ଶିଶୁର ମାନସିକ ଏବଂ ଶାରୀରିକ ବିକାଶ ଦିଗରେ ମା’ କ୍ଷୀର ଉତ୍ତମ ଉତ୍ସ।

breast feeding

ମା’ର ପ୍ରଥମ କ୍ଷୀର ଶିଶୁ ପାଇଁ ଅମୃତ ସମାନ। ଶିଶୁ ଜନ୍ମ ହେବା ମାତ୍ରେ ତାକୁ ମା’ କ୍ଷୀର ଖୁଆଇବା ଉଚିତ୍। ପ୍ରଥମ କିଛି ଦିନର ମାଆ କ୍ଷୀରରେ ବିଭିନ୍ନ ପୋଷକତତ୍ୱ ସହିତ ବହୁ ପରିମାଣର କୋଲଷ୍ଟ୍ରମ୍ ରହିଥାଏ, ଯାହାକି ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ଜନ୍ମଠାରୁ ୬ ମାସ ହେବା ପର୍ଯ୍ୟନ୍ତ ଶିଶୁକୁ ମା’ କ୍ଷୀର ପିଆଇବା ଦରକାର, ଯାହା ଶିଶୁର ପାଚନ ପ୍ରକ୍ରିୟାକୁ ତ୍ୱରିତ କରେ। ମା’ କ୍ଷୀର ଶିଶୁକୁ ବୁଦ୍ଧିମାନ କରିଥାଏ। ସ୍ତନ୍ୟପାନ କରାଇବା ଶିଶୁକୁ ସୁସ୍ଥ ଏବଂ ନିରୋଗ ରଖିବାର ସବୁଠାରୁ ପ୍ରଭାବଶାଳୀ ଉପାୟ। ସ୍ତନ୍ୟପାନ କରାଇବାରେ ପ୍ରାୟ ଲୋକ ଅମଙ୍ଗ ହେବାର ଦେଖାଯାଇଛି। କିନ୍ତୁ ଜାଣିରଖିବା ଉଚିତ ଯେ ସ୍ତନ୍ୟପାନ କରାଇବା ଫଳରେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ଭାରତରେ ୪୦ ପ୍ରତିଶତ ଲୋକ ଶିଶୁକୁ ସ୍ତନ୍ୟପାନ କରାଇଥାଆନ୍ତି। WHO ପକ୍ଷରୁ କୁହାଯାଇଛି ଯେ, ପ୍ରତିବର୍ଷ ସର୍ବଭାରତୀୟ ସ୍ତରରେ ସମସ୍ତ ଲୋକ ସ୍ତନ୍ୟପାନକୁ ଗୁରୁତ୍ଵ ଦେଲେ ୮୨ ହଜାର ଲକ୍ଷ ଶିଶୁଙ୍କ ମୃତ୍ୟୁ ହେବ ନାହିଁ।

ପ୍ରଥମ ୬ମାସ ପାଇଁ ସ୍ତନ୍ୟପାନ କରାଇବା ଆବଶ୍ୟକ

ଜନ୍ମର ଏକ ଘଣ୍ଟା ପରେ ସ୍ତନ୍ୟପାନ ନିହାତି ଜରୁରୀ। ସେହି କ୍ଷୀରରେ ବିଭିନ୍ନ ଭିଟାମିନ ରହିଥାଏ ଯାହା ଜନ୍ମ ହୋଇଥିବା ଶିଶୁର ବିକାଶ ଦିଗରେ ସହାୟ ହୁଏ। ଉତ୍ତମ ଅଭିବୃଦ୍ଧି, ବିକାଶ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ହାସଲ ପାଇଁ ମା କ୍ଷୀର ଆବଶ୍ୟକ। ସେମାନଙ୍କ ପରିପୃଷ୍ଟ କରାଇବା ପାଇଁ ଏହି କ୍ଷୀର ପୃଷ୍ଟିକର ଭାବେ କାମ କରେ।

ସ୍ତନ୍ୟପାନ ୨ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଶିଶୁଙ୍କ ପାଇଁ ଭଲ।

mother breastfeeding

ସ୍ତନ୍ୟପାନ ଶିଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରାଏ

ସ୍ତନ୍ୟପାନ ନବଜାତ ଶିଶୁ ଏବଂ ଶିଶୁମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ। ଏହା ଶିଶୁମାନଙ୍କ ସୁସ୍ଥ ବିକାଶ ପାଇଁ ଆବଶ୍ୟକ ସମସ୍ତ ତତ୍ୱ ଦେଇଥାଏ। ଶିଶୁମାନଙ୍କ ପାଇଁ ଏହି କ୍ଷୀର କୌଣସି କୁପ୍ରଭାଵ ପକାଏ ନାହିଁ। ଏହି କ୍ଷୀରରେ ଆଣ୍ଟିବଡି ରହିଛି ଯାହା ଶିଶୁକୁ ଡାଇରିଆ ଓ ନିମୋନିଆ ରୋଗରୁ ରକ୍ଷା କରେ।

ସ୍ତନ୍ୟପାନ ଦ୍ଵାରା ମା’କୁ ଉପକୃତ ମିଳିଥାଏ

ସ୍ତନ୍ୟପାନ ଉଭୟ ଶିଶୁ ଏବଂ ମା’କୁ ସୁରକ୍ଷିତ ରଖେ। ସ୍ତନ୍ୟପାନ କରାଇବା ଫଳରେ ସ୍ତନ ଏବଂ ଗର୍ଭାଶୟ କ୍ୟାନସର ହେବାର ଆଶଙ୍କା ବହୁତ କମ୍‌।

ମହିଳାମାନେ  ପ୍ରସବ ପରେ ମାନସିକ ଅବସାଦର ଶିକାର ହୋଇଥା’ନ୍ତି। ଶିଶୁକୁ ସ୍ତନ୍ୟପାନ କରାଇଲେ ଏହି ସମସ୍ୟା ଦୂର ହୋଇଥାଏ।

ଶିଶୁମାନଙ୍କୁ ଦୀର୍ଘସ୍ଥାୟୀ କରିଥାଏ

ସ୍ତନ୍ୟପାନ କରାଇବା ଏକ ଉତ୍ତମ ଜୀବନ ପାଇଁ ସହାୟକ ହୋଇଥାଏ। ଶିଶୁମାନଙ୍କୁ ସ୍ତନ୍ୟପାନ କରାଉଥିଲେ ଅଧିକ ଓଜନ କିମ୍ବା ମୋଟା ହେବାର ସମ୍ଭାବନା କମ୍ ଥାଏ। ସେମାନଙ୍କର ଟାଇପ୍-୨ ମଧୁମେହ ହେବାର ସମ୍ଭାବନା କମ ଥାଏ।

ସ୍ତନ୍ୟପାନ ଉପରେ ଗୁରୁତ୍ୱ ଦିଆଗଲେ ବହୁ ଶିଶୁଙ୍କୁ ଅକାଳ ମୃତ୍ୟୁ ଓ ରୋଗମୁଖରୁ ରକ୍ଷା କରାଯାଇପାରିବ।