ସବୁ ବୟସର ବ୍ୟକ୍ତି ଦିନେ ନା ଦିନେ ଅଣ୍ଟା ବିନ୍ଧାର ଶିକାର ହୋଇଥା’ନ୍ତି। ଠିକ୍ ସମୟରେ ଅଣ୍ଟା ବ୍ୟଥାର ସଠିକ୍ ଚିକିତ୍ସା ନକଲେ ପରିସ୍ଥିତି ଜଟିଳ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାର ଚିକିତ୍ସା ସମ୍ପର୍କରେ କ’ଣ କହୁଛନ୍ତି ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରା। (Lower Back Pain: Causes and Treatment in Odia)

ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଯାଏଁ, ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖାଯାଏ ଅଣ୍ଟାବିନ୍ଧା। ବିଭିନ୍ନ କାରଣରୁ ଅଣ୍ଟା ବିନ୍ଧା ହୋଇଥାଏ। ସାଧାରଣତଃ ଛୋଟ ପିଲାଙ୍କର ଅଣ୍ଟା ବିନ୍ଧା କମ୍‌ ହୋଇଥାଏ। କିନ୍ତୁ ଟିବି କିମ୍ବା ଆର୍ଥ୍ରାଇଟିସ୍‌ ଥିଲେ ଛୋଟା ପିଲାଙ୍କୁ ଅଣ୍ଟା ବିନ୍ଧା ହୋଇଥାଏ। ଯୁବାବସ୍ଥାରେ ରକା ପଶିଗଲେ ସାଧାରଣତଃ ଅଣ୍ଟା ବିନ୍ଧା ହୋଇଥାଏ। ବୟସ୍କଙ୍କର ଅଷ୍ଟିଓପୋରୋସିସ୍‌ ସମସ୍ୟା ଯୋଗୁଁ ଅଣ୍ଟା ବିନ୍ଧା ହୋଇଥାଏ। ଏହାଛଡ଼ା ରକା ପଶିଲେ, ଟିବି ବା ଟ୍ୟୁମର ହେଲେ ଅଣ୍ଟା ବିନ୍ଧା ହୋଇଥାଏ। ଅତ୍ୟଧିକ ଅଣ୍ଟା ବିନ୍ଧା ହେଲେ ଗୋଡ଼ ମଧ୍ୟ ବିନ୍ଧା ହୋଇଥାଏ।

ଅଣ୍ଟା ବ୍ୟଥା ସମସ୍ୟା ହେଲେ ନିଜେ କୌଣସି ପେନ୍‌କିଲର ବା ଔଷଧ ନ ଖାଇ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରିବା ଉଚିତ।

ଅଣ୍ଟା ବିନ୍ଧା ହେଉଥିଲେ ଆଗକୁ ନଇଁ ଓଜନ ଜିନିଷ ଉଠାନ୍ତୁ ନାହିଁ। ଆଗକୁ ନଇଁକରି ଭାରୀ ଜିନିଷ ଉଠାଇଲେ ଅଣ୍ଟା ଉପରେ ଚାପ ପଡ଼ିଥାଏ ଓ ଅଧିକ ଯନ୍ତ୍ରଣା ହୋଇଥାଏ।

ଅଣ୍ଟା ବିନ୍ଧାର ଭଲ ଚିକିତ୍ସା ହେଉଛି ବିଶ୍ରାମ। ଯଦି ଜଣେ ବ୍ୟକ୍ତି ବେଶି କାମ ନ କରି ଏବଂ ବିଶ୍ରାମ କରିବେ, ତେବେ ଅଣ୍ଟା ବିନ୍ଧାରୁ ଉପଶମ ମିଳିଥାଏ। ଏହାସହ ଅଣ୍ଟାରେ ବେଲ୍ଟ ବିନ୍ଧିବା ସହ ବେଲ୍ଟ ବାନ୍ଧନ୍ତୁ।

office work

ବେଶି ସମୟ ଯାଏଁ ବାଇକ ଚଳାଇଲେ, କମ୍ପ୍ୟୁଟର ଆଗରେ ବେଶି ସମୟ ବସିବା, ଲମ୍ବା ସମୟ ଧରି ବଙ୍କା ହୋଇ ବସି ରହିବା ଫଳରେ ଅଣ୍ଟା ବିନ୍ଧା ହୋଇଥାଏ। ତେଣୁ ୧ ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ। ଯଦି କୌଣସି କାର୍ଯ୍ୟରେ ଅଧିକ ସମୟ ବସିବାକୁ ପଡ଼ୁଛି, ତେବେ ମଝିରେ ମଝିରେ ବ୍ରେକ୍‌ ନେଇ ଠିଆ ହୁଅନ୍ତୁ ବା ଚଲାବୁଲା କରନ୍ତୁ। ହାରାହାରି ୨୦ରୁ ୩୦ କିଲୋମିଟର ବାଇକ ଚଳାଇବେ।

ଅଣ୍ଟା ବିନ୍ଧାର ଆଉ ପ୍ରମୁଖ କାରଣ ହେଉଛି ଆମ ଜୀବନଶୈଳୀ। ଅଧିକ ମାନସିକ ଚାପ, ରାତିରେ ନ ଶୋଇବା, ଲମ୍ବା ସମୟ ଧରି ବସି ରହିବା, ଅଧିକ ସମୟ ଯାଏଁ ଗାଡ଼ି ଚଳାଇବା ଅଣ୍ଟା ବିନ୍ଧାର ପ୍ରମୁଖ କାରଣ ହୋଇଥାଏ। ଏଥିପାଇଁ ନିୟମିତ ଯୋଗ, ବ୍ୟାୟାମ ଓ ପ୍ରାଣାୟାମ କରିବା ଉଚିତ। ଅତ୍ୟଧିକ ଓଜନ ଥିଲେ କମାନ୍ତୁ। ଶରୀରରେ ଓଜନ ବଢ଼ିଗଲେ ଅଣ୍ଟା ଉପରେ ପ୍ରଭାବ ପଡ଼ିଥାଏ।

medicine

ଅଣ୍ଟା ବିନ୍ଧା ହେଲେ କିଛି ଲୋକ ପେନ୍‌ କିଲର ଖାଇଥା’ନ୍ତି। କିନ୍ତୁ ପେନ୍‌କିଲର ହେଉଛି ଏକ ଅସ୍ଥାୟୀ ଉପଚାର। ନିୟମିତ ପେନ୍‌କିଲର ଖାଇଲେ କିଡ୍‌ନି ସମସ୍ୟା, ଲିଭର ସମସ୍ୟା ଓ ପେଟରେ ଅଲସର କରିପାରେ। ଡାକ୍ତରଙ୍କ ପରାମର୍ଶ କରି ପେନ୍‌କିଲର ଖାଇପାରିବେ। ଅଣ୍ଟା ବିନ୍ଧୁଥିଲେ ଅଣ୍ଟା ମାଲିସ ବି କରିପାରିବେ। ଅଣ୍ଟା ମାଲିସ କରିବା ଫଳରେ ରକ୍ତ ସଞ୍ଚାଳନ ହୋଇ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ଅଣ୍ଟାରେ ଆଘାତ ଲାଗିଲେ ଯଥାଶିଘ୍ର ବରଫ ସେକ ଦେଇପାରିବେ। ଦିନକୁ ୨୦ ମିନିଟ୍‌ ଯାଏଁ ବରଫ ସେକ ଦେଲେ ଅଣ୍ଟା ବ୍ୟଥାରୁ ଉପଶମ ମିଳିଥାଏ।

ଅଣ୍ଟା ବିନ୍ଧା ବହୁତ ଦିନ ଧରି ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ବିନ୍ଧା ଅଧିକ ହେଲେ ଆବଶ୍ୟକସ୍ଥଳେ ଅପରେସନ୍‌ କରାଯାଏ କିନ୍ତୁ ୯୯ ପ୍ରତିଶତ ଲୋକଙ୍କର ଅପରେସନ୍‌ ଦରକାର ପଡ଼େ ନାହିଁ କେବଳ ୧ ପ୍ରତିଶତ ଲୋକଙ୍କର ଅପରେସନ୍‌ ଦରକାର ପଡ଼େ। କାରଣ ସେମାନଙ୍କର ଗୋଡ଼ ପାରାଲିସିସ୍‌ ହୋଇଯାଏ ଅଥବା ରୋଗୀ ଚାଲିପାରନ୍ତି ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବସନ୍ତ କୁମାର ବେହେରାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Lower Back Pain based on the interview with Dr. Basanta Kumar Behera, Orthopedics & Joint Replacement Surgeon.