ବର୍ଷା ଦିନରେ ପିଲାଙ୍କ ନିକଟରେ ଚକ୍ଷୁ ସଂକ୍ରମଣ ଅଧିକ ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମୟରେ ପିଲାଙ୍କ ଆଖି ଯତ୍ନ ନେବେ କେମିତି?

baby eye careବର୍ତ୍ତମାନ ବର୍ଷା ଦିନ ଆସିଲାଣି। ବର୍ଷା ସମୟରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର। ତେବେ ବର୍ଷା ବେଳେ ଆମେ ବାହାରର ଖାଦ୍ୟପେୟ ଓ ନ ଭିଜିବା ଭଳି ସାବଧାନତା ଆପଣାଇଥାଉ କିନ୍ତୁ ଆଖିକୁ ଭୁଲିଯାଉ। ବର୍ଷା ଦିନର ଆର୍ଦ୍ରତା ଯୋଗୁଁ ଚକ୍ଷୁ ସଂକ୍ରମଣ ହୋଇଥାଏ। ବିଶେଷ କରି ପିଲାମାନଙ୍କଠାରେ ଏହି ସଂକ୍ରମଣ ଅଧିକ ଦେଖାଯାଏ, କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ।

କିପରି ରଖିବେ ପିଲାଙ୍କୁ ସୁରକ୍ଷିତ?

– କୌଣସି ଜିନିଷ ଛୁଇଁବା ପରେ ପିଲାଙ୍କୁ ହାତ ଧୋଇବାକୁ କୁହନ୍ତୁ। ନଚେତ ସେହି ହାତ ଆଖିରେ ବାଜି ଆଖି ଜଳାପୋଡ଼ା କରିଥାଏ। ଫଳରେ ପରବର୍ତ୍ତୀ ସମୟରେ ସଂକ୍ରମଣ ହେବାର ଆଶଙ୍କା ଥାଏ।

– ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିୟମିତ ଭାବେ ପିଲାଙ୍କ ଆଖି ପରୀକ୍ଷା କରାନ୍ତୁ।

– ବାହାର ତ୍ୱଚା ଅପେକ୍ଷା ଆଖି ଅଧିକ ସେନସେଟିିଭ୍‌ ହୋଇଥାଏ। ଏଣୁ ଯଦି ପିଲାକୁ କୁଆଡ଼େ ବୁଲାଇବାକୁ ନେଉଛନ୍ତି ତେବେ ଚଷମା ପିନ୍ଧାନ୍ତୁ। ଏହା ଦ୍ୱାରା ଧୂଳି ମଳି ଆଖିରେ ଲାଗିବ ନାହିଁ।

baby– ଯଦି ଆଖି କୁଣ୍ଡାଇ ହେଉଛି କିମ୍ବା ନାଲି ପଡ଼ୁଛି ତେବେ କୌଣସି ଘରୋଇ ଉପଚାର ନ କରି ଡାକ୍ତରଙ୍କୁ ଦେଖାନ୍ତୁ।

– ପିଲାଙ୍କ ଆଖି ଅଧିକ ସମୟ କୁଣ୍ଡାଇ ହେଉଥିଲେ ଦୁଇ ହାତ ପାପୁଲିକୁ ଘଷି ଆଖିରେ ଲଗାନ୍ତୁ। ଏହା ଫଳରେ କିଛି ମାତ୍ରାରେ ଆରାମ ମିଳିଥାଏ।

– ଛୁଆର ଆଖି ନାଲି ପଡ଼ିଥିଲେ ତା’କୁ ବାରମ୍ବାର ଆଖିରେ ହାତ ଲଗାଇବାକୁ ମନା କରନ୍ତୁ। ଆଖି ପୋଛିବା ପାଇଁ ସେମାନଙ୍କୁ ଗୋଟିଏ ସଫା କପଡ଼ା ବ୍ୟବହାର କରିବାକୁ ଦିଅନ୍ତୁ।

– ଆଖି ସଂକ୍ରମଣ ଭଲ କରିବା ପାଇଁ ଘରୋଇ ଉପଚାର ଅପେକ୍ଷା ମେଡିସିନ ଉପରେ ଅଧିକ ବିଶ୍ୱାସ କରିବା ଆବଶ୍ୟକ। କାରଣ ଆଖିରେ କେଉଁ ପ୍ରକାରର ସଂକ୍ରମଣ ହୋଇଛି ଡାକ୍ତର ପରୀକ୍ଷା କରି ସଠିକ ମେଡିସିନ ଦେଇଥାନ୍ତି।

baby eye care– ବର୍ଷା ଦିନେ ପିଲାମାନଙ୍କୁ ଅଧିକ ମୁଣ୍ଡରେ ପାଣି ଢାଳି ଗାଧୋଇ ଦିଅନ୍ତୁ ନାହିଁ। ଏହା ଦ୍ୱାରା ସେମାନଙ୍କୁ ଥଣ୍ଡା ହୋଇ ଆଖି ସଂକ୍ରମଣ କରିବାର ଆଶଙ୍କା ରହିଛି। ଯଦି ବା ଗାଧୋଇ ଦେଉଛନ୍ତି ତେବେ ମୁଣ୍ଡରେ ପାଣି ଦିଅନ୍ତୁ ନାହିଁ।

– ଅନେକ ପିଲାଙ୍କର କିଛି ଖାଦ୍ୟ ଖାଇବା ଫଳରେ ଆଖି କୁଣ୍ଡେଇ ହେବା ସହ ଲାଲ ହୋଇଯାଇଥାଏ। ଯଦି ଏପରି କିଛି ସମସ୍ୟା ରହିଛି ତେବେ ସେ ଖାଦ୍ୟଠାରୁ ପିଲାକୁ ଦୂରରେ ରଖନ୍ତୁ।

– ପିଲାମାନେ ପାଣି ଏବଂ ସର୍ଫ ପାଣିରେ ଖେଳିବାକୁ ପସନ୍ଦ କରନ୍ତି। କିନ୍ତୁ ସର୍ଫ ପାଣି ଆଖିରେ ପଡ଼ି ସଂକ୍ରମଣ ହେବାର ଆଶଙ୍କା ରହିଛି। ପିଲା ଯଦି ଅଧିକ ଜିଦି କରୁଛି ତେବେ ସେମାନେ ଖେଳିବା ସମୟରେ ଆପଣ ପାଖରେ ରହନ୍ତୁ।