ଆଜି ବିଶ୍ୱ ଦୃଷ୍ଟି ଦିବସ। ଆସନ୍ତୁ, ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ୍ସ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶଙ୍କଠାରୁ ଶୁଣିବା ପିଲାଠୁ ବୁଢ଼ା ପର୍ଯ୍ୟନ୍ତ କେମିତି ନେବା ଆମ ଆଖିର ଯତ୍ନ।

WORLD SIGHT DAY

ପ୍ରତିବର୍ଷ ଅକ୍ଟୋବର (ଦ୍ୱିତୀୟ ଗୁରୁବାର)କୁ ବିଶ୍ୱ ଦୃଷ୍ଟି ଦିବସ ରୂପେ ପାଳନ କରାଯାଏ। ଚଳିତବର୍ଷର ବିଷୟବସ୍ତୁ ରହିଛି ‘ଭିଜନ୍‌ ଫାଷ୍ଟ’ ବା ଦୃଷ୍ଟିଶକ୍ତି ପ୍ରଧାନତଃ। ଏହାର ଅର୍ଥ ହେଉଛି ସମସ୍ତଙ୍କୁ ଦୃଷ୍ଟିଶକ୍ତି ଉପରେ ଧ୍ୟାନ ଦେବାକୁ ହେବ।

‘‘ସକାଳୁ ଉଠି ଯେତେବେଳେ ଆମେ ଆମ ଆଖି ଖୋଲିଥାଉ, ସେତେବେଳେ ଆମ ଆଖି ତା’ର କାର୍ଯ୍ୟ ଆରମ୍ଭ କରିଥାଏ। ଦିନ ତମାମ ସମସ୍ତ କାର୍ଯ୍ୟ କରିବା ପାଇଁ ଆମେ ଆମ ଆଖି ଉପରେ ନିର୍ଭର କରିଥାଉ। ତେଣୁ ଆଖି ସବୁବେଳେ ସୁସ୍ଥ ରଖିବା ଆବଶ୍ୟକ। ଦୃଷ୍ଟିଶକ୍ତି ବହୁତ ମୂଲ୍ୟବାନ। ଆଖିର ସୁରକ୍ଷା ଉପରେ ପ୍ରାଥମିକତା ଦେବା ଜରୁରୀ’’, କହିଛନ୍ତି ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶ।

eye care

କେମିତି ନିଜ ଆଖିକୁ ରଖିବେ ସୁରକ୍ଷିତ?

‘‘ଆଖିକୁ ସବୁବେଳେ ସଂକ୍ରମଣ ହେବାରୁ ରକ୍ଷା କରନ୍ତୁ। ଗାଡ଼ି ଚଳାଇବା ବେଳେ ହେଲେମେଟ୍‌ ପିନ୍ଧନ୍ତୁ ଏବଂ ହେଲେମେଟ୍‌ର ଗ୍ଲାସ୍‌ ବନ୍ଦ ରଖନ୍ତୁ। ଖରାପ ପାଣି ଆଖିରେ ଲଗାନ୍ତୁ ନାହିଁ। ସବୁବେଳେ ଅପରିସ୍କାର ହାତ ଆଖିରେ ମାରନ୍ତୁ ନାହିଁ’’, ପରାମର୍ଶ ଦେଇଛନ୍ତି ଡାକ୍ତର ସଂଘମିତ୍ରା।

ଦୃଷ୍ଟିଶକ୍ତିକୁ ଭଲ ରଖିବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟପେୟ କେତେ ଗୁରୁତ୍ୱପୂର୍ଣ୍ଣ? ସେନେଇ ଡାକ୍ତର ପରାମର୍ଶ ଦେଇ କହିଛନ୍ତି ଯେ, ଫାଷ୍ଟ ଫୁଡ୍‌, ତେଲ, ମସଲା ଓ ଛଣାଛଣିଯୁକ୍ତ ଖାଦ୍ୟ ଆଖି ପାଇଁ ଖରାପ। ଖାଦ୍ୟରେ ଯଥେଷ୍ଟ ପରିମାଣରେ ପନିପରିବା, ଗାଜର, ଶାଗ, କ୍ଷୀର ଓ ଫଳ ସାମିଲ କରନ୍ତୁ। ଏହାସହ ପିଲାଙ୍କୁ ମୋବାଇଲ ଏବଂ ଟିଭିଠାରୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ। ମୋବାଇଲ୍‌, ଟିଭି ଓ ଲାପଟପ୍‌ରୁ ରଶ୍ମି ଆଖିକୁ ଖରାପ କରିଦିଏ। ସହରାଞ୍ଚଳରେ ଅଧିକ ପିଲାଙ୍କ ଭିତରେ ଦୃଷ୍ଟିଶକ୍ତି ସମସ୍ୟା ଦେଖାଦେଉଛି। ଅଳ୍ପ ବୟସରୁ ସେମାନେ ଚଷମା ମଧ୍ୟ ପିନ୍ଧୁଛନ୍ତି।

ଦୃଷ୍ଟିଶକ୍ତି କମିଲେ କେମିତି ଜାଣିବେ?

ଦୃଷ୍ଟିଶକ୍ତି ଦୁଇ ପ୍ରକାର। ଗୋଟେ ହେଉଛି ସେଣ୍ଟ୍ରାଲ ଭିଜନ୍‌ ଓ ଅନ୍ୟଟି ହେଉଛି ପେରିଫେରାଲ ଭିଜନ୍‌

eye problem

ସେଣ୍ଟ୍ରାଲ ଭିଜନ୍‌

ସାଧାରଣତଃ ସେଣ୍ଟ୍ରାଲ ଭିଜନ୍‌ରେ ଦୃଷ୍ଟିଶକ୍ତି କମିଲେ ଜଣାପଡ଼ିଯାଏ। ଗୋଟେ ପଟ ଆଖି ଭଲ ଥିବା ବେଳେ ଅନ୍ୟ ପଟ ଆଖିର ଦୃଷ୍ଟି ଶକ୍ତି କମିଥାଏ। ଆଖିକୁ ଜାଲିଜାଲିଆ ବା କୁହୁଡ଼ିଆ ଭଳି ଦେଖାଯାଏ। ଦୂର ଲୋକ ଚିହ୍ନିବାରେ ଅସୁବିଧା ହୁଏ, ପଢ଼ିବାରେ ଅସୁବିଧା ହୁଏ। ତେବେ ଜାଣିବେ ଏହା ସେଣ୍ଟାଲ ଭିଜନ୍।

ତେବେ ଆଖିର ଭିଜନ୍‌ ଜାଣିବା ପାଇଁ ଗୋଟିଏ ପଟ ଆଖିକୁ ବନ୍ଦ କରି ଅନ୍ୟ ପଟ ଆଖିରେ ଦେଖନ୍ତୁ, ଯଦି ଆଖିକୁ ଭଲ ଦେଖା ନଯାଏ ବା ଜାଲିଜାଲିଆ ଦେଖାଯାଏ, ତେବେ ଏହା ସେଣ୍ଟ୍ରାଲ ଭିଜନ୍‌ ବୋଲି ଜାଣିପାରିବେ।

ଡାଏବେଟିସ୍‌ ଓ ଗ୍ଲାକୋମା କ୍ଷେତ୍ରରେ ପ୍ରଥମରୁ ହୁଏତ ଆଖି ସମସ୍ୟା ଜଣାପଡ଼ି ନଥାଏ।

Eye Problem _Sign

ପେରିଫେରାଲ ଭିଜନ୍‌

ପେରିଫେରାଲ ଭିଜନ୍‌ ହୋଇଥିଲେ ବ୍ୟକ୍ତି ଜଣକୁ ଦୃଷ୍ଟିଶକ୍ତି ବିଷୟରେ ଜାଣିବା କଷ୍ଟକର ହୋଇଥାଏ। କିନ୍ତୁ ପରେ ଆଖିକୁ ଠିକ୍‌ସେ ଦେଖାଯାଇ ନଥାଏ।

ଦୃଷ୍ଟିଶକ୍ତି ପରୀକ୍ଷା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ପ୍ରତିବର୍ଷ ମାଗଣା ସ୍କ୍ରିନିଂ କରାଯାଉଛି। ଏହି ସ୍କ୍ରିନିଂରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବରିଷ୍ଠ ଲୋକମାନଙ୍କର ଆଖିର ସ୍କ୍ରିନିଂ କରାଯାଏ। ଏହି ସ୍କିନିଂ ବେଳେ ଯଦି ଡାଇବେଟିକ, ମୋତିଆବିନ୍ଦୁ, ଗ୍ଲାକୋମା ଭଳି ସମସ୍ୟା ଠାବ କରାଯାଏ, ତେବେ ସେହି ଅନୁସାରେ ଡାକ୍ତରମାନେ ଚିକିତ୍ସା କରିବାକୁ ପରାମର୍ଶ ଦେଇଥା’ନ୍ତି।

ଆଖି ସମସ୍ୟାରୁ ଦୂରେଇ ରହିବା ପାଇଁ ନିୟମିତ ଆଖି ପରୀକ୍ଷା କରିବା ଜରୁରୀ। ଆଖିର କିଛି ବି ସମସ୍ୟା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ। ସଚେତନ ରହିଲେ ଓ ଛଅ ମାସ ବ୍ୟବଧାନରେ ଆଖି ପରୀକ୍ଷା କଲେ ଦୃଷ୍ଟି ଜନିତ ସମସ୍ୟାରୁ ରକ୍ଷା ପାଇବେ ବୋଲି ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶ ପରାମର୍ଶ ଦେଇଛନ୍ତି।