ଚକୋଲେଟ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଚକୋଲେଟ ଖାଇବା ଦ୍ୱାରା ଆମକୁ ଅନେକ ଉପକାରିତା ମିଳିଥାଏ।

food

ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକୋଲେଟ ଖାଇବାକୁ ଭଲ ଲାଗେ। କେବଳ ସେତିକି ନୁହେଁ ଚକୋଲେଟ ଆମକୁ ଏକ ପ୍ରକାର ମାନସିକ ଶାନ୍ତି ଦେଇଥାଏ।

ଡାର୍କ ଚକୋଲେଟ ଶରୀରରେ ଭଲ କୋଲେଷ୍ଟ୍ରୋଲ ସଂରକ୍ଷିତ କରି ରଖିଥାଏ। ହ୍ଵାଇଟ ଚକୋଲେଟ ଖେଳାଳିମାନଙ୍କ ପାଇଁ ଭଲ। ଏହି ଚକୋଲେଟ ଖାଇବା ଦ୍ୱାରା ସେମାନଙ୍କ ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରା ହ୍ରାସ ପାଇଥାଏ।

ଡାର୍କ ଚକୋଲେଟ ଉଚ୍ଚ ରକ୍ତଚାପର ଆଶଙ୍କା କମାଇ ଦେଇଥାଏ। ଚକୋଲେଟରେ ଥିବା ଆଣ୍ଟି-ହାଇପରଟେନସିଭ ଗୁଣ ଶରୀରରେ ଅକ୍ସିଡେଟିଭ ଷ୍ଟ୍ରେସକୁ କମାଇ ଦେଇଥାଏ ଏବଂ ଏଣ୍ଡୋଥେଲିଆଲ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ଯାହାକି ଶରୀରରେ ରକ୍ତଚାପ ନିୟନ୍ତ୍ରଣ ଆଣିପାରେ।

ଚକୋଲେଟ ଖାଇବା ଫଳରେ ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ। ବିଶେଷ କରି ୬୫ ବର୍ଷ ପରେ ମହିଳାମାନେ ଚକୋଲେଟ ଖାଇବା ବେଶ ଭଲ।

ଚକୋଲେଟ ଖାଇବା ଦ୍ୱାରା ଶରୀରରେ ରକ୍ତ ଭଲ ଭାବରେ ସଞ୍ଚାଳନ ହୋଇଥାଏ। ଫଳରେ ଷ୍ଟ୍ରୋକ ହେବାର ଆଶଙ୍କା ନଥାଏ।

ଚକୋଲେଟରେ ଥିବା ଫ୍ଲାଭୋନୋଲ ଶରୀରରେ କାର୍ବୋହାଇଡ୍ରେଟ୍ସକୁ ଅବଶୋଷିତ କରି ଗ୍ଲୁକୋଜ ହେମାଟୋସିସ ପ୍ରକ୍ରିୟାରେ ନିୟନ୍ତ୍ରଣ ଆଣିଥାଏ।

ଚକୋଲେଟରେ ଥିବା ଆମିନୋ ଏସିଡ ଟ୍ରିପଟୋଫାନ ମସ୍ତିଷ୍କରେ ନ୍ୟୁରଟ୍ରାନ୍ସମିଟର କ୍ଷରିତ କରିଥାଏ। ଏଥିରେ ଥିବା ଟାଇରାମିନ ବ୍ୟକ୍ତିର ଆନନ୍ଦ ସହ ଜଡ଼ିତ। ତେଣୁ ଚକୋଲେଟ ଖାଇବା ସମୟରେ କିମ୍ବା ଖାଇବା ପରେ ଆମକୁ ଖୁସି ଲାଗିଥାଏ।

ଚକୋଲେଟରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟାରୀ ଗୁଣ ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ। ଚକୋଲେଟ ତ୍ୱଚାର ଇଲାଷ୍ଟିକ ଏବଂ କୋଲାଜେନ ସ୍ତର ବଜାୟ ରଖିଥାଏ।