ଶରୀର ପାଇଁ ଗ୍ରୀନ୍‌ ଟି ବହୁତ ଉପଯୋଗୀ। ଆସନ୍ତୁ ଜାଣିବା ଗ୍ରୀନ ଟି ପିଇଲେ କ’ଣ ସମସ୍ୟା ଦୂର ହୁଏ?

benefits of green tea

ଗ୍ରୀନ ଟି ରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି, ଯାହା ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଗ୍ରୀନ ଟି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଓଜନ ହ୍ରାସ ଏବଂ କୋଲେଷ୍ଟ୍ରୋଲ କମ୍‌ କରିବାରେ ଗ୍ରୀନ ଟି ସହାୟ ହୁଏ। ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ତେବେ ଆପଣନ୍ତୁ ଗ୍ରୀନ ଟି।

slimming, the weight of the, health

ଓଜନ ହ୍ରାସ କରେ

ଆପଣ ନିଜ ଓଜନକୁ ନେଇ ଚିନ୍ତିତ କି? ଓଜନ କମେଇବାର ସବୁଠାରୁ ଉପଯୁକ୍ତ ବିକଳ୍ପ ହେଉଛି ଗ୍ରୀନ ଟି। ଏଥିରେ ଥିବା କଫିନ ଶରୀରରୁ ଚର୍ବି ସମସ୍ୟା ଦୂର କରେ ଏବଂ ଶରୀରର ଓଜନ ନିୟନ୍ତ୍ରିତ କରେ। ଖାଦ୍ୟ ଖାଇବା ପରେ ଗୋଟିଏ କପ୍‌ ଗ୍ରୀନ ଟି ପିଇଲେ ହଜମ ଶକ୍ତି ବଢ଼ିଥାଏ ଓ ଖାଦ୍ୟ ସଠିକ ଭାବେ ହଜମ ହୋଇଥାଏ। ଯାହା ଫଳରେ ଆମ ଓଜନ ସନ୍ତୁଳିତ ରହେ।

bad smell from face

ପାଟି ଦୁର୍ଗନ୍ଧ ହୁଏ ନାହିଁ

ପାଟି ଗନ୍ଧ ହେଉଥିଲେ ଗ୍ରୀନ ଟି ପିଅନ୍ତୁ। ଗ୍ରୀନ ଟି ଦୁର୍ଗନ୍ଧ ସୃଷ୍ଟିକାରୀ ପଦାର୍ଥ ବା ତତ୍ୱକୁ ନଷ୍ଟ କରିଦିଏ। ପ୍ରତିଦିନ ଗ୍ରୀ ଟି ପିଇବା ଦ୍ୱାରା ପାଟି ସମସ୍ୟା କିଛି ମାତ୍ରାରେ ଭଲ ହୋଇଯାଏ।

୧୦୦ ଗ୍ରାମ୍ ଗ୍ରୀନ୍-ଟିକୁ ଗୋଟିଏ କପ ଗରମ ପାଣିରେ ୩୦ ମିନିଟ୍ ପକାଇ ରଖିଲା ପରେ ଏହି ପାନୀୟ ସହ ଗୋଟିଏ ଚାମଚ ବେକିଂଗ ସୋଡା ପକାଇ ଏକ ପେଷ୍ଟ ତିଆରି କରି ବ୍ୟବହାର କଲେ ପାଟି ଦୁର୍ଗନ୍ଧ ଆପେ ଆପେ ଦୂର ହୋଇଯିବ।

ହାର୍ଟ ଆର୍ଟକରୁ ମୁକ୍ତି ଦିଏ

ଗ୍ରୀନ ଟି ପିଇବା ଦ୍ୱାରା ଶରୀରରୁ କୋଲେଷ୍ଟ୍ରୋଲ ସ୍ତର କମିଯାଏ। କୋଲେଷ୍ଟ୍ରୋଲ କମିଗଲେ ରକ୍ତଚାପ ନିୟନ୍ତ୍ରଣ ରହେ ଓ ହୃଦଘାତ ହେବାର ଆଶଙ୍କା ନ ଥାଏ।