Brain tumor symptoms

ବ୍ରେନ ଟ୍ୟୁମର ହେଲେ ଶରୀରରେ କେଉଁ ଲକ୍ଷଣ ଦେଖାଯାଏ, ଆସନ୍ତୁ ଜାଣିବା। (Brain Tumor: Symptoms and Signs in Odia)

ମଣିଷ ଶରୀର ସଂଯୋଜନା ଅତି ଜଟିଳ। ଶରୀରରେ ହେଉଥିବା ରୋଗ ମଧ୍ୟ ତା’ଠାରୁ ଜଟିଳ। ସେଥିରୁ ଉପଶମ ପାଇବାକୁ ହେଲେ ରୋଗ ବାବଦରେ ଜାଣିବାକୁ ହେବ। ସେହିଭଳି ବ୍ରେନ୍‌ ଟ୍ୟୁମର ହେଉଛି ଏକ ସାଙ୍ଘାତିକ ରୋଗ।

ବ୍ରେନ ଟ୍ୟୁମର ହେଲେ ମସ୍ତିଷ୍କରେ କୋଷଗୁଡ଼ିକ ବଢ଼ିଯାଆନ୍ତି। ଫଳରେ ଅନ୍ୟ କୋଷ ଧୀରେ ଧୀରେ ନଷ୍ଟ ହୋଇଯାଏ। ବ୍ରେନ ଟ୍ୟୁମର ହେବା ଆରମ୍ଭରୁ ରୋଗୀ ପାଖରେ ଲକ୍ଷଣ ପରିଲିଖିତ ହୁଏ। ଅନେକ କ୍ଷେତ୍ରରେ ଟ୍ୟୁମର ହେବାର ବହୁତ ଦିନ ପରେ ଲକ୍ଷଣ ଜଣାପଡ଼ିଥାଏ। ଲକ୍ଷଣ ଜାଣି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ମୁଣ୍ଡ ବିନ୍ଧିବା- ସବୁ ସମୟରେ ମୁଣ୍ଡ ବିନ୍ଧିବା ବ୍ରେନ ଟ୍ୟୁମର ଲକ୍ଷଣ। ଦିନସାରା ମୁଣ୍ଡ ବ୍ୟଥା ହୋଇ ସନ୍ଧ୍ୟା ବେଳକୁ କମିଯାଏ। କିଛି କ୍ଷେତ୍ରରେ ରୋଗୀର ମୁଣ୍ଡ ଅଚାନକ ପ୍ରବଳ ବିନ୍ଧିଥାଏ। ଏପରି ହେଲେ ରୋଗୀ ଅସ୍ତବ୍ୟସ୍ତ ହୋଇପଡ଼େ। ସକାଳୁ ନିଦରୁ ଉଠିବାବେଳକୁ ଏହା ଅଧିକ ହୋଇଥାଏ। ଅତ୍ୟଧିକ ମୁଣ୍ଡ ବିନ୍ଧୁଥିଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ମୁଣ୍ଡ ବୁଲେଇବା- ବ୍ରେନ ଟ୍ୟୁମର ରୋଗୀଙ୍କର ମସ୍ତିଷ୍କରେ ଥିବା ରସ ସହ କ୍ୟାନସର କୋଷକଣିକା ମିଶିଗଲେ ମୁଣ୍ଡ ବୁଲାଏ। ଆଖିକୁ ସବୁ ଧୂଆଁଳିଆ ଦିଶେ ଓ ଚାରିଆଡ଼ ଅନ୍ଧାର ଦେଖାଦିଏ। ବେଳେ ବେଳେ ମୁଣ୍ଡ ବୁଲେଇ ହୋଇ ବାନ୍ତି ହୋଇଥାଏ।

ସ୍ମରଣ ଶକ୍ତି କମିଯିବା- ବ୍ରେନ ଟ୍ୟୁମର ହେଲେ ସ୍ମରଣ ଶକ୍ତି କମିଯାଏ। ରୋଗୀ ଅନେକ କଥା ମନେରଖିପାରେନି। ଟ୍ୟୁମର ସେଲ୍‌ଗୁଡ଼ିକ ମସ୍ତିଷ୍କରେ ମାଡ଼ିଯାଆନ୍ତି। ଫଳରେ ରୋଗୀ ଧୀରେ ଧୀରେ କଥା ଭୁଲିବାକୁ ଲାଗେ।

headache

ଏସବୁ ଛଡା ଅନ୍ୟସବୁ ଲକ୍ଷଣଗୁଡ଼ିକ ହେଉଛି:

-କ୍ଲାନ୍ତ ଅନୁଭବ ହେବା ଏବଂ ଚିଡ୍‌ଚିଡ୍‌ ଲାଗିବା

-ଶିରାପ୍ରଶିରା ଯନ୍ତ୍ରଣା ହେବା

-ବେଳେବେଳେ ଚେତାଶୂନ୍ୟ ହୋଇଯିବା ଏବଂ ଶରୀରର ଅଙ୍ଗ ଉପରୁ ନିୟନ୍ତ୍ରଣ ହରାଇବା।

-ବାତ ମାରିବା ଭଳି ଅନୁଭୂତ ହେବା।

-କହିବା ଓ ଶୁଣିବାରେ ଅସୁବିଧା ଲାଗିବା।

-ଶରୀର ରଙ୍ଗରେ ପରିବର୍ତ୍ତନ ଆସିବା।

-ଶୋଇବାରେ ସମସ୍ୟା ଦେଖାଦେବା।

-ଖାଇବା ସମୟରେ ଗଳାରେ କଷ୍ଟ ଲାଗିବା।

-ଚିନ୍ତିତ ଏବଂ ବ୍ୟସ୍ତ ପରି ମନେହେବା।

ଉପରୋକ୍ତ ଲକ୍ଷଣ ଜାଣି ପ୍ରାଥମିକ ଅବସ୍ଥାରେ ବ୍ରେନ ଟ୍ୟୁମରର ଚିକିତ୍ସା କରିବା ଜରୁରୀ। ଏହି ରୋଗର ଚିକିତ୍ସା ପାଇଁ ବିଭିନ୍ନ ଥେରାପି ରହିଛି। ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କଲେ ଏହାର ଉପଶମ ମିଳିପାରିବ।

All you need to know about the symptoms of Brain Tumor. Health Tips in Odia.