ଘରେ କୌଣସି ବୟସ୍କ ବ୍ୟକ୍ତି କଥା ଭୁଲିଯାଉଛନ୍ତି କି? ଏହା ସାଧାରଣ କଥା ହୋଇ ନପାରେ। ଏଭଳି ଭୁଲାପଣ ସମସ୍ୟା ଅଲଝାଇମର ଡିମେନସିଆର ଲକ୍ଷଣ ହୋଇଥାଏ।

dimentiaଅଧିକ ପଢ଼ନ୍ତୁ: ଡିମେନସିଆ ରୋଗ କ’ଣ? ଜାଣନ୍ତୁ ଏହାର କାରଣ ଏବଂ ଚିକିତ୍ସା

ଆପଣ ଲକ୍ଷ୍ୟ କରିଥିବେ ଘରର କେହି ବୟସ୍କ ବ୍ୟକ୍ତି କଥା କହିବା ସମୟରେ ଅନେକ କଥା ଭୁଲିଯାଆନ୍ତି। ସେମାନେ ପୂର୍ବ ଦିନ କହିଥିବା କଥା ମଧ୍ୟ ସେମାନଙ୍କର ମନେ ନଥାଏ। ଏହି ଲକ୍ଷଣକୁ ଆମେ ଭୁଲାପଣ ସମସ୍ୟା କହିଥାଉ। ଏହାକୁ ଡାକ୍ତରୀ ଭାଷାରେ ଅଲଝାଇମର ବୋଲି କୁହାଯାଏ।

ଅଲଝାଇମର ରୋଗ ଡିମେନସିଆ ରୋଗର ଅନ୍ୟ ଏକ ରୂପ। ବୃଦ୍ଧ ବୟସରେ ଦେଖାଯାଉଥିବା ଡିମେନସିଆକୁ ଅଲଝାଇମର ଡିମେନସିଆ କୁହାଯାଏ। ଡିମେନସିଆ ହେଉଛି ଏକ ମାନସିକ ସମସ୍ୟା। ଅନେକ ଲୋକଙ୍କର ସବୁ କଥା ମନେ ରୁହେ ନାହିଁ। ଔଷଧ ମାଧ୍ୟମରେ ଏପରି ସମସ୍ୟା ସମାଧାନ ହୋଇଯିବ ବୋଲି ଅଧିକାଂଶ ଚିନ୍ତା କରନ୍ତି।

ମସ୍ତିଷ୍କରେ ଥିବା ହିପୋକାମ୍ପସ ଯୋଗୁଁ ବ୍ୟକ୍ତି ସମସ୍ତ କଥା ମନେ ରଖିପାରିଥାଏ। କିନ୍ତୁ ଏହି ହିପୋକାମ୍ପସ ମସ୍ତିଷ୍କରୁ ଶୁଖିଗଲେ ବ୍ୟକ୍ତିର ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼େ। ଫଳରେ ସେ କୌଣସି କଥା ମନେ ରଖିପାରିନଥାଏ। ମାତ୍ର ସାଧାରଣ କଥା ଭୁଲିଯିବା ଏବଂ ଡିମେନସିଆ ରୋଗ ମଧ୍ୟରେ ଅନେକ ପ୍ରଭେଦ ରହିଛି। ଜଣେ ବ୍ୟକ୍ତି କୌଣସି କଥା ମନେ ରଖିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ମନେ ରଖିପାରୁନାହାନ୍ତି ତେବେ ଏହା ହେଉଛି ଡିମେନସିଆର ଲକ୍ଷଣ। ଅଲଝାଇମରର ଲକ୍ଷଣ ଡିମେନସିଆ ଲକ୍ଷଣ ସହ ପ୍ରାୟତଃ ସମାନ।

dimentiaଅଧିକ ପଢ଼ନ୍ତୁ: ମାନସିକ ଚାପରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ୫ଟି ଫର୍ମୁଲା

ଅଲଝାଇମରର ଲକ୍ଷଣ (Symptoms of alzheimer’s disease in odia)

କୌଣସି କଥା ମନେ ପକାଇବାରେ କଷ୍ଟ ଅନୁଭବ କରିବା

ତର୍କ ବୁଝି ନ ପାରିବା

ଲୋକଙ୍କ ସହ ମିଳାମିଶା କରିବାରେ ସହଜ ମନେ ନକରିବା

ସାମାନ୍ୟ କାର୍ଯ୍ୟ କରି ନ ପାରିବା

ନିଜ ଭାବନାକୁ ସମ୍ଭାଳିବାରେ ସମସ୍ୟା ଦେଖାଦେବା

ବ୍ୟକ୍ତିତ୍ୱରେ ପରିବର୍ତ୍ତନ

dimentiaଅଧିକ ପଢ଼ନ୍ତୁ: କୌଣସି କାମରେ ଧ୍ୟାନ ରହୁନି କି? ଜାଣନ୍ତୁ ଏହାର କାରଣ

ଅଲଝାଇମର ରୋଗର ବିଭିନ୍ନ ଷ୍ଟେଜ (Different stages alzheimer’s disease of in odia)

ବୟସ୍କମାନଙ୍କ ନିକଟରେ ଦେଖାଯାଉଥିବା ଡିମେନସିଆ ରୋଗର ବିଭିନ୍ନ ଷ୍ଟେଜ ରହିଛି। ଏସବୁ ଷ୍ଟେଜ ବାବଦରେ ଜାଣିବା ନିହାତି ଜରୁରୀ।

ନୋ ଡିମେନସିଆ- ଏହି ଷ୍ଟେଜରେ କୌଣସି ଭାବେ ବ୍ୟକ୍ତିର ସ୍ମୃତି ଶକ୍ତି ହ୍ରାସ ପାଇନଥାଏ।

ମାଇଲ୍ଡ ଡିମେନସିଆ- ଏହି ଷ୍ଟେଜରେ ବ୍ୟକ୍ତି କିଛି କିଛି କଥା ଭୁଲିବା ଆରମ୍ଭ କରିଥାଏ।

ମୋଡେରେଟ ଡିମେନସିଆ- ଏହି ଷ୍ଟେଜରେ ବ୍ୟକ୍ତି ଅଧିକ କଥା ମନେ ରଖିପାରିନଥାଏ। ଏହି ଷ୍ଟେଜରେ ପୀଡ଼ିତ ବ୍ୟକ୍ତିମାନେ ପ୍ରଥମେ ପ୍ରଥମେ ଘରର ସଦସ୍ୟଙ୍କ ନାମ ଅନ୍ୟାନ୍ୟ କଥା ମନେ ରଖିପାରିନଥାନ୍ତି। ସାଧାରଣତଃ ବାଣିଜ୍ୟ ବ୍ୟବସାୟ ସହ ଜଡ଼ିତ ଲୋକମାନଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ।

ସିଭିୟର ଡିମେନସିଆ- ଅଧିକାଂଶ ବୟସ୍କ ଲୋକ ବା ଚାକିରୀରୁ ଅବସର ନେଇଥିବା ବ୍ୟକ୍ତିଙ୍କ ନିକଟରେ ଏହି ସମସ୍ୟା ଦେଖାଯାଇଥାଏ। ଖାଇ ସାରିବା ପରେ ପାଟିରୁ ଖାଦ୍ୟ ବାହାରି ଆସିବା ଏବଂ ନିଜ ପୋଷାକ ପତ୍ର ଉପରେ ସଂଯମ ନ ରହିବା ଭଳି ଲକ୍ଷଣମାନ ସିଭିୟର ଡିମେନସିଆରେ ଦେଖାଯାଇଥାଏ।