ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି, ଯେଉଁଥିରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ବିଭିନ୍ନ ପୋଷକ ତତ୍ତ୍ୱ ଥାଏ। ଆସନ୍ତୁ ଜାଣିବା ରକ୍ତଚାପକୁ ନିୟନ୍ତ୍ରଣ ରଖିବା ପାଇଁ ଖାଦ୍ୟ।

କଦଳୀ, କମଳା, ଅଙ୍ଗୁର, ଲେମ୍ବୁ, ଛତୁ ପରି ରସଯୁକ୍ତ ଫଳଗୁଡ଼ିକ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର। ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ରକ୍ତଚାପ ହୃଦରୋଗର ବଡ଼ କାରଣ। ତେଣୁ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଦରକାର।

ଓମେଗା-୩ରେ ଭରପୂର ମାଛ ମଧ୍ୟ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

ବିନ୍ସ ଓ ଡାଲିଜାତୀୟ ଖାଦ୍ୟରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର ଉଚ୍ଚମାତ୍ରାରେ ଥାଏ। ଫଳରେ ଶରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ମାତ୍ରାରେ ହୋଇଥାଏ।

ଷ୍ଟ୍ରବେରୀ, ରସ୍‌ବେରୀ, ବ୍ଲୁବେରୀ ଭଳି ଫଳ ଆଣ୍ଟିଅକ୍ସିଡାଣ୍ଟର ଉତ୍ତମ ସ୍ରୋତ। ନିୟମିତ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ଶୀତଦିନେ ତାଜା ଫଳ, ଗାଜର ଏବଂ ବିଟ୍‌ର ସେବନ କରିବା ଜରୁରୀ।

ଟମାଟରେ ଥିବା ଲାଇକୋପିନ୍‌ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃଦୟକୁ ସୁସ୍ଥ ରଖିଥାଏ। ଟମାଟକୁ ସାଲାଡ, ସୁପ୍‌ ଓ ଟମାଟ ଚଟଣୀ କରି ଖାଇପାରିବେ।

ମଟନ୍‌, ଅତ୍ୟଧିକ ଫ୍ୟାଟ୍‌ଯୁକ୍ତ ଖାଦ୍ୟ, ଘିଅ ବା ବଟର ପଡ଼ିଥିବା ଖାଦ୍ୟ, ସରଯୁକ୍ତ କ୍ଷୀର ଖାଆନ୍ତୁ ନାହିଁ।

ଦୈନିକ ୯ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ।