧା ହେଲେ କେତେକ ଲୋକ ପେନ୍‌ କିଲର ଖାଇଦେଇଥା’ନ୍ତି। ହେଲେ ଅତ୍ୟଧିକ ପେନ୍‌ କିଲର ଖାଇବା ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ସବୁବେଳେ ମୁଣ୍ଡ ବିନ୍ଧାର କାରଣ ଜାଣନ୍ତୁ। କାରଣ ଜାଣିଲେ ଏହାର ସମାଧାନ କରିହେବ।

ସକାଳ ଭୋଜନ ନ ଖାଇବା ଯୋଗୁଁ ମୁଣ୍ଡ ବିନ୍ଧା ହୋଇପାରେ।

କାମର ଅଧିକ ଚାପ ଯୋଗୁଁ  ମୁଣ୍ଡ ବିନ୍ଧା ହୋଇଥାଏ।

କାର୍ଯ୍ୟ କରିବା ବେଳେ ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ ମଧ୍ୟ ମୁଣ୍ଡ ବିନ୍ଧା ହୋଇଥାଏ।

ଅଧିକ ତେଲମସଲା, ଛଣାଛଣି ଖାଇବା ଯୋଗୁଁ ଗ୍ୟାସ୍‌ ସୃଷ୍ଟି ହୋଇ ମୁଣ୍ଡ ବିନ୍ଧା ହୁଏ।

କମ୍ପ୍ୟୁଟରକୁ ଅଧିକ ସମୟ ଧରି ଦେଖିବା ଫଳରେ ଆଖି ଶୁଖିଯାଏ, ଫଳରେ ମୁଣ୍ଡ ବିନ୍ଧା ହୁଏ।

ସଠିକ୍‌ ଭାବେ ନ ଶୋଇବା ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ।

ଜଳୀୟ ଅଂଶର ଅଭାବ ହେଲେ ମୁଣ୍ଡ ବିନ୍ଧା ହୋଇଥାଏ।

fried food

ଅଧିକ ସମୟ କମ୍ପ୍ୟୁଟର ବ୍ୟବହାର କରିବା ଫଳରେ ଆଖି ଉପରେ ପ୍ରଭାବ ପଡ଼ିଥାଏ। କମ୍ପ୍ୟୁଟର ଉଚ୍ଚତା ସହ ଆଖି ସମାନ ଭାବେ ନ ରହିଲେ ଆଖି ଯନ୍ତ୍ରଣା ହୋଇଥାଏ। ଆଖି ଉପରେ ଅଧିକ ଚାପ ପଡ଼ି ମୁଣ୍ଡ ବିନ୍ଧା ହେବା ସହ ମାଇଗ୍ରେନ ଭଳି ସମସ୍ୟା ହୋଇଥାଏ ତେଣୁ ସଠିକ ଭାବେ ବସିବା ଫଳରେ ଏହି ପରିସ୍ଥିତି ସୃଷ୍ଟି ହୋଇନଥାଏ।

ନିଜ ପାଖରେ ସବୁବେଳେ ପାଣି ବୋତଲ ରଖନ୍ତୁ। ବାହାରକୁ ଯିବା ସମୟରେ ବୋତଲକୁ ସାଙ୍ଗରେ ନେଇ ଯାଆନ୍ତୁ। ଶରୀରର ଆବଶ୍ୟକୀୟ ଜଳୀୟ ଅଂଶ ପୂରଣ ପାଇଁ ପାଣି ପିଇବା ନିହାତି ଜରୁରୀ। ପାଣି ପିଇବା ଫଳରେ ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ଭଲ ରହିଥାଏ।

କମ୍ପ୍ୟୁଟର ସ୍କ୍ରିନ୍‌କୁ ଅଧିକ ସମୟ ଦେଖିବା ଫଳରେ ଆଖି ଉପରେ ପ୍ରଭାବ ପଡ଼ିଥାଏ, ଫଳରେ ମୁଣ୍ଡ ବିନ୍ଧା ହୋଇଥାଏ। ତେଣୁ କାମ କରୁଥିବା ସମୟରେ ପ୍ରତି ଏକ ଘଣ୍ଟାକୁ ଥରେ ବ୍ରେକ ନିଅନ୍ତୁ। ଏହା ଫଳରେ ମୁଣ୍ଡ ବିନ୍ଧା ନ ହେବା ସହ କାମ ପ୍ରତି ଅଧିକ ଆଗ୍ରହ ବଢ଼ିଥାଏ।

କାର୍ଯ୍ୟସ୍ଥଳୀରେ ତେଲ ମସଲା, ଛଣାଛଣି କିମ୍ବା ଫାଷ୍ଟଫୁଡ୍‌ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଅଧିକ ସମୟ ବସି ରହିବା ଯୋଗୁଁ ଆଖାଦ୍ୟ ସହଜରେ ହଜମ ହୁଏ ନାହିଁ ଓ ଗ୍ୟାସ୍‌ ସୃଷ୍ଟି ହୁଏ, ଯାହାକି ମୁଣ୍ଡ ବିନ୍ଧା କରାଇଥାଏ। ସବୁବେଳେ ହାଲକା ଖାଦ୍ୟ ଖାଆନ୍ତୁ।