କାହିଁକି ହୁଏ ଲିଭର ଫେଲ୍ୟୁଅର? ଆସନ୍ତୁ ଜାଣିବା ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ କ’ଣ କହୁଛନ୍ତି । (LIVER FAILURE – CAUSES  AND TREATMENT IN ODIA)

ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ହଜମ କରିବାରେ ଲିଭର ବା ଯକୃତ ସାହାଯ୍ୟ କରିଥାଏ। ଶରୀରକୁ ଆବଶ୍ୟକ ହେଉଥିବା ପ୍ରୋଟିନ ଲିଭର ପ୍ରସ୍ତୁତ କରିଥାଏ। ଏହା ଶରୀରରେ ପ୍ରାକୃତିକ ଫିଲଟର ଭଳି ଅଦରକାରୀ ବିଷାକ୍ତ ପଦାର୍ଥ ବାହାର କରିଦେଇଥାଏ। ଯେହେତୁ ଲିଭର ଏକା ସାଙ୍ଗରେ ଶରୀରର ବିଭିନ୍ନ କାମ କରିପାରେ, ତେଣୁ ଲିଭର ଖରାପ ହୋଇଗଲେ ଶରୀରରେ ଅନେକ ରୋଗ ଦେଖାଯାଏ।

ଅନିୟମିତତା ଖାଦ୍ୟପେୟ ଏବଂ ଅନ୍ୟାନ୍ୟ କାରଣରୁ ଲିଭରରେ ସମସ୍ୟା ଦେଖାଦିଏ। ଲିଭର ସମସ୍ୟା କମ ଦିନର ଅବଧି ହୋଇଥିଲେ ଏହାକୁ ଏକ୍ୟୁଟ ହେପାଟାଇଟିସ କୁହାଯାଏ। ଏହି ସମସ୍ୟା ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ତାହାକୁ କ୍ରୋନିକ ହେପାଟାଇଟିସ କୁହାଯାଏ। ଲିଭର ଫେଲ୍ୟୁଅର ହେବାର ପୂର୍ବାବସ୍ଥାକୁ ସିରୋସିସ ଅଫ ଲିଭର କୁହାଯାଏ। ସିରୋସିସ ଅଫ ଲିଭର ହେବାର କିଛି ଦିନ ମଧ୍ୟରେ ଲିଭର ଫେଲ୍ୟୁଅର ହୋଇଯାଏ ଏବଂ ରୋଗୀର ମୃତ୍ୟୁ ହୋଇପାରେ।

ଲିଭର ଫେଲ୍ୟୁଅର ହେବାର କାରଣ (Causes of Liver Failure in Odia)

ହେପାଟାଇଟିସ ବି ର ସଂକ୍ରମଣ ଯୋଗୁଁ ଲିଭର ଖରାପ ହୋଇଯାଏ।

ଅପରିବର୍ତ୍ତିତ ଜୀବନଶୈଳୀ କରାଣରୁ ଶରୀରରେ ଅନାବଶ୍ୟକ ଫ୍ୟାଟ ଜମା ହୋଇଯାଏ। ଫଳରେ ଲିଭର ସମସ୍ୟା ଦେଖାଦିଏ।

ଅତ୍ୟଧିକ ଆଲକୋହଲ ସେବନ ଏବଂ ଧୁମ୍ରପାନ ଲିଭର ଖରାପ ହେବାର ପ୍ରମୁଖ କାରଣ ହୋଇଥାଏ।

ଆମେ ଖାଉଥିବା ଅନେକ ଖାଦ୍ୟ ପାଟିକୁ ସ୍ଵାଦ ଲାଗିଲେ ମଧ୍ୟ ସେସବୁ ଶରୀର ପ୍ରତି ଖରାପ ହୋଇଥାଏ। ଯାହାକି ଲିଭର ଫେଲ୍ୟୁଅରର କାରଣ ପାଲଟେ।

ଲିଭର ଜନିତ ଜଟିଳ ସମସ୍ୟା (Serious Liver Problem in Odia)

ସିରୋସିସ ଅଫ ଲିଭର ହେବା ଦ୍ଵାରା ଯକୃତ ପୂର୍ବ ଅବସ୍ଥାକୁ ପୁନଶ୍ଚ ଫେରିପାରେନାହିଁ।

ରକ୍ତବାନ୍ତି ହେବା ସହ ରୋଗୀ ଜଣ୍ଡିସରେ ଆକ୍ରାନ୍ତ ହୋଇଯାଆନ୍ତି।

ଲିଭର କ୍ୟାନସର ଭଳି ସମସ୍ୟା ଦେଖାଦିଏ।

ରୋଗୀ ବାରମ୍ବାର ଚେତା ହରାଇବସେ।

କେମିତି ସୁସ୍ଥ ରହିବ ଲିଭର? (How to keep the Liver healthy in Odia)

ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ।

ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ଏବଂ ଚର୍ବିଜାତୀୟ ଖାଦ୍ୟ ଖାଇବା କମ କରନ୍ତୁ।

ସବୁଜ ପନିପରିବା ଏବଂ ଫଳମୂଳ ନିୟମିତ ଭାବେ ଖାଆନ୍ତୁ।

ଲିଭର ସୁସ୍ଥ ରଖିବା ପାଇଁ ଆପଣ ଦେଶୀ ମାଛ ଖାଇପାରିବେ।

କଫି ପିଇବା ଦ୍ଵାରା ଲିଭର ଠିକ ରହେ।

ଅଧିକ ପରିମାଣର ଲୁଣ ଜାତୀୟ ଖାଦ୍ୟରୁ ନିଜକୁ ଦୁରେଇ ରଖନ୍ତୁ।

ମଦ୍ୟପାନ ଏବଂ ଧୁମ୍ରପାନରୁ ନିଜକୁ ନିବୃତ୍ତ ରଖନ୍ତୁ।

ଅନେକ ଔଷଧ ଖାଇବା ଫଳରେ ଲିଭର ଉପରେ କୁପ୍ରଭାବ ପକାଏ। କୌଣସି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ପ୍ରତ୍ୟେକ ଦିନ ବ୍ୟାୟାମ ଏବଂ ଯୋଗ ଅଭ୍ୟାସ କରନ୍ତୁ।

ଅଧିକ ଜଙ୍କ ଫୁଡ ଏବଂ ଫାଷ୍ଟଫୁଡ ଖାଆନ୍ତୁ ନାହିଁ।

ଅଧିକ ମୋଟାପଣ ଏବଂ ମଧୁମେହ ଲିଭର ଖରାପର କାରଣ ହୋଇଥାଏ। ତେଣୁ ନିଜ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଲିଭର ମ୍ୟାଚିଂ କେମିତି ହୁଏ? (How does Liver matching happen in Odia)

ଲିଭର ଟ୍ରାନ୍ସପ୍ଲାଣ୍ଟେସନ ପୂର୍ବରୁ ଲିଭର ମ୍ୟାଚିଂ ହେଉଛି କି ନାହିଁ ତାହା ପରୀକ୍ଷା କରାଯାଏ। ସୁସ୍ଥ ବ୍ୟକ୍ତିର ବ୍ଲଡଗ୍ରୁପ ସହ ରୋଗୀର ବ୍ଲଡଗ୍ରୁପ କେତେ ମାତ୍ରରେ ସମାନ ହେଉଛି ବିଭିନ୍ନ ଟେଷ୍ଟ କରି ଦେଖାଯାଏ। ମନେକର ଜଣେ ବ୍ୟକ୍ତିର ବ୍ଲଡଗ୍ରୁପ ‘ଏ ’ ପୋଜେଟିଭ ,ସେହି ବ୍ୟକ୍ତି ଜଣଙ୍କ ‘ଏ’ ପୋଜେଟିଭ କିମ୍ବା ‘ଓ’ ପୋଜେଟିଭଙ୍କଠାରୁ ଲିଭର ନେଇପାରିବେ।

ଲିଭର ଟ୍ରାନ୍ସପ୍ଲାଣ୍ଟେସନ କ’ଣ? (What is Liver transplantation in Odia)

ଅନେକ ସମୟରେ ଲିଭର ଉପରେ କୌଣସି ଔଷଧ କିମ୍ବା ସର୍ଜରୀର ପ୍ରଭାବ ପଡେ ନାହିଁ। ଏପରିସ୍ଥଳେ ରୋଗୀର ଶରୀରରୁ ଲିଭର କାଢ଼ିଦିଆଯାଇଥାଏ। ଯାହାକୁ ଲିଭର ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ। ଲିଭର ଟ୍ରାନ୍ସପ୍ଲାଣ୍ଟେସନ ହେଉଛି ଦୁଇ ପ୍ରକାର। ରୋଗୀ ସହ ସମାନ ବ୍ଲଡଗ୍ରୁପ ଥିବା ଜଣେ ବ୍ୟକ୍ତିର ଶରୀରରୁ ଲିଭରର କିଛି ଅଂଶ ଅଣାଯାଇ ରୋଗୀର ଲିଭରରେ ପ୍ରତିରୋପଣ କରାଯାଇଥାଏ। କିଛିଦିନ ପରେ ପ୍ରତିରୋପଣ ହୋଇଥିବା ଲିଭର ପୁଣି କାମ କରିବା ଆରମ୍ଭ କରେ। ଏହାକୁ ଲିଭର ରିଜେନେରେସନ କୁହାଯାଏ। ଅନ୍ୟ ମାଧ୍ୟମଟି ହେଉଛି କାର୍ଡିଆଭେରିକ ଟ୍ରାନ୍ସପ୍ଲାଣ୍ଟ। ଦୁର୍ଘଟଣାବଶତଃ କିମ୍ବା ଅନ୍ୟକୌଣସି କାରଣରୁ ଜଣେ ବ୍ୟକ୍ତିର ବ୍ରେନ ନିଷ୍କ୍ରିୟ ହୋଇଗଲେ ସେମାନଙ୍କର ଲିଭର ବାହାର କରାଯାଇ ସୁସ୍ଥ ବ୍ୟକ୍ତିର ଶରୀରରେ ସ୍ଥାପନ କରାଯାଏ।

ଲିଭର ଟ୍ରାନ୍ସପ୍ଲାଣ୍ଟେସନ ଖର୍ଚ୍ଚ କେତେ? (How much does a Liver transplant in Odia)

 ଭାରତରେ କେତୋଟି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ହେଉଛି। ବେସରକାରୀ ଚିକିତ୍ସାଳୟରେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୨୫ ରୁ ୩୦ ଲକ୍ଷ ଏବଂ ସରକାରୀ ହସ୍ପିଟାଲରେ ୧୫ରୁ ୨୦ ଲକ୍ଷ ଖର୍ଚ୍ଚ ହେଉଛି। ଓଡିଶାରେ ଏହି  ଲିଭର ଟ୍ରାନ୍ସପ୍ଲାଣ୍ଟେସନ ୮ରୁ ୧୦ ଲକ୍ଷ ଭିତରେ କରାଯିବାର  ବ୍ୟବସ୍ଥା ରହିଛି।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମନୋଜ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

 Note: A brief medical advice, in Odia language, on Liver Failure with their causes & treatment and the option for Liver transplantation based on the interview with Dr. Monoj Kumar Sahu, Gastroenterologist.