ଗାଧୋଇବା ସମୟରେ ଗର୍ଭବତୀ ମହିଳାମାନଙ୍କୁ ଅଧିକ ସତର୍କ ରହିବାକୁ ହୋଇଥାଏ। ଗରମ ପାଣିରେ ଗାଧୋଇବା ଯୋଗୁଁ ଶରୀରର ରକ୍ତଚାପ କମିଯିବାର ଆଶଙ୍କା ଥାଏ।

pregnancyଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ। ଏହି ସମୟରେ ସବୁ ଜିନିଷ ପ୍ରତି ଅଧିକ ଯତ୍ନବାନ ହେବାକୁ ଓ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ।

ଏକ ଗରମ ବାଥ ଟବରେ ୧୦ ମିନିଟରୁ ଅଧିକ ସମୟ ବିତାଇବା ଦ୍ୱାରା ଆପଣଙ୍କ ଶରୀରର ତାପମାତ୍ରା ୧୦୧ ଫାରେନାଇଟ ବା ୩୮.୩ c ରୁ ଅଧିକ ହୋଇଯାଇପାରେ। ଗର୍ଭବତୀମାନଙ୍କୁ ଜ୍ୱର ହେଲେ ସେମାନଙ୍କ ଶରୀରର ତାପମାତ୍ରା ବଢ଼ିଯାଇଥାଏ। ଯାହାକୁ ଶିଶୁ ସହଜରେ ଗ୍ରହଣ କରିପାରିନଥାଏ।

ଗରମ ଟବରେ ୧୦ ମିନିଟରୁ କମ ସମୟ ଗାଧାନ୍ତୁ।

ଗରମ ପାଣି ଆସୁଥିବା ଜାଗାରୁ ଦୂରେଇ ବସନ୍ତୁ।

ମୁଣ୍ଡ, ବାହୁ, କାନ୍ଧ ଏବଂ ଉପର ଛାତି ଗରମ ପାଣିରେ ବୁଡ଼ାନ୍ତୁ ନାହିଁ।

ଗର୍ଭାବସ୍ଥା ସମୟରେ ଆପଣ ପ୍ରତିଦିନ ଗାଧୋଇ ପାରିବେ। ସବୁବେଳେ ଥଣ୍ଡା ପାଣିରେ ଗାଧୋଇବାକୁ ଚେଷ୍ଟା କରନ୍ତୁ। ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ବ୍ଲଡ ପ୍ରେସର କମିଯିବାର ଆଶଙ୍କା ରହିଛି। ଆବଶ୍ୟକସ୍ଥଳେ ଆପଣ ଗୋଟେ ମଗ ଗରମ ପାଣିରେ ୫ ମଗ ଥଣ୍ଡା ପାଣି ବ୍ୟବହାର କରିପାରିବେ।

ଗର୍ଭାବସ୍ଥାର ପ୍ରଥମ ତିନି ମାସ ଗାଧୋଇବା ପାଇଁ ନଳ ପାଣି କିମ୍ବା ଉଷୁମ ପାଣି ବ୍ୟବହାର କରନ୍ତୁ।

୪ ରୁ ୬ ମାସ ଭିତରେ ଶିଶୁର ଅଙ୍ଗପ୍ରତ୍ୟଙ୍ଗ ବିକାଶ ହୋଇଯାଇଥାଏ। ଏଣୁ ଯଦି ଏହି ସମୟରେ ଡାକ୍ତର ଗାଧୋଇବାକୁ ବାରଣ କରୁଛନ୍ତି ତେବେ ଗାଧାନ୍ତୁ ନାହିଁ। ଯଦି ବି ଗାଧୋଉଛନ୍ତି ତେବେ ଅଧିକ ସମୟ ପାଣିରେ ରୁହନ୍ତୁ ନାହିଁ। ଏହା ଦ୍ୱାରା ଭାଜିନାଲ ଇନଫେକସନର ଆଶଙ୍କା ବଢ଼ିଯାଏ।

ଗର୍ଭାବସ୍ଥାର ୬ରୁ ୯ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ସମୟରେ ଗାଧୋଇଲେ ଆରାମ ମିଳେ। ମାତ୍ର ଏହି ସମୟରେ ଶରୀରର ଓଜନ ବଢ଼ିଯାଇଥିବାରୁ ଗାଧୋଇବାକୁ ଯିବା ସମୟରେ ଘର ଲୋକଙ୍କ ସାହାଯ୍ୟ ନେଇପାରିବେ।

ଗର୍ଭାବସ୍ଥାରେ କୌଣସି ପ୍ରକାରର ବଡି ଲୋସନ, ସୁଗନ୍ଧିତ ସାବୁନ କିମ୍ବା ତେଲ ବ୍ୟବହାର କରନ୍ତୁ ନାହିଁ। ଏସବୁ ହୁଏତ ପିଲା ଉପରେ କୁପ୍ରଭାଵ ପକାଇ ପାରେ।

୧୫-୨୦ ମିନିଟରୁ ଅଧିକ ସମୟ ବାଥଟବରେ ରୁହନ୍ତୁ ନାହିଁ। ଆପଣଙ୍କୁ ଇନଫେକସନ ହୋଇପାରେ।

ଗର୍ଭାବସ୍ଥାରେ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ବେଳେବେଳେ ଏହା ଦ୍ୱାରା ଆଲର୍ଜି ହୋଇଥାଏ। ଏହି ସମୟରେ ଡାକ୍ତର ଅନ୍ୟ କୌଣସି ଔଷଧ ଖାଇବାକୁ ମନା କରିବା କାରଣରୁ ଆପଣଙ୍କୁ ଆଲର୍ଜି ଯନ୍ତ୍ରଣା ଭୋଗିବାକୁ ବାଧ୍ୟ। ତେଣୁ ଏପରି କିଛି କରନ୍ତୁନି ଯେପରିକି ଆପଣ କଷ୍ଟ ପାଇବେ।