ଆଜିକାଲି ମେଦବୃଦ୍ଧି ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ସାଧାରଣତଃ ଦୈନନ୍ଦିନ ଜୀବନରେ ଖାଦ୍ୟପେୟରେ ସନ୍ତୁଳନ ରକ୍ଷା ନକଲେ ମେଦବୃଦ୍ଧି ଘଟିଥାଏ।

ଅବସର ସମୟରେ କିଛି ଲୋକ ଚିପ୍ସ ହେଉ କିମ୍ବା କୌଣସି ପ୍ରକାର ଜଙ୍କ୍ ଫୁଡ୍ ଖାଉଥିବାର ଲକ୍ଷ କରାଯାଏ। ଏହାଦ୍ଵାରା ପେଟ ପୁରିଯାଏ ସତ ମାତ୍ର ଏଥିରେ ଥିବା ଅଧିକ ମାତ୍ରାରେ କ୍ୟାଲେରୀ ଓଜନ ବଢ଼ାଇ ଥାଏ। ଯଦି ଲଙ୍ଗ୍ ଡ୍ରାଇଭିଂରେ ଯାଉଛନ୍ତି, ସାଙ୍ଗରେ ପୁଷ୍ଟିକର ଆହାର ଯେପରିକି ଫଳ, ଗାଜର ଓ ସାଲାଡ ନେଇପାରିବେ। ଏହାସହ ପାଣି ମଧ୍ୟ ସାଙ୍ଗରେ ନିଅନ୍ତୁ।

eating while watching tv

  • ଟିଭି ଦେଖୁଥିବା ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହାଦ୍ଵାରା ଖାଦ୍ୟ ଉପରେ ଧ୍ୟାନ ନଥାଏ। ଭୋଜନ ସବୁବେଳେ ଧ୍ୟାନ ସହକାରେ ଗ୍ରହଣ କରିବା ଉଚିତ୍। ଧିରେ ଧିରେ ଖାଦ୍ୟକୁ ଚୋବାଇ ଖାଇବା ଦ୍ଵାରା ପାଚନ କ୍ରିୟା ମଧ୍ୟ ସଠିକ୍ ଭାବେ ହୋଇଥାଏ।
  • ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ମେଦ ବୃଦ୍ଧି ରୋକିବା ପାଇଁ ଗୋଟିଏ ଖାଦ୍ୟ ଦିନ ସାରା ଗ୍ରହଣ କରିଥାନ୍ତି। ଏହାଦ୍ଵାରା ଶରୀରକୁ ଠିକ୍ ଭାବେ ପୋଷକ ତତ୍ତ୍ଵ ମିଳିନଥାଏ। ପତିଦିନ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରନ୍ତୁ। ପୋଷକ ତତ୍ତ୍ଵ ଥିବା ଖାଦ୍ୟ ପ୍ରତିଦିନ ଗ୍ରହଣ କରନ୍ତୁ।
  • ଅଫିସରେ ଅଧିକ ମାତ୍ରାରେ ଚା’ ଓ କଫି ଅଧିକ ମାତ୍ରାରେ ପିଉଥିଲେ ଏହା ମେଦ ବୃଦ୍ଧିର କାରଣ ହୋଇଥାଏ। ଏହା ବଦଳରେ ଯଦି ଗ୍ରୀନ୍ ଟି ପିଅନ୍ତି ତେବେ ଏହା ମେଦ କମାଇବା ପାଇଁ ଲାଭପ୍ରଦ ହୋଇଥାଏ।
  • ସକାଳ ଖାଦ୍ୟ ଗ୍ରହଣ ନକରିବା ଦ୍ଵାରା ଦ୍ଵିପ୍ରହରରେ ଆପଣଙ୍କୁ ଅଧିକ ମାତ୍ରାରେ ଭୋକ ଲାଗିଥାଏ। ଏକସଙ୍ଗରେ ଆମେ ଅଧିକ ମାତ୍ରାରେ ଖାଇଦେଉ। ଏହି କାରଣରୁ ମେଦ ବୃଦ୍ଧି ଘଟିଥାଏ। ତେଣୁ ସକାଳ ଖାଦ୍ୟ ଅଧିକ ମାତ୍ରାରେ ଗ୍ରହଣ କରନ୍ତୁ।