ଭ୍ରମଣ କରିବା ସମୟରେ ଅନେକ ଲୋକ ଖାଦ୍ୟ ଖରାପ ହୋଇଯିବ ବୋଲି ଭାବି ଘରୁ ଖାଦ୍ୟ ନେଇନଥାନ୍ତି। ଫଳତଃ ଅନାବଶ୍ୟକ ଭାବେ ବାହାରୁ ଖାଦ୍ୟ ଖାଇ ସମସ୍ୟାରେ ପଡ଼ିଥାନ୍ତି। ଏପରିସ୍ଥଳେ ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଆପଣ ଘରୁ କି ଖାଦ୍ୟ ନେଇପାରିବେ।

paratha and curry

ପୁରି ବା ପରଟା: ଭ୍ରମଣ କରିବାକୁ ଯିବା ପୂର୍ବରୁ ସବୁବେଳେ ଖାଦ୍ୟର ଯୋଜନା କରିବା ଭଲ। ଦୂରସ୍ଥାନକୁ ଯିବାକୁ ଥିଲେ ସାଙ୍ଗରେ ପୁରି କିମ୍ବା ପରଟା ନେଇଯିବା ଏକ ଭଲ ବିକଳ୍ପ। ପୁରି ସହିତ ଆପଣ ଚଟଣି କିମ୍ବା ଆଳୁକଷା ଲଗାଇ ଖାଇପାରିବେ। ଏହିସବୁ ଜିିନିଷ ଏତେ ଶୀଘ୍ର ନଷ୍ଟ ହୋଇନଥାଏ। ସେହିଭଳି ପରଟା  ପାଇଁ ଅଟା ଦଳିବା  ସମୟରେ ପାଣି ବଦଳରେ କ୍ଷୀର ବ୍ୟବହାର କରନ୍ତୁ। ଏହା ଦୀର୍ଘ ସମୟ ଯାଏ ରହିବ। ଆବଶ୍ୟକ ହେଲେ ଆପଣ ପରଟାରେ କିଛି ପରିବା ଯେପରିକି ମେଥି, ମୂଳା, ଆଳୁ ପ୍ରଭୃତି ପକାଇ ପ୍ରସ୍ତୁତ କରିପାରିବେ।

rice_tiffin

ତରକାରୀ: ସାଧାରଣତଃ ତରକାରୀ କିଛି ସମୟ ପରେ ଖରାପ ଯୋଇଯାଏ ବୋଲି ସମସ୍ତେ ଜାଣନ୍ତି। ତେବେ କିଛି ବିଶେଷ ଉପାୟରେ ପ୍ରସ୍ତୁତ କଲେ ତାହା ଖରାପ ହୁଏନାହିଁ।  ତା’ ହେଲା ରୋଷେଇ ସମୟରେ ବିଲକୁଲ ପାଣି ନ ଦେବା। ଦ୍ୱିତୀୟ ଉପାୟଟି ହେଲା ପରିବାକୁ ହାଲକା ତେଲରେ ଭାଜି ପ୍ରସ୍ତୁତ କଲେ ତାହା ଅତି କମରେ ୭-୮ ଘଣ୍ଟା ଭଲ ରହିଥାଏ। ଆଳୁ କଷା, ଭେଣ୍ଡି ମସଲା, ଭରୱା ଭେଣ୍ଡି, ଗୋଟା କଲରା ଭଜା, ଚଣା ମସଲା ପ୍ରଭୃତି ଖାଦ୍ୟ ସେଥିମଧ୍ୟରୁ ଅନ୍ୟତମ।

upma

ଭାତ: ଯଦି ଆପଣ ଭାତ ଖାଇବାକୁ ପସନ୍ଦ କରୁଥାନ୍ତି ତା’ ହେଲେ ଭ୍ରମଣ ସମୟରେ ସାଙ୍ଗରେ ଦହି ଭାତ, ପଲାଉ, ବିରିୟାନୀ ପ୍ରଭୃତି ନେଇ ଯାଇପାରିବେ। ଦହି ଭାତ ପ୍ରସ୍ତୁତ କରିବା ସମୟରେ ଭାତ ରାନ୍ଧି ତାକୁ ଥଣ୍ଡା କରନ୍ତୁ। ସେଥିରେ କ୍ଷୀର ପକାନ୍ତୁ। ସୋରିଷ, ଲଙ୍କା ଛୁଙ୍କ କରି ସେଥିରେ ଢାଳନ୍ତୁ। ପରେ ଏକ ଚାମଚ ଦହି ପକାଇ ପାରିବେ। ଦୀର୍ଘ ସମୟରେ ପରେ ଆପଣ ଯେତେବେଳେ ଖାଦ୍ୟ ଖାଇବେ ସେତେବେଳକୁ ଦହି ଜମି ସାରିଥିବ ଏବଂ ଖଟା ମଧ୍ୟ ଲାଗିବ ନାହିଁ।

ଇନଷ୍ଟାଣ୍ଟ ଫୁଡ: ଆଜିକାଲି ବଜାରରେ ବହୁତ ଇନଷ୍ଟାଣ୍ଟ ଖାଦ୍ୟ ମିଳୁଛି। ଏଥିପାଇଁ ଆପଣଙ୍କୁ  ଅଧିକ କିଛି କରିବାର ଆବଶ୍ୟକତା ନାହିଁ। କେବଳ ଗରମ ପାଣିରେ ଏହାକୁ ପକାଇ ଆପଣ ଖାଦ୍ୟର ମଜା ଉଠାଇପାରିବେ। ଏଥିଲାଗି ସାଙ୍ଗରେ ଇନଷ୍ଟାଣ୍ଟ ଉପମା, ନୁଡୁଲ୍ସ ଆଦି ନେଇ ଯାଆନ୍ତୁ। ଆବଶ୍ୟକ ସମୟରେ ଥର୍ମୋଫ୍ଲାସ୍କରୁ ଗରମ ପାଣି ଏଥିରେ ମିଶାଇ ଖାଇପାରିବେ।

noodles

ଶୁଖିଲା ଜଳଖିଆ: ସାଧାରଣତଃ ସନ୍ଧ୍ୟା ସମୟରେ ଲୋକମାନେ ଟିକେ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଭ୍ରମଣ ସମୟରେ ଏପରି ଇଚ୍ଛା ହେଲେ ଲୋକେ ବାହାରୁ ଟିଫିନ ଯେପରିକି ବରା, ସିଙ୍ଗଡ଼ା, ଆଳୁଚପ ପ୍ରଭୃତି ଛଣାଛଣି ଖାଆନ୍ତି। ଯାହାକି ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତାକୁ ଏଡ଼ାଇବା ଲାଗି ଆପଣ ନିଜ ସହିତ ଶୁଖିଲା ସ୍ନାକ୍ସ ଯେପରିକି ଭଜା ଚୁଡ଼ା, ସେଉ ଭଜା, ଗାଣ୍ଠିଆ, ମୁଗ କିମ୍ବା ବୁଟର ଭଜା ଡାଲି, ଚଣା ଭଜା, ଚିପ୍ସ, ବିସ୍କିଟ, ମିକ୍ସଲ ଆଦି ସାଙ୍ଗରେ ନିଅନ୍ତୁ।

oily food

ଚଟଣି: ଭ୍ରମଣ ସମୟରେ ଆପଣ ଶୁଖିଲା ଚଟଣୀ ବି ସାଙ୍ଗରେ ନେଇପାରିବେ। ଏହା ଏକ ଭଲ ବିକଳ୍ପ। ଏହାକୁ ଆପଣ ପୁରି ବା ପରଟା ସହିତ ଖାଇପାରିବେ। ବାଦାମ ଚଟଣି, ନଡ଼ିଆ ଚଟଣୀ, ସୂର୍ଯ୍ୟମୁଖୀ ମଞ୍ଜିର ଚଟଣୀ, ରସୁଣ ଚଟଣି, ଅଳସୀ ଚଟଣୀ ଭ୍ରମଣ ପାଇଁ ସବୁଠୁ ଭଲ।