ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ

parents-argue-children

ଆଜି ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ। ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରିବା ପାଇଁ ଏହି ଦିବସକୁ ପାଳନ କରାଯାଏ।

କରୋନା ବା (କୋଭିଡ୍‌-୧୯) ଭଳି ଭୟଙ୍କର ପରିସ୍ଥିତିରେ ସାଧାରଣତଃ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ କିପରି ରହିବା ଦରକାର ସେଥିପାଇଁ ବିଶେଷତଃ ପିତାମାତାଙ୍କୁ ଅଧିକ ସଚେତନ ରହିବା ଉଚିତ୍। ମା’ ମାନେ ଏଥିପ୍ରତି ଅଧିକ ସଜାଗ ରହିବା ଦରକାର। ଏଭଳି ଏକ ପରିସ୍ଥିତିରେ ପିଲାମାନେ ସ୍କୁଲ୍ ନ ଯାଇ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଘରେ ରହି ପାଠ ପଢ଼ିଥାନ୍ତି। ସେଥିପାଇଁ ସେମାନଙ୍କ ପାଇଁ ଘରର ପରିବେଶ ଉତ୍ତମ ହେବା ଦରକାର। ସୁଷମ ଖାଦ୍ୟ ପ୍ରତି ଅଧିକ ଯତ୍ନବାନ୍ ହେବା ଉଚିତ୍।

ପିତାମାତା ପରସ୍ପର ଝଗଡ଼ା ନ ଲାଗିବା, କାରଣ ପିଲାମାନଙ୍କ ସାମ୍ନାରେ ଝଗଡ଼ା ଲାଗିବା ଦ୍ୱାରା ସେମାନଙ୍କ ମାନସିକ ସ୍ତରରେ ଚିନ୍ତା ଉପୁଜିଥାଏ। ଯଦି ପିତାମାତା ଉଭୟ ଚାକିରିଆ ତା’ ହେଲେ କର୍ମକ୍ଷେତ୍ରରୁ ଫେରିବା ପରେ ବେଳେ ବେଳେ ଚିଡ଼ଚିଡ଼ା ହୋଇଥାନ୍ତି ଓ ସବୁ ରାଗ ପିଲାଙ୍କ ଉପରେ ଛାଡ଼ିଥାନ୍ତି। ଫଳରେ ଏହାର ପ୍ରଭାବ ପିଲାମାନଙ୍କ ଉପରେ ବହୁଳ ଭାବରେ ପଡ଼ିଥାଏ। ସେଥିପାଇଁ ଏଥିପ୍ରତି ବିଶେଷ ସଜାଗ ରହିବା ଦରକାର।

ପ୍ରତ୍ୟେକ ମା’ର ପ୍ରଧାନ ଦାୟିତ୍ୱ ପିଲାମାନଙ୍କୁ ସମୟ ଦେବା। ପିଲାମାନେ ବି ଅଧିକାଂଶ ସମୟରେ ଚିଡ଼ଚିଡ଼ା  ହୋଇଯାନ୍ତି। ସେଥିପାଇଁ ଆମେ ବିରକ୍ତି ନ ହୋଇ ସେମାନଙ୍କ ସମସ୍ୟା ବିଷୟରେ ଜାଣିବା ଦରକାର।

ସେମାନଙ୍କୁ କିଛି ଇନଡୋର୍ ଗେମ୍ ଓ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିସ୍‌ରେ ବ୍ୟସ୍ତ ରଖିବା। ଯଦି ଦରକାର ଏକ୍ସଟ୍ରା ଅନଲାଇନ୍ କ୍ଲାସ୍ ଯୋଗାଇ ଦେବା।

 ପିଲାମାନେ ଖାଲି ସମୟରେ ବା ଲିଜର୍ ସମୟରେ ସାଙ୍ଗମାନଙ୍କ ସହିତ ବି ଫୋନ୍ ଦ୍ୱାରା କଥାବାର୍ତ୍ତା ହୋଇପାରିବେ।

ଯଦ୍ୱାରା ସେମାନଙ୍କର ମାନସିକ ସ୍ଥିତି କିଛି ପରିମାଣରେ କମ୍ ହୋଇପାରିବ।

ପିଲାମାନଙ୍କୁ ଆମେ କରୋନା ସମ୍ପର୍କରେ ବୁଝାଇବା ଉଚିତ୍। ଆଉ କିପରି ସଚେତନ ରହିବାକୁ ପଡ଼ିବ, ସେ ସମ୍ପର୍କରେ ଉପଦେଶ ଦେବା ଉଚିତ୍।