ଜଳଖିଆ ହେଉଛି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ। ତେବେ ଆସନ୍ତୁ ଜାଣିବା ସକାଳ ସମୟରେ ଖାଲି ପେଟରେ କେଉଁ ଖାଦ୍ୟ ଖାଇବା କଥା ନୁହେଁ।

healthy breakfast

ଦିନ ସାରା ଆପଣଙ୍କ ଶରୀରର ବିଭିନ୍ନ ପ୍ରକ୍ରିୟା ଚାଲୁ ରହିଥାଏ। ଏକ ସୁସ୍ଥ ବ୍ରେକଫାଷ୍ଟରୁ ଆପଣ ଦିନ ଆରମ୍ଭ କଲେ ପୁରା ଦିନ ଭଲରେ କଟିଥାଏ। ସକାଳ ସମୟରେ ଭଲ ଜଳଖିଆ ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ଏବଂ ଆପଣଙ୍କୁ ଦିନସାରା ଶକ୍ତିଶାଳୀ ରଖେ। କିନ୍ତୁ କିଛି ଖାଦ୍ୟ ଖାଲି ପେଟରେ ଖାଇଲେ ଅନେକ ସମସ୍ୟା ହୋଇପାରେ।

oily spicy food

ମସଲାଯୁକ୍ତ ଖାଦ୍ୟ

ମସଲା ଆପଣଙ୍କ ଖାଦ୍ୟକୁ ସ୍ୱାଦିଷ୍ଟ କରିପାରେ କିନ୍ତୁ ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ଖାଇଲେ ହଜମ ପ୍ରକ୍ରିୟାରେ ସମସ୍ୟା ହୋଇଥାଏ। ଗ୍ୟାସ ସମସ୍ୟା ଏବଂ ଅନ୍ୟାନ୍ୟ ପେଟ ଜନିତ ରୋଗ ଦେଖାଦିଏ। ନିୟମିତ ମସଲାଯୁକ୍ତ  ଖାଇବା ଦ୍ୱାରା ଅଲସର ମଧ୍ୟ ହୋଇପାରେ।

କାର୍ବୋନେଟେଡ ପାନୀୟ

କାର୍ବୋନେଟେଡ ପାନୀୟ ଶରୀର ପାଇଁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର। ଅଧିକାଂଶ ଲୋକ ଦିନର ଯେକୌଣସି ସମୟରେ କାର୍ବୋନେଟଡ ପାନୀୟ ପିଇଥାଆନ୍ତି। କାର୍ବୋନେଟେଡ ପାନୀୟରେ ଅଧିକ ମାତ୍ରାରେ ସୁଗାର ଥାଏ ଏବଂ ଏହା ଶରୀରକୁ କୌଣସି ପୃଷ୍ଟିକର ଯୋଗାଇନଥାଏ। ତେଣୁ ଏହାକୁ ପିଇବା ଉଚିତ ନୁହେଁ। ଜଳଖିଆ ପାଇଁ ଆପଣ ଚିନି ବିନା ଏକ ଗ୍ଲାସ ତାଜା ଫଳ ରସ ପିଇପାରିବେ।

ଅତ୍ୟଧିକ ମିଠା

ଚିନିର ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟକୁ ବିଭିନ୍ନ ଉପାୟରେ ଖରାପ କରାଇଥାଏ। ତେଣୁ ଖାଦ୍ୟରୁ ଯେତେ ସମ୍ଭବ ଚିନିର ମାତ୍ରା କମାଇବା ଆବଶ୍ୟକ।

sour fruit

ସାଇଟ୍ରସ୍ ଖାଦ୍ୟ

ସକାଳ ସମୟରେ ଖାଲି ପେଟରେ ଖଟା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ସାଇଟ୍ରିକ୍ ଖାଦ୍ୟରେ ଭିଟାମିନ ସି ଭରପୂର ରହିଛି। ମାତ୍ର ସେଗୁଡ଼ିକ  କିଛି ଖାଇବା ଖାଇସାରିବା ପରେ ଖାଇବା ଉଚିତ। ଏହି ଖାଦ୍ୟଗୁଡ଼ିକ ଅମ୍ଳଯୁକ୍ତ ଯାହା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ। ଖଟାଯୁକ୍ତ ଖାଦ୍ୟ ଖାଇବା ଯୋଗୁଁ ଗ୍ୟାଷ୍ଟ୍ରିକ, ଅଲସର୍ କିମ୍ବା ଏସିଡିଟି ହେବାର ଆଶଙ୍କା ଥାଏ।

tamato

ଟମାଟୋ

ଟମାଟୋରେ ଟାନିକ ଏସିଡ ଅଧିକ ଥାଏ ଯାହାକୁ ଖାଲି ପେଟରେ ଆଦୌ ଖାଇବା ଉଚିତ ନୁହେଁ। ଆପଣଙ୍କର ହଜମ ପ୍ରକ୍ରିୟାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଖାଲି ପେଟରେ ଟମାଟୋ ଖାଆନ୍ତୁ ନାହିଁ।