ସାରା ଦେଶରେ ଏବେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି। ଦ୍ୱିତୀୟ ଲହର ଭୟାନକ ହେବାରେ ଲାଗିଛି। କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ହୋଇଥିଲେ ଏବଂ ବ୍ୟକ୍ତିଙ୍କଠାରେ ସାମାନ୍ୟ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିଲେ ହସ୍ପିଟାଲ ନ ଯାଇ ସଙ୍ଗରୋଧରେ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି।

କେଉଁମାନେ ସଙ୍ଗରୋଧରେ ରହିବା ଦରକାର?

ଯେଉଁ ଲୋକଙ୍କଠାରେ ସାମାନ୍ୟ କିମ୍ବା ଲକ୍ଷଣବିହୀନ ରହୁଛି, ସେମାନେ ଡାକ୍ତରଙ୍କ କହିବା ପରେ ସଙ୍ଗରୋଧରେ ରହିପାରିବେ।

ସଙ୍ଗରୋଧରେ ରହିବା ପାଇଁ ଘରେ ସ୍ୱତନ୍ତ୍ର ସୁବିଧା ରହିବା ଆବଶ୍ୟକ।

୬୦ରୁ ଉର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ଯେଉଁମାନଙ୍କର ଡାଏବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଫୁସ୍‌ଫୁସ୍‌/ ଲିଭର/ କିଡ୍‌ନି ଜନିତ ସମସ୍ୟା ଥାଏ, ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଙ୍ଗରୋଧରେ ରହିପାରିବେ।

ଯେଉଁମାନେ ଏଚ୍‌ଆଇଭି, କ୍ୟାନ୍‌ସର ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ପରେ ବ୍ୟକ୍ତି ସଙ୍ଗରୋଧରେ ରହିପାରିବେ।

ସଙ୍ଗରୋଧରେ ଥିବା ବେଳେ ଜଣକୁ ଗୋଟିଏ ରୁମ୍‌ ଭିତରେ ଏକ ପ୍ରକାର ଆବଦ୍ଧ ତଥା ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ କରି ରହିବାକୁ ହେବ।

ସଂକ୍ରମିତ ବ୍ୟକ୍ତି ବାୟୁଚଳାଚଳ ହେଉଥିବା ଘରେ ରହନ୍ତୁ ଏବଂ ଘରର ଝରକା ଖୋଲା ରଖନ୍ତୁ। ଫଳରେ ବାୟୁଚଳାଚଳ ହୋଇପାରିବ।

ସଂକ୍ରମିତ ବ୍ୟକ୍ତି ତିନି ଲେୟାର ବିଶିଷ୍ଟ ମାସ୍କ ପିନ୍ଧିବା ଜରୁରୀ। ୮ ଘଣ୍ଟାର ବ୍ୟବହାର ପରେ ମାସ୍କକୁ ଢାଙ୍କୁଣୀ ଥିବା ଡଷ୍ଟବିନ୍‌ରେ ଫୋପାଡ଼ି ଦିଅନ୍ତୁ। ସଂକ୍ରମିତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ଏବଂ ରୋଗୀ ଉଭୟ ଏନ୍‌-୯୫ ମାସ୍କ ପିନ୍ଧିବା ଆବଶ୍ୟକ।

ହାତକୁ ନିୟମିତ ବ୍ୟବଧାନରେ ସାବୁନ୍‌ ଓ ସାନିଟାଇଜରରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଭଲକରି ଧୁଅନ୍ତୁ।

ନିଜ ବ୍ୟବହୃତ ଜିନିଷକୁ ପରିବାରର ଅନ୍ୟ କାହା ସହ ସେୟାର କରନ୍ତୁ ନାହିଁ।

ନିୟମିତ ବ୍ୟବହୃତ ଜିନିଷ ଯେପରିକି ଟେବୁଲ, କବାଟ ହ୍ୟାଣ୍ଡେଲ, ମୋବାଇଲ ଫୋନ୍‌କୁ ସାନିଟାଇଜ୍‌ କରନ୍ତୁ।

ନିୟମିତ ବ୍ୟବଧାନରେ ଶରୀରର ତାପମାତ୍ରା ଏବଂ ଅକ୍ସିଜେନ୍‌ ସ୍ତର ମାପନ୍ତୁ।

ଅଧିକ ପଢ଼ନ୍ତୁ: ସଙ୍ଗରୋଧରେ ଥିଲେ କ’ଣ କରିବେ କ’ଣ ନାହିଁ?

ସଂକ୍ରମିତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ

କୋଭିଡ୍ ପଜିଟିଭଙ୍କ ଯତ୍ନ ନେଉଥିବା ବ୍ୟକ୍ତି ତିନୋଟି ଲେୟାର ମାସ୍କ ପିନ୍ଧିବା ଜରୁରୀ। ଯଦି କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ବେଳେ ଏନ୍-୯୫ ମାସ୍କ ପିନ୍ଧିବା ଜରୁରୀ।

ମାସ୍କର ବାହାର ପଟକୁ ବାରମ୍ବାର ଛୁଅଁନ୍ତୁ ନାହିଁ।

ଯଦି ମାସ୍କ ଓଦା ହୋଇଯାଏ, ତାହେଲେ ତାକୁ ଡଷ୍ଟବିନ୍‌ରେ ଫୋପାଡ଼ନ୍ତୁ ଏବଂ ସାବୁନ ବା ହାଣ୍ଡ ସାନିଟାଇଜରରେ ହାତ ସଫା କରନ୍ତୁ।

ଯତ୍ନ ନେଉଥିବା ବ୍ୟକ୍ତି ତାଙ୍କ ମୁହଁ, ନାକ, ପାଟିକୁ ଛୁଅଁନ୍ତୁ ନାହିଁ।

ସଂକ୍ରମିତଙ୍କ ଯତ୍ନ ନେଉଥିବା ବ୍ୟକ୍ତି ହାତ ଧୁଅନ୍ତୁ

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ହାତ ଧୁଅନ୍ତୁ।

ରୋଷେଇ କରିବା ପୂର୍ବରୁ ଏବଂ ପରେ, ଖାଇବା ପୂର୍ବରୁ, ଶୌଚାଳୟରୁ ଆସିବା ପରେ ଏବଂ ହାତ ମଇଳା ହେବା ପରେ ହାତକୁ ଭଲ ଭାବରେ ଧୁଅନ୍ତୁ।

ସାବୁନ ପାଣିରେ ହାତକୁ ୪୦ ସେକେଣ୍ଡ ପାଇଁ ଧୁଅନ୍ତୁ। ଅଥବା ଆଲକହଲଯୁକ୍ତ ସାନିଟାଇଜରରେ ହାତକୁ ସଫା କରନ୍ତୁ।

ଗ୍ଲୋବ୍ସ କାଢ଼ିବା ପୂର୍ବରୁ ହାତକୁ ସଫା କରନ୍ତୁ।

ଅଧିକ ପଢ଼ନ୍ତୁ: କରୋନା ଦ୍ୱିତୀୟ ଲହରୀ: କେତେବେଳେ ଡାକ୍ତରଖାନା ଯିବା ଆବଶ୍ୟକ?

କରୋନା ଆକାନ୍ତଙ୍କ ଯତ୍ନ ନେଉଥିଲେ ଧ୍ୟାନ ଦିଅନ୍ତୁ

ରୋଗୀଙ୍କର ସେବା କରିବା ବେଳେ ଗ୍ଲୋବ୍ସ ବ୍ୟବହାର କରନ୍ତୁ।

ଆକ୍ରାନ୍ତ ବ୍ୟକ୍ତିଙ୍କର ଖାଇବା ବାସନକୁସନ, ପାଣି ଗ୍ଳାସ୍, ବେଡସିଟ୍ ଓ ଅନ୍ୟାନ୍ୟ ବ୍ୟବହୃତ ଜିନିଷକୁ ଅଲଗା ରଖନ୍ତୁ।

ରୋଗୀଙ୍କୁ ତାଙ୍କ ରୁମ୍ରେ ଖାଇବାକୁ ଦିଅନ୍ତୁ। ରୋଗୀ ବ୍ୟବହାର କରୁଥିବା ବାସନକୁସନକୁ ଡିଟରଜେଣ୍ଟରେ ସଫା କରନ୍ତୁ। ଏହା କରିବା ବେଳେ ହାତରେ ଗ୍ଲୋବ୍ସ ପିନ୍ଧନ୍ତୁ।

ଗ୍ଲୋବସ୍ କାଢ଼ିବା ପରେ ବି ହାତ ଧୁଅନ୍ତୁ। ରୋଗୀ ରହୁଥିବା ଗୃହକୁ ଏବଂ ବ୍ୟବହାର କରୁଥିବା କପଡ଼ାକୁ ସଫା କରିବା ବେଳେ ହାତରେ ଗ୍ଲୋବ୍ସ ଏବଂ ତିନି ସ୍ତର ବିଶିଷ୍ଟ ମାସ୍କ ପିନ୍ଧନ୍ତୁ।

ସଙ୍ଗରୋଧରେ ଥିବା ବେଳେ ରୋଗୀ କିପରି ନେବେ ଯତ୍ନ?

କରୋନା ଆକ୍ରାନ୍ତଙ୍କର ଅନ୍ୟ କେଉଁ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ।

ରୋଗୀ ଦିନକୁ ଦୁଇ ଥର ଉଷୁମ ପାଣି ଗର୍ଗଲିଂ କରିବା ଜରୁରୀ।

ଯଦି ଶରୀରର ତାପମାତ୍ରା କମ୍ ନ ହୁଏ, ତାହେଲେ ଡାକ୍ତରଙ୍କୁ ପରାମର୍ଶ କରି ସଠିକ୍ ଔଷଧ ଖାଆନ୍ତୁ।

ବିନା ଡାକ୍ତରଙ୍କ ପରାମର୍ଶ କ୍ରମେ ରେମେଡିସିଭିର ଖାଆନ୍ତୁ ନାହିଁ।

କେତେବେଳେ ଡାକ୍ତରଖାନା ଯିବେ?

କୋଭିଡ୍ ପଜିଟିଭ୍ ବ୍ୟକ୍ତି ଏବଂ ତାଙ୍କର ଯତ୍ନ ନେଉଥିବା ବ୍ୟକ୍ତି ନିଜର ଲକ୍ଷଣକୁ ଧ୍ୟାନ ଦେବା ଦରକାର। ଯଦି ଗୁରୁତର ଲକ୍ଷଣ ଦେଖାଦିଏ, ତାହେଲେ ଡାକ୍ତରଖାନା ଯାଆନ୍ତୁ।

ନିଶ୍ବାସ ନେବାରେ ଅସୁବିଧା ହେଲେ,

ଅକ୍ସିଜେନ୍ ସାଚୁରେସନ୍ କମିଗଲେ ବା SpO2 ୯୪ରୁ କମିଗଲେ,

ଛାତିରେ ଯନ୍ତ୍ରଣା ହେଲେ,

ଦ୍ୱନ୍ଦ୍ୱ ହେଲେ ଡାକ୍ତରଖାନା ଯାଆନ୍ତୁ।