ପଲ୍ଲବୀ ସାବତ

ପିଲାଙ୍କ ଶାରୀରିକ ତଥା ମାନସିକ ଅଭିବୃଦ୍ଧି ପାଇଁ ପିଲାଙ୍କ ଖାଦ୍ୟ ତାଲିକାରେ ଏହିସବୁ ଖାଦ୍ୟ ସାମିଲ କରନ୍ତୁ।

ନିୟମିତ ପିଲାଙ୍କୁ ଗୋଟେ ଚାମଚ ଘିଅ ଖାଇବାକୁ ଦିଅନ୍ତୁ। ଭାତରେ କିମ୍ବା ରୁଟିରେ ପିଲାଙ୍କୁ ଘିଅ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ପିଲାଙ୍କୁ ସଠିକ୍‌ ପରିମାଣର କ୍ୟାଲ୍‌ସିୟମ୍‌ ମିଳିବା ସହ ସେମାନଙ୍କ ହାଡ଼ ମଜଭୁତ ହୋଇଥାଏ।

ପିଲାମାନଙ୍କୁ ପ୍ରତିଦିନ ରାତିରେ ସରଯୁକ୍ତ କ୍ଷୀର ପିଇବାକୁ ଦିଅନ୍ତୁ। କ୍ଷୀରରେ ପ୍ରଚୁର ପରିମାଣର କ୍ୟାଲସିୟମ୍‌ ରହିଛି, ଯାହା ପିଲାଙ୍କ ଶାରୀରିକ ବିକାଶରେ ସାହାଯ୍ୟ କରିଥାଏ।

ପିଲାଙ୍କ ଖାଦ୍ୟ ତାଲିକାରେ ଆଳୁ, ଅଣ୍ଟା, କଦଳୀ, ବ୍ରୋକୋଲି, ମଟର, ପାଳଙ୍ଗଶାଗ, ବନ୍ଧାକୋବି, ଗାଜର, ଟମାଟୋ ଖାଇବାକୁ ଦିଅନ୍ତୁ।

calcium

ଅଧିକ ପଢ଼ନ୍ତୁ: ଶିଶୁ କୋଭିଡ୍‌ ପଜିଟିଭ୍‌ ହେଲେ କ’ଣ କରିବେ?

ପିଲାଙ୍କୁ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ। ସେମାନଙ୍କର ଜଳୀୟଅଂଶକୁ ପରିଚାଳନା କରିବା ପାଇଁ ଲେମ୍ବୁ ପାଣି, ଦହି ପାଣି, ମିଶ୍ରି ପାଣି ପିଇବାକୁ ଦିଅନ୍ତୁ।

ପିଲାମାନଙ୍କୁ ଉଚ୍ଚ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯେପରିକି ଡାଲି, ମାଛ, ମାଂସ, ଅଣ୍ଡା, ପନିର, ଗଜାମୁଗ/ବୁଟ ଖାଇବାକୁ ଦିଅନ୍ତୁ।

ପିଲାଙ୍କ ଖାଦ୍ୟ ତାଲିକାରେ ଫଳ କିମ୍ବା ଫଳ ରସ ରଖନ୍ତୁ। ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ଯଥା – ପାଚିଲା ଅମୃତଭଣ୍ଡା, ଅଁଳା, କମଳା, ମସମ୍ବି ଆଦି ଖାଇବାକୁ ଦିଅନ୍ତୁ।