ଘରେ ଏବଂ ଯାତ୍ରା କରୁଥିବା ସମୟରେ ଔଷଧ ଏବଂ ଇନସୁଲିନକୁ କିଭଳି ରଖିବେ ତାହା ଜାଣନ୍ତୁ।

medicine care
  • ଘରେ ଥିବା ସମୟରେ ସବୁବେଳେ ଏକ ଉଚ୍ଚ ଥାକରେ ଔଷଧକୁ ରଖନ୍ତୁ। ସ୍ଥାନଟି ଥଣ୍ଡା ହୋଇଥିବାବେଳେ ତାହା ଯେପରି ଶୁଖିଲା ରହୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଔଷଧର ପ୍ୟାକେଟକୁ ଥାକରେ ସେଭଳି ପକାଇ ନଦେଇ ଏୟାରଟାଇଟ ଡବାରେ ରଖନ୍ତୁ। ଏପରିହେଲେ ଔଷଧର ଗୁଣବତ୍ତା ବଜାୟ ରହିବ।
  • ଇନସୁଲିନକୁ ଫ୍ରିଜ ଭଳି ଥଣ୍ଡାସ୍ଥାନରେ ରଖନ୍ତୁ। ତେବେ ଫ୍ରିଜରରେ ରଖିବା ଅନୁଚିତ। ଆପଣ ତାକୁ ସାଧାରଣ ତାପମାତ୍ରାରେ ବି ରଖିପାରିବେ। ତେବେ ସାଧାରଣ ତାପମାତ୍ରାରେ ତାହା ୨-୪ ସପ୍ତାହ ପର୍ଯ୍ୟନ୍ତ ଠିକ ଭାବେ ରହିପାରିବ। ଫ୍ରିଜରେ ରଖିଲେ ଏହି ଅବଧି ସାମାନ୍ୟ ବଢ଼ିଯିବ।
  • ବିମାନରେ ବାହାରକୁ ଯାତ୍ରା କରୁଥିଲେ ନିଜର ହ୍ୟାଣ୍ଡ ବ୍ୟାଗରେ ସବୁବେଳେ ଔଷଧକୁ ରଖନ୍ତୁ। ତରଳ ଔଷଧ ଢାଳି ହୋଇଯିବାର ଆଶଙ୍କା ଥିବାରୁ ଅଧିକ ସତର୍କ ରହିବା ଜରୁରୀ। ସେହିପରି ନିଜ ସହ ସବୁବେଳେ ଡାକ୍ତରଙ୍କର ଫୋନ ନମ୍ବର ରଖନ୍ତୁ। ଜରୁରୀ ପରିସ୍ଥିତି ହେଲେ ଆପଣ ତାଙ୍କର ପରାମର୍ଶ ନେଇ ଔଷଧ ଖାଇପାରିବେ। ଆବଶ୍ୟକସ୍ଥଳେ ଔଷଧ ପରିବର୍ତ୍ତନ କଲେ ମଧ୍ୟ ଆପଣଙ୍କ ପାଇଁ ସମସ୍ୟା ରହିବ ନାହିଁ।
  • ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ଯାଏ କିମ୍ବା ଯାତ୍ରା ଅବଧି ମଧ୍ୟରେ ଔଷଧ ଯେପରି ଶେଷ ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏପରିକ୍ଷେତ୍ରରେ ପାଖରେ ସବୁବେଳେ ଅଧିକ ୧୦ ଦିନର ଔଷଧ ରଖିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।
  • ବିମାନ ଯାତ୍ରା ସମୟରେ ଇନସୁଲିନ ପାଖରେ ଥିଲେ ତାକୁ ଆପଣ ଏୟାରଟାଇଟ ଥର୍ମୋକୁଲ କଣ୍ଟେନେର କିମ୍ବା ସିଲ୍ ହୋଇଥିବା ଆଇସ ପ୍ୟାକେଜରେ ନେଇପାରିବେ। ଏସବୁ ବଜାରରେ ସହଜରେ ଉପଲବ୍ଧ। ଏହାଛଡ଼ା କିଛି ଔଷଧ କଂପାନି ମଧ୍ୟ ଗ୍ରାହକଙ୍କ ଅନୁରୋଧ ଅନୁସାରେ ଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ଇନସୁଲିନ ପ୍ୟାକ କରି ଦେଉଛନ୍ତି।
  • ଇନସୁଲିନ ବ୍ୟବହାର କରୁଥିଲେ ସବୁବେଳେ ଡିସପୋଜେବଲ ସିରିଜକୁ ଅଧିକ ପରିମାଣରେ କିଣନ୍ତୁ। ଏହାଦ୍ୱାରା ଆପଣଙ୍କୁ ଏକ୍ସପାୟରୀ ତାରିଖର ଭୟ ରହିବ ନାହିଁ। ସେହିପରି ଘରେ ଥିବାବେଳେ ବ୍ୟବହୃତ ଛୁଞ୍ଚିକୁ ଏକ ଅଲଗା ସ୍ଥାନରେ ରଖନ୍ତୁ।