ଅତ୍ୟଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାମ କଲେ ଆଖିରେ ବିଭିନ୍ନ ସମସ୍ୟା ଦେଖାଦିଏ। ସେସବୁ ସମସ୍ୟା ମଧ୍ୟରୁ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ଏକ ଗୁରୁତର ଚକ୍ଷୁ ସମସ୍ୟା। ଆସନ୍ତୁ ଜାଣିବା କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କ’ଣ ଏବଂ ଏହାର ଚିକିତ୍ସା କିପରି କରାଯାଏ?

ବର୍ତ୍ତମାନର ଡିଜିଟାଲ ଯୁଗରେ ଲୋକମାନେ କମ୍ପ୍ୟୁଟର, ଟାବଲେଟ ଆଗରେ ଘଣ୍ଟା ଘଣ୍ଟା ବସି କାମ କରୁଛନ୍ତି। ଏପରିସ୍ଥଳେ ଅନେକଙ୍କ ନିକଟରେ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ଦେଖିବାକୁ ମିଳୁଛି। ଏହି  କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମକୁ ଡିଜିଟାଲ ଆଇ ଷ୍ଟ୍ରେନ ମଧ୍ୟ କୁହାଯାଏ। ଦୀର୍ଘ ସମୟ ଧରି କମ୍ପ୍ୟୁଟର, ଟାବଲେଟ, ଇ-ରିଡର୍ ଏବଂ ସେଲ ଫୋନ ବ୍ୟବହାର ଦ୍ୱାରା ଏହି ସମସ୍ୟା ହୋଇଥାଏ।

କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମର ଲକ୍ଷଣ (Symptoms of computer vision syndrome in Odia)

ଆଖିରେ ଯନ୍ତ୍ରଣା ହେବା।

ମୁଣ୍ଡ ପ୍ରବଳ ବିନ୍ଧିବା।

ଆଖିକୁ ଅସ୍ପଷ୍ଟ ଦିଶିବା।

ଆଖି ଶୁଖିଯିବା ପରି ଅନୁଭବ ହେବା।

ବେକ ଏବଂ କାନ୍ଧରେ ଯନ୍ତ୍ରଣା

କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମର କାରଣ (Causes of computer vision syndrome in Odia)

କମ୍ପ୍ୟୁଟରର ବା ସ୍କ୍ରିନରେ ଅଧିକ ଆଲୋକ

କମ୍ପ୍ୟୁଟରରୁ ଆସୁଥିବା ନୀଳ ରଶ୍ମି

ଅତି ପାଖରୁ ସ୍କ୍ରିନ ଦେଖିବା

କମ୍ପ୍ୟୁଟରଠାରୁ ସଠିକ ଦୂରତାରେ ନ ବସିବା।

ଡିଜିଟାଲ ପରଦାରେ ଥିବା ଚମକ ଆଖି ସଂସ୍ପର୍ଶରେ ଆସିବା।

ବସିବା ସ୍ଥିତିରେ ପରିବର୍ତ୍ତନ

କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କିମ୍ବା ଡିଜିଟାଲ୍ ଚକ୍ଷୁ ଷ୍ଟ୍ରେନ୍ ସହିତ ଜଡ଼ିତ ଦୃଷ୍ଟି ସମସ୍ୟାକୁ ହ୍ରାସ କରିବା ପାଇଁ ଡିଭାଇସ ସ୍କ୍ରିନର ଆଲୋକ ଏବଂ ଚମକକୁ ନିୟନ୍ତ୍ରଣ କରିବା ଉଚିତ। କମ୍ପ୍ୟୁଟର ସ୍କ୍ରିନ ଏବଂ ନିଜଠାରୁ ସଠିକ ଦୂରତା ଏବଂ ବସିବା ସ୍ଥିତି ସ୍ଥିର କରନ୍ତୁ।

ଯେଉଁ ବ୍ୟକ୍ତିମାନେ ଚଷମା କିମ୍ବା କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତି ସେମାନଙ୍କ ନିକଟରେ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ଦେଖାଯିବାର ଆଶଙ୍କା କମ ରହିଥାଏ। ସେମାନଙ୍କ ଆଖି ଏବଂ କମ୍ପ୍ୟୁଟର ପରଦା ମଝିରେ ଚଷମା ପ୍ରତିବନ୍ଧକ ସୃଷ୍ଟି କରେ। ଫଳରେ ସେମାନେ ସମସ୍ତ ଜିନିଷ ସ୍ପଷ୍ଟ ଭାବେ ଦେଖିପାରନ୍ତି।

କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କିପରି ନିର୍ଣ୍ଣୟ କରାଯାଏ?

ଚକ୍ଷୁ ପରୀକ୍ଷା ମାଧ୍ୟମରେ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କିମ୍ବା ଡିଜିଟାଲ ଚକ୍ଷୁ ଷ୍ଟ୍ରେନ ନିର୍ଣ୍ଣୟ କରାଯାଇପାରେ। ରୋଗୀ ଅନୁଭବ କରୁଥିବା ଲକ୍ଷଣ ଏବଂ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାକୁ ନଜରରେ ରଖି ଏହି ରୋଗର ପ୍ରତିକାର କରାଯାଏ। କମ୍ପ୍ୟୁଟର ବ୍ୟବହାର ଦ୍ୱାରା ଦୃଷ୍ଟିଶକ୍ତି କେତେ ପରିମାଣରେ ପ୍ରଭାବିତ ହୋଇଛି ତାହା ଜାଣିବାକୁ ଭିଜୁଆଲ ଆକ୍ୟୁଟି ପରୀକ୍ଷା କରାଯାଇଥାଏ।

କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମର ଚିକିତ୍ସା

ଚକ୍ଷୁ ଯତ୍ନ

କେତେକ କ୍ଷେତ୍ରରେ ଅନେକ ବ୍ୟକ୍ତି ଅନ୍ୟ ସମସ୍ତ କାର୍ଯ୍ୟକଳାପ ପାଇଁ ଚଷମା ବ୍ୟବହାର କରନ୍ତି ନାହିଁ। କେବଳ କମ୍ପ୍ୟୁଟର ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ଚଷମା ପିନ୍ଧିଥାଆନ୍ତି। ଏହା ଦ୍ୱାରା ସେମାନଙ୍କୁ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ହେବାର ଆଶଙ୍କା କମ ଥାଏ।

ଭିଜୁଆଲ ଥେରାପି ମାଧ୍ୟମରେ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମର ଚିକିତ୍ସା ସମ୍ଭବ ହୋଇପାରୁଛି। ଏହି ଥେରାପିରେ ଭିଜୁଆଲ କାର୍ଯ୍ୟକଳାପକୁ ନେଇ ଭିଜୁଆଲ ଟ୍ରେନିଂ ଦିଆଯାଏ। ଏଥିରେ ଆଖି ଏବଂ ମସ୍ତିଷ୍କକୁ ଅଧିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବାକୁ ତାଲିମ ପ୍ରଦାନ କରାଯାଉଛି।

କମ୍ପ୍ୟୁଟର ସ୍କ୍ରିନର ଅବସ୍ଥାନ 

ଅଧିକାଂଶ ଲୋକ ନିଜ ମୁହଁଠାରୁ ତଳୁଆ କରି କମ୍ପ୍ୟୁଟର ସ୍କ୍ରିନକୁ ରଖିଥା’ନ୍ତି। କିନ୍ତୁ ଏହାଦ୍ୱାରା ବେକ ଯନ୍ତ୍ରଣା ହୋଇଥାଏ।

ସ୍କ୍ରିନ ଆଲୋକ 

ବିଶେଷ କରି ଓଭରହେଡ ଆଲୋକ କିମ୍ବା ପରଦାରୁ ଆସୁଥିବା ଚମକକୁ ଏଡ଼ାଇବା ପାଇଁ କମ୍ପ୍ୟୁଟର ସ୍କ୍ରିନରେ କମ ଲାଇଟ ରଖନ୍ତୁ। ଡେସ୍କ ଲ୍ୟାମ୍ପରେ ଅଳ୍ପ ଉଜ୍ୱଳ ବଲ ବ୍ୟବହାର କରନ୍ତୁ।

ବିଶ୍ରାମ ନିଅନ୍ତୁ

ଦୀର୍ଘ ସମୟ ଧରି କମ୍ପ୍ୟୁଟର ବ୍ୟବହାର କରିବା ପରେ ଆଖିକୁ ବିଶ୍ରାମ ଦେବା ଆବଶ୍ୟକ। କମ୍ପ୍ୟୁଟର ବ୍ୟବହାରର ପ୍ରତି ଘଣ୍ଟେ ଘଣ୍ଟେରେ ଆଖିକୁ ବିଶ୍ରାମ ଦିଅନ୍ତୁ।

ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରାନ୍ତୁ।