child

ଅଧିକ ପଢ଼ନ୍ତୁ: ଛୁଆଙ୍କର କୃମି ହୁଏ କାହିଁକି? ଜାଣନ୍ତୁ, କେମିତି ରୋକିବେ

ଶିଶୁର ସ୍ୱାସ୍ଥ୍ୟର ଯତ୍ନ ଯେ କେବଳ ତା’ର ଜନ୍ମପରଠାରୁ ହୋଇଥାଏ ତା’ ନୁହେଁ ବରଂ ଗର୍ଭାବସ୍ଥା ବା ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଯାଇଥାଏ। ସେଥିପାଇଁ ଗୋଟିଏ ମା’କୁ ଏଥିପ୍ରତି ସଚେତନ ହେବାକୁ ହୋଇଥାଏ। ଏଥିପାଇଁ ତା’ର ପରିବେଶ ଓ ଘରର ପ୍ରତ୍ୟେକ ସଦସ୍ୟଙ୍କ ଦାୟିତ୍ୱ ହେବା ଉଚିତ୍ ଯେ ଗର୍ଭାବସ୍ଥା ସମୟରେ ମା’ର ଯତ୍ନ ଠିକ ଭାବେ ନେବା। ଗର୍ଭାବସ୍ଥାରୁ ହିଁ ଶିଶୁର ଶାରୀରିକ ବିକାଶ ବୃଦ୍ଧି ହୋଇଥାଏ। ସେଥିପାଇଁ ମା’କୁ ପୁଷ୍ଟିକର ଖାଦ୍ୟ ଖାଇବା ସହିତ, ଛୋଟ ଛୋଟ ବ୍ୟାୟାମ କରିବା ଉଚିତ୍। ଯାହାଫଳରେ ଶିଶୁଟି ମଧ୍ୟ ସୁସ୍ଥସବଳ ହୋଇ ଜନ୍ମହେବ ଓ ମାନସିକ ସ୍ତରରେ ବିକାଶ ଠିକ୍ ଭାବେ ହୋଇପାରିବ।

ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ କହିଲେ ଆମେ ସାଧାରଣତଃ ଶାରୀରିକ ଭାବେ ସୁସ୍ଥତାକୁ ହିଁ ବୁଝିଥାଉ। କିନ୍ତୁ ଏହା ଭାବିବା ଭୁଲ୍। ଶାରୀରିକ ଭାବେ ସୁସ୍ଥ ରହିବା ସହ ମାନସିକ, ନୈତିକ, ବୌଦ୍ଧିକ ଓ ସାମାଜିକ ସ୍ତରରେ ବିକାଶ ହେବା ଉଚିତ୍। ତା’ ହେଲେ ଆମେ ବୁଝିବା ଯେ ପିଲାର ସମ୍ପୂର୍ଣ୍ଣ ବିକାଶ ହୋଇପାରିଛି ବୋଲି। ସେଥିପାଇଁ ମା’ ଅଧିକ ଯତ୍ନବାନ୍ ହେବା ଉଚିତ୍। ତାହା ସହିତ ପରିବେଶ ଓ ତା’ର ପାରିପାର୍ଶ୍ୱିକ ପରିସ୍ଥିତି ବି ଦରକାର। କାରଣ, ଗୋଟିଏ ସୁସ୍ଥ ମଣିଷ ହିଁ ଗୋଟିଏ ସୁସ୍ଥ ସମାଜ ଗଠନ କରିପାରିବ ଓ ଭବିଷ୍ୟତରେ ନିରୋଗ ରହିପାରିବ। ଯେତେବେଳେ ପିଲା ଦୁର୍ବଳ ହୋଇପଡେ ଓ ଅସୁସ୍ଥ ହୋଇପଡେ ସେତେବେଳେ ତା’ର ଭଲ ଡାକ୍ତରୀ ଚିକିତ୍ସା ଓ ପିତାମାତାଙ୍କ ସାହାଯ୍ୟ ସହଯୋଗ ଏକାନ୍ତ ଆବଶ୍ୟକ କରିଥାନ୍ତି। ସେତେବେଳେ ପିତାମାତାଙ୍କ ଦାୟିତ୍ୱ ପିଲାର ଉତ୍ତମ ଯତ୍ନ ନେବା।

 ଶିଶୁର ଶରୀରର ବିକାଶ ବିଭିନ୍ନ ସ୍ତର ଦେଇ ଗତି କରିଥାଏ। ଯେମିତିକି

୧) ଶୈଶବାବସ୍ଥା

୨) ବାଲ୍ୟାବସ୍ଥା

୩) କୈଶୋରାବସ୍ଥା

 ଏଇ ସମୟରେ ପିଲାମାନଙ୍କର ସ୍ୱାସ୍ଥ୍ୟର ଉତ୍ତମ ଯତ୍ନ ନେବା ଉଚିତ୍।

୧) ଶୈଶବାବସ୍ଥା:- ଶିଶୁ ଅବସ୍ଥାରେ ପିଲାର ଯତ୍ନ ଅଧିକ ନେବାକୁ ପଡ଼ିଥାଏ। ଶୈଶବାବସ୍ଥାରେ ଶିଶୁର ଶାରୀରିକ ବିକାଶ କହିଲେ ବିଭିନ୍ନ ପ୍ରକାର ଶାରୀରିକ ଅଂଶର ବିକାଶ, ଯେମିତିକି ଉଚ୍ଚତା, ସ୍ନାୟବିକ ସିଷ୍ଟମ୍, ଲଙ୍ଗସ୍, ହାର୍ଟ ଆଦି। ମାନସିକ ବିକାଶ ହେଉଛି ବିଭିନ୍ନ ଆକ୍ଟିଭିଟ୍‌ସରେ ଦକ୍ଷତା ହେବା, ବୃଦ୍ଧିର ବିକାଶ ଓ ମାନସିକ ଭାବେ ବିଭିନ୍ନ ବିକାଶକୁ ବୁଝିଥାଉ। ବୌଦ୍ଧିକ ବିକାଶ କହିଲେ ବୌଦ୍ଧିକ ସ୍ତରରେ ବିକାଶ, ନୈତିକ ବିବାଶ କହିଲେ ନୈତିକ ସ୍ତରରେ (ଉତ୍ତମ ଚରିତ୍ରର) ବିକାଶ।

ସାମାଜିକ ବିକା କହିଲେ ପିଲା କେମିତି ତା’ ପରିବାର ଅନୁସାରେ ଗତିବିଧି ଲକ୍ଷ୍ୟ କରି ଓ ପରିବେଶ ସହିତ ଖାପଖୁଆଇ କିପରି ଚଳିବାକୁ ହେବ ସେ ବିଷୟରେ ଶିକ୍ଷା କରିଥାଏ।

ଏଇ ଅବସ୍ଥାରେ ପିଲା ଧୀରେ ଧୀରେ କଥା କହିଥାଏ, ପେଟେଇବା, ଗୁରୁଣ୍ଡିବା କରିଥାଏ। ଶିକ୍ଷା କ୍ଷେତ୍ରରେ ସେ କେମିତି ବିକାଶ କରିବ, ସେ ଦାୟିତ୍ୱ ଉଭୟ ପିତାମାତା ଆଉ ଶିକ୍ଷକଙ୍କର ହୋଇଥାଏ।

Child

ଶିଶୁ ଅବସ୍ଥାରେ ଶିଶୁର ଶାରୀରିକ ବିକାଶ

ଶିଶୁ ଅବସ୍ଥା ସାଧାରଣତଃ ଦୁଇ ଭାଗରେ ବିଭକ୍ତ ହୋଇଥାଏ।

ପ୍ରଥମ ହେଲା ଜନ୍ମରୁ ୩ ବର୍ଷ ପର୍ଯ୍ୟନ୍ତ

ଦ୍ୱିତୀୟ ହେଲା ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ

ଏହି ଶିଶୁ ଅବସ୍ଥାରେ ବିକାଶ ଦ୍ରୁତଗତିରେ ହୋଇଥାଏ। ପ୍ରଥମ ବର୍ଷରେ ଉଭୟ ଓଜନ ଓ ସାଇଜର ବୃଦ୍ଧି ହୋଇଥାଏ। ମସ୍ତିଷ୍କର ବୃଦ୍ଧି, ଉଚ୍ଚତାର ବୃଦ୍ଧି, ଓଜନର ବୃଦ୍ଧି , ଆଭ୍ୟନ୍ତରୀଣ ଅର୍ଗାନର ବୃଦ୍ଧି ହୋଇଥାଏ। ଯେମିତିକି ଜନ୍ମବେଳେ ଦାନ୍ତ ଉଠିନଥାଏ। କିନ୍ତୁ ଗୋଟିଏ ବର୍ଷ ଭିତରେ ଦାନ୍ତ ଉଠିଥାଏ। ଯାହାକୁ ଆମେ ମିଲକ୍ ଟିଥ୍‌ ବୋଲି କହିଥାଉ।

ଅଧିକ ପଢ଼ନ୍ତୁ: ନବଜାତ ଶିଶୁର ଶ୍ରେଷ୍ଠ ଆହାର ମା’ କ୍ଷୀର

ଶିଶୁ ଅବସ୍ଥାରେ ଶିଶୁର ସ୍ୱାସ୍ଥ୍ୟର ଯତ୍ନ

ଏହି ସମୟରେ ଶିଶୁର ଶାରୀରିକ ବୃଦ୍ଧି ଓ ବିକାଶ ହୋଇଥାଏ। ସେଥିପାଇଁ ପିତାମାତାଙ୍କର ଦାୟିତ୍ୱ କେମିତି ଶିଶୁର ଶରୀରର ଯତ୍ନ ଠିକ୍ ଭାବେ ନେବା।

୧) ଖାଦ୍ୟ: ଶିଶୁର ଶରୀରର ବିକାଶ ପାଇଁ ଖାଦ୍ୟ ଅପରିହାର୍ଯ୍ୟ। ଏହି ସମୟରେ ଶରୀରର ବୃଦ୍ଧି ଦ୍ରୁତଗତିରେ ହୋଇଥାଏ। ସେଥିପାଇଁ ଶିଶୁର ଖାଦ୍ୟ ସନ୍ତୁଳିତ ଓ ନିର୍ଦ୍ଦିଷ୍ଟ ସମୟରେ ହେବା ଉଚିତ୍। ଶିଶୁର ହାଡର ବିକାଶ ଏହି ସମୟରେ ହୋଇଥାଏ। ସେଥିପାଇଁ କ୍ଷୀର ପାନ କରିବା ନିହାତି ଦରକାର। ଆଉ ବିଭିନ୍ନ ପ୍ରକାରର ଫଳର ଜୁସ୍, ଶିଶୁ ପାଇଁ ବହୁତ ଭଲ। ଏହି ସମୟରେ ମା’ କ୍ଷୀର ଶିଶୁ ପାଇଁ ସବୁଠାରୁ ଉତ୍ତମ ହୋଇଥାଏ।

୨) ପରିଷ୍କାର ଓ ପରିଚ୍ଛନ୍ନତା: ଶିଶୁ ସମୟରେ ତା’ର ହାଡ଼ ଦୁର୍ବଳ ଥାଏ, ଯାହାଫଳରେ ଅଧିକ ଯତ୍ନ ନେବା ଦରକାର। ଶିଶୁକୁ ପରିଷ୍କାର ରଖିବା ଓ ଗାଧୋଇବା ଦରକାର। ଶିଶୁର ସ୍ୱାସ୍ଥ୍ୟ ପାଇଁ ଭଲ ଅଏଲ୍‌ ଦେହରେ ମାଲିସ୍ କରିବା ଦରକାର। ଶିଶୁ ଯଦି ପରିଷ୍କାର, ପରିଚ୍ଛନ୍ନ ନ ରହେ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ। ଯେମିତିକି ଜ୍ୱର, ଝାଡ଼ା ଆଦି। ପରିଷ୍କାର ପାଣି ନିହାତି ଆବଶ୍ୟକ। ଶିଶୁର ବେଡ୍, ଡ୍ରେସ୍, ବେଡସିଟ୍ ଯେମିତିକି ସବୁବେଳେ ପରିଷ୍କାର ରହିବା ଉଚିତ୍। ଖରାପ ଗନ୍ଧ ଶିଶୁର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଶିଶୁକୁ ଛୋଟ ଛୋଟ ବ୍ୟାୟାମ କରାଇବା ଦରକାର।

୩) ଲୁଗାପଟା: ଶିଶୁର ଡ୍ରେସ୍ ଏମିତି ହେବା ଉଚିତ୍ ଯେମିତି ବେଶି ଟାଇଟ୍ କିମ୍ବା ବେଶି ଲୁଜ୍ ହୋଇନଥିବ। ସବୁବେଳେ କଟନ୍ ହାଲ୍‌କା କପଡ଼ାର ଡ୍ରେସ୍ ପିନ୍ଧାଇବା ଭଲ। ଶୀତଦିନେ ଶିଶୁକୁ ଭଲଭାବେ ମାଲିସ୍ କରି କଅଁଳିଆ ସୂର୍ଯ୍ୟ କିରଣରେ କିଛି ସମୟ ରଖିବା ଉଚିତ୍। ଯାହା ଫଳରେ ହାଡ଼ ଶକ୍ତ ହୋଇଥାଏ।

୪) ଶୋଇବା: ସାଧାରଣତଃ ଶିଶୁ ଅବସ୍ଥାରେ ପିଲା ଅଧିକ ସମୟ ଶୋଇବା ଉଚିତ୍। କାହିଁକି ନା ଶୋଇବା ଦ୍ୱାରା ଶରୀରର ଠିକ୍ ଭାବ. ବିକାଶ ହୋଇଥାଏ।

୫) ଶିଶୁର ଯତ୍ନ: ଶିଶୁକୁ ସମୟକୁ ସମୟ ଫିଡିଙ୍ଗ୍ କରିବା ଦରକାର। ପିଲାମାନେ ଏହି ସମୟରେ ସାଧାରଣତଃ ଭୋକ ହେଲେ କାନ୍ଦିଥାନ୍ତି, ସେଥିପାଇଁ ସେମାନଙ୍କୁ ଯତ୍ନ କରିବା ଦରକାର।

୬) ମା’ର ସ୍ନେହ: ସବୁଠାରୁ ଜରୁରୀ ହୋଇଥାଏ ମା’ର ସ୍ନେହ ଓ ଏହା ଅତ୍ୟନ୍ତ ଆବଶ୍ୟକ। ଏହି ସମୟରେ ଶିଶୁର ଯତ୍ନ କେବଳ ମା’ ହାତରେ ହିଁ ହେବା ଉଚିତ୍। କୌଣସି ଚାକର କି ନର୍ସ ହାତରେ ହେବା ଠିକ୍ ନୁହେଁ।

୭) ଟୀକା ଦାନ: ଭବିଷ୍ୟତରେ ବିଭିନ୍ନ ରୋଗ ସଂକ୍ରମଣରୁ ଶିଶୁକୁ ରକ୍ଷା କରିବା ପାଇଁ ଟୀକାଦାନା କରିବା ନିହାତି ଜରୁରୀ। ଡାକ୍ତରଙ୍କ ପରାମର୍ଶ ଓ ଦେହର ନିୟମିତ ଯାଞ୍ଚ କରିବା ଆବଶ୍ୟକ।

ଶିଶୁ ଏହି ସମୟରେ ବଡ଼ମାନଙ୍କଠୁ ସବୁକିଛି ଅନୁକରଣ କରିଥାଏ। ସେଥିପାଇଁ ପିତାମାତାଙ୍କ ବହୁତ ବଡ଼ ଭୂମିକା ଥାଏ। ସେମାନେ ଯେମିତି ଶିଶୁକୁ ଉତ୍ତମ ଶିକ୍ଷା ଦେଇପାରିବେ। ଏହିପରି ଭାବରେ ଶିଶୁ ଅବସ୍ଥାରେ ଶିଶୁର ଯତ୍ନ ଠିକ୍ ଭାବେ ହୋଇପାରିଲେ ଶିଶୁର ଶାରୀରିକ ଓ ମାନସିକ ଦିଗରେ ଉତ୍ତମ ବିକାଶ ହୋଇଥାଏ।