ଶୀତଦିନେ ଅନେକ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଖାସ୍‌ କରି ଶୀତ ଦିନେ ଶୀତୁଆ ପବନ ଓ ଥଣ୍ଡା ଜଳବାୟୁ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ସାମାନ୍ୟ ଥଣ୍ଡା ଜ୍ୱର ହୋଇଥାଏ। ଏହି ସବୁ ଥଣ୍ଡାଜନିତ ରୋଗରୁ ଉପଶମ ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ।

cold and cough

ସର୍ଦ୍ଦି ବା ଥଣ୍ଡା ପାଇଁ ଅଦା ମ୍ୟାଜିକ୍‌ ଭଳି କାମ କରେ। ସକାଳେ ସନ୍ଧ୍ୟା ବେଳେ ଅଦା ଚା’ ପିଅନ୍ତୁ।

ପ୍ରଥମେ ପିପ୍ପଳିକୁ ଶୁଖାଇ ଗୁଣ୍ଡ କରିଦିଅନ୍ତୁ। ଗୋଟେ ଚାମଚ ପିପ୍ପଳି ଗୁଣ୍ଡରେ ଅଧ ଚାମଚ ମହୁ ମିଶାଇ ପ୍ରତିଦିନ ସକାଳେ ଖାଆନ୍ତୁ। ଏହା ଥଣ୍ଡା ଦୂର କରିବାରେ ସାହାଯ୍ୟ କରିଥାଏ।

ପ୍ରତିଦିନ ସକାଳେ ୪-୫ଟି ତୁଳସି ପତ୍ରକୁ ବାଟି ସେଥିରେ ମହୁ ମିଶାଇ ପିଅନ୍ତୁ।

ଥଣ୍ଡା ହୋଇଥିବା ସମୟରେ ପ୍ରତିଦିନ ରାତିରେ ଉଷୁମ କ୍ଷୀରରେ ଅଧ ଚାମଚ ହଳଦୀ ଗୁଣ୍ଡକୁ ମିଶାଇ ପିଅନ୍ତୁ। ଏହାଦ୍ଵାରା ରାତିରେ ନିଦ ଭଲ ହେବା ସହିତ ଓ ନାକ ଜାମ ହେବ ନାହିଁ।

ଡାଳଚିନି ଗୁଣ୍ଡରେ ମହୁ ମିଶାଇ ଚାଟିଲେ ଥଣ୍ଡା ଶୀଘ୍ର ଭଲ ହୋଇଥାଏ।

ଥଣ୍ଡା ହେଲେ ସାଧାରଣତଃ ନାକ ଜାମ୍‌ ହୋଇଥାଏ। ଏଭଳି କ୍ଷେତ୍ରରେ ଗରମ ପାଣିରେ ବାମ୍ଫ ନେଇପାରିବେ।

garlic

ବାସି ଓ ଥଣ୍ଡା ଖାଦ୍ୟ ବିଲକୁଲ ଖାଆନ୍ତୁ ନାହିଁ। ସବୁବେଳେ ଉଷୁମ ଓ ତାଜା ଖାଦ୍ୟ ସେବନ କରନ୍ତୁ। ଏହାସହ ଖାଦ୍ୟରେ ଗୋଟେ ଚାମଚ ଘିଅ ମିଶାଇ ଖାଆନ୍ତୁ।

ଖାଦ୍ୟରେ କଞ୍ଚା ରସୁଣ ସାମିଲ କରନ୍ତୁ। କଞ୍ଚା ରସୁଣ ଶରୀରକୁ ଗରମ ରଖିବା ସହ ଥଣ୍ଡା ଦୂର କରେ।

ସୋରିଷ ତେଲରେ ୨ ପାଖୁଡ଼ା ରସୁଣକୁ ପକାଇ ଫୁଟାଇ ଦିଅନ୍ତୁ। ଏହି ତେଲ ଉଷୁମ ଥିବା ବେଳେ ପାଦରେ ମାଲିସ୍‌ କରି ଶୁଅନ୍ତୁ। ଏହା କରିବା ଦ୍ଵାରା ଭଲ ନିଦ ହେବା ସହ ଥଣ୍ଡା ଦୂର ହୋଇଥାଏ।

ଯଦି ଥଣ୍ଡା ଅଧିକ ଦିନ ଲାଗି ରହୁଛି ବା ଥଣ୍ଡା ଯୋଗୁଁ ଧଇଁସଇଁ ଲାଗୁଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।