ଛୋଟ ବେଳେ ଅଧିକାଂଶ ପିଲା ମାନସିକ ରୋଗ ‘ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡର’ର ଶିକାର ହୋଇଥାନ୍ତି। ଏହା ଯୋଗୁଁ ପିଲାଙ୍କ ଆଚରଣ ଏବଂ ଭାଷା ଦକ୍ଷତାରେ ପରିବର୍ତ୍ତନ ଦେଖାଯାଇଥାଏ।

stressଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡର ହେଉଛି ମସ୍ତିଷ୍କର ବିକାଶ ସହିତ ଜଡ଼ିତ ଏକ ଅବସ୍ଥା। ଏହି ଡିସଅର୍ଡର ଜଣେ ବ୍ୟକ୍ତି ଅନ୍ୟମାନଙ୍କ ସହିତ କିପରି ଅନୁଭବ କରେ ଏବଂ କିପରି ବ୍ୟବହାର କରେ ତାହା ଉପରେ ପ୍ରଭାବ ପକାଇଥାଏ। ଏହା ଯୋଗୁଁ ସାମାଜିକ କଥାବାର୍ତ୍ତା ଏବଂ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇଥାଏ। ସାଧାରଣତଃ ଏହି ଡିସଅର୍ଡର ପିଲାମାନଙ୍କ ନିକଟରେ ଦେଖାଯାଇଥାଏ। ଏହା ଯୋଗୁଁ ସେମାନଙ୍କ ଆଚରଣ ଏବଂ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ।

ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡର ଛୋଟ ବେଳରୁ ଆରମ୍ଭ ହୁଏ ଏବଂ ସମାଜରେ କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି କରିଥାଏ। ଏହି ଡିସଅର୍ଡର କାରଣରୁ ସାମାଜିକ, ବିଦ୍ୟାଳୟ ଏବଂ କାର୍ଯ୍ୟରେ ସମସ୍ୟା ଦେଖାଯାଇଥାଏ। ପ୍ରାୟତଃ ଛୋଟ ପିଲାମାନଙ୍କ ପ୍ରଥମ ବର୍ଷରେ ଅଟିଜିମର ଲକ୍ଷଣ ଜଣାପଡ଼ିଥାଏ। ପ୍ରଥମ ବର୍ଷରେ ଅଳ୍ପ ସଂଖ୍ୟକ ପିଲା ସାଧାରଣ ଭାବରେ ବିକଶିତ ହେବା ପରି ଦେଖାଯାଏ ଏବଂ ତା’ପରେ ୧୮ରୁ ୨୪ ମାସ ବୟସ ମଧ୍ୟରେ ଏହି ଡିସଅର୍ଡରରେ ଶିକାର ହୋଇଥାନ୍ତି।

ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରର ଲକ୍ଷଣ (symptoms of autism spectrum disorder in odia)

କେତେକ ପିଲାଙ୍କ ବାଲ୍ୟକାଳରେ ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡର ଲକ୍ଷଣ ଦେଖାଯାଇଥାଏ। ଆଖି ସହ ସମ୍ପର୍କ ହ୍ରାସ, ସେମାନଙ୍କ ନାମ ଡାକିଲେ କୌଣସି ପ୍ରତିକ୍ରିୟାର ଅଭାବ କିମ୍ବା ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପ୍ରତି ଉଦାସୀନତା ମନୋଭାବ ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରର ଲକ୍ଷଣ ହୋଇଥାଏ। ଅଧିକାଂଶ ପିଲାମାନେ ଜୀବନର ପ୍ରଥମ କିଛି ମାସ କିମ୍ବା ପ୍ରଥମ ବର୍ଷରେ ସାଧାରଣ ବିକଶିତ ହୋଇଥାଆନ୍ତି। କିନ୍ତୁ ତା’ପରେ ହଠାତ ଆକ୍ରମଣାତ୍ମକ ହୋଇଯାଆନ୍ତି କିମ୍ବା ସେମାନେ ପୂର୍ବରୁ ହାସଲ କରିଥିବା ଭାଷା ଦକ୍ଷତା ହରାଇ ବସନ୍ତି। ପ୍ରାୟ ପିଲାମାନଙ୍କ ନିକଟରେ ୨୨ ବର୍ଷ ପର୍ଯ୍ୟନ୍ତ ଏହି ଲକ୍ଷଣ ଦେଖିବାକୁ ମିଳିଥାଏ।

stressଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରରେ ପୀଡ଼ିତ କେତେକ ପିଲାଙ୍କୁ କଥା ଶିଖିବାରେ ଅସୁବିଧା ହୋଇଥାଏ। ଏହି ରୋଗରେ ଶିକାର ପିଲାଙ୍କର ବୁଦ୍ଧିରେ ବିକାଶ ଆସିପାରେ ନାହିଁ। ସାଧାରଣ ପିଲାଙ୍କ ଅପେକ୍ଷା ଏମାନେ ଏତେଟା ବୁଦ୍ଧିମତ୍ତା ହୋଇପାରିନଥାନ୍ତି। କେବଳ ସେତିକି ନୁହେଁ ସେମାନେ ଶୀଘ୍ର ସବୁକିଛି ପାରନ୍ତି, ତଥାପି ଦୈନନ୍ଦିନ ଜୀବନରେ ସେସବୁ ପ୍ରୟୋଗ କରିବାରେ ତଥା ସାମାଜିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ସାମାଜିକ ଯୋଗାଯୋଗ ଏବଂ ପାରସ୍ପରିକ କ୍ରିୟାରେ ଅସୁବିଧା ଦେଖାଦେଇଥାଏ।

ପିଲାଙ୍କୁ ନାମ ଧରି ବାରମ୍ବାର ଡାକିବା ସତ୍ତ୍ୱେ କୌଣସି ଜବାବ ନ ଦେବା କିମ୍ବା ବେଳେବେଳେ ଆପଣଙ୍କ କଥା ପିଲାଙ୍କୁ ନ ଶୁଭିବା।

ନିଜ ଖେଳନା ସହ ଏକାକୀ ଖେଳିବାକୁ ପସନ୍ଦ କରିବା ଏବଂ ଅନ୍ୟର ହସ୍ତକ୍ଷେପରେ ବିରକ୍ତି ଭାବ ପ୍ରକାଶ କରିବା।

ଆପଣଙ୍କ ଆଖି ସହ ପିଲା ଆଖି ନ ମିଶାଇ ପାରିବା ଏବଂ ମୁଖର ଅଭିବ୍ୟକ୍ତିର ପରିବର୍ତ୍ତନ ଆସିବା।

କଥାବାର୍ତ୍ତା ନ କରିବା କିମ୍ବା ଶବ୍ଦ ବା ବାକ୍ୟ କହିବାର ପୂର୍ବ କ୍ଷମତା ହରାଇ ବସିବା।

ଗୋଟିଏ ବିଷୟରେ କଥା ଚାଲୁଥିବା ସମୟରେ ଅନ୍ୟ ବିଷୟକୁ ନେଇ ପ୍ରତିକ୍ରିୟା ଦେଖାଇବା।

ଏକାକୀ ଏକ ଅସ୍ୱାଭାବିକ ସ୍ୱର ବା କାହା ସହ କଥାବାର୍ତ୍ତା କରିବା ଭଳି ମନେ ହେବା।

ସରଳ ପ୍ରଶ୍ନ କିମ୍ବା କଥା ନ ବୁଝିପାରିବା।

ଆକ୍ରମଣାତ୍ମକ ବ୍ୟବହାର କରିବା।

ଆଚରଣରେ ପରିବର୍ତ୍ତନ ଆସିବା।

stressଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରର କାରଣ (causes of autism spectrum disorder in odia)

ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରର କୌଣସି ଜଣାଶୁଣା କାରଣ ନାହିଁ। ଉଭୟ ଜେନେଟିକ ଏବଂ ପରିବେଶଗତ କାରଣ ଯୋଗୁଁ ଏପରି ସମସ୍ୟା ଦେଖାଯାଇଥାଏ।

ଜେନେଟିକ ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡର ଅନେକ ଜିନ ସହ ଜଡ଼ିତ ହୋଇଥାଏ। ଜେନେଟିକ ପରିବର୍ତ୍ତନ ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରର ଆଶଙ୍କା ବଢ଼ାଇଦେଇଥାଏ। କେତେକ ଜିନ ମସ୍ତିଷ୍କ ବିକାଶ କିମ୍ବା ମସ୍ତିଷ୍କ କୋଷଗୁଡ଼ିକର ଯୋଗାଯୋଗକୁ ପ୍ରଭାବିତ କରିଥାନ୍ତି। ଫଳରେ ଶିଶୁ ତାର ମାନସିକ ଭାରସାମ୍ୟ ହରାଇ ବସିଥାଏ।

ଭାଇରାଲ ସଂକ୍ରମଣ, ଔଷଧ କିମ୍ବା ଗର୍ଭାବସ୍ଥାରେ ଜଟିଳତା କିମ୍ବା ବାୟୁ ପ୍ରଦୂଷଣ ଯୋଗୁଁ ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡର ହୋଇଥାଏ।

ପୂର୍ବରୁ ପରିବାରର କୌଣସି ସଦସ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ପିଲାଙ୍କ ନିକଟରେ ଏହି ଡିସଅର୍ଡର ଦେଖା ଯାଇଥାଏ।

ଅଧିକାଂଶ ବାପା ମା’ମାନେ ପିଲାମାନଙ୍କ ବାଲ୍ୟ ବିବାହ କରିଦିଅନ୍ତି। ଫଳରେ ଅଧିକାଂଶ ଜନ୍ମିତ ଶିଶୁଙ୍କ ନିକଟରେ
ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡର ଦେଖାଯାଇଥାଏ।

stressଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରର ଜଟିଳତା (complications of autism spectrum disorder in odia)

ସାମାଜିକ କଥାବାର୍ତ୍ତା, ଯୋଗାଯୋଗ ଏବଂ ଆଚରଣରେ ସମସ୍ୟା ଦେଖାଦେଇଥାଏ।

ବିଦ୍ୟାଳୟରେ ଏବଂ ଚାକିରୀ କ୍ଷେତ୍ରରେ ସମସ୍ୟା ହୋଇଥାଏ।

ସ୍ୱାଧୀନ ଭାବରେ ବଞ୍ଚିବାର ଅକ୍ଷମତା ସୃଷ୍ଟି ହୋଇଥାଏ।

ସାମାଜିକ ବିଚ୍ଛିନ୍ନତା

ପରିବାର ଭିତରେ ଚାପ

ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରର ଚିକିତ୍ସା (treatment of autism spectrum disorder in odia)

ଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା ନାହିଁ। କିନ୍ତୁ ପ୍ରାଥମିକ ଅବସ୍ଥାରୁ ଏହାର ଚିକିତ୍ସା କରାଗଲେ ସଫଳ ମିଳିପାରିବ। ଜନ୍ମ ପରେ ଶିଶୁ ନିକଟରେ ଏହି ଡିସଅର୍ଡର ସମ୍ପର୍କିତ କୌଣସି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ବିଭିନ୍ନ ପରୀକ୍ଷା ଏବଂ କାଉନସିଲ ମାଧ୍ୟମରେ ଏହି ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ। ଶିଶୁ ମାନସିକ ରୋଗ ବିଶେଷଜ୍ଞ କିମ୍ବା ସାଇକୋଲୋଜିଷ୍ଟ, ଶିଶୁ ସ୍ନାୟୁବିଜ୍ଞାନୀ କିମ୍ବା ବିକାଶମୂଳକ ଶିଶୁରୋଗ ବିଶେଷଜ୍ଞ ସହ ପରାମର୍ଶ କରି ଶିଶୁର ଚିକିତ୍ସା କରାଇନେବା ଭଲ।

stressଅଟିଜିମ ସ୍ପେକ୍ଟ୍ରମ ଡିସଅର୍ଡରରେ ପୀଡ଼ିତ ଶିଶୁଙ୍କ ପ୍ରତି ପରିବାରର କର୍ତ୍ତବ୍ୟ (duties of family to the patient with autism spectrum disorder in odia)

ପିଲାମାନଙ୍କୁ ମାନସିକ ଏବଂ ଶାରୀରିକ ଭାବେ ସୋପୋର୍ଟ କରନ୍ତୁ।

ସେମାନଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ।

ପିଲାମାନଙ୍କ ମନ ପସନ୍ଦର ଖେଳନା ଏବଂ ଖାଇବା ଦିଅନ୍ତୁ।

ସମୟ କାଢ଼ି ପିଲାଙ୍କୁ ବାହାରକୁ ବୁଲେଇବାକୁ ନିଅନ୍ତୁ।