ଏପ୍ରିଲ ୧୯- ବିଶ୍ୱ ଲିଭର ଦିବସ। ଲିଭର ବା ଯକୃତରେ ହେଉଥିବା ବିଭିନ୍ନ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ।

ଲିଭର ବା ଯକୃତ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଲିଭରରେ ବିଭିନ୍ନ ପ୍ରକ୍ରିୟାରେ (ମେଟାବଲିଜମ୍, ପ୍ୟୁରିଫିକେସନ, ଡିଟକ୍ସିଫିକେସନ) ଶୁଦ୍ଧ ହୋଇଥାଏ। ଏହାପରେ ଏହି ଶୁଦ୍ଧ ରକ୍ତ ହୃତ୍ଫିଣ୍ଡକୁ ଯାଇ ସାରା ଶରୀରକୁ ପ୍ରବାହିତ ହୋଇଥାଏ। ଏହା ଦିନ ରାତି ସବୁବେଳେ ଆମ ଶରୀରରେ ଅନବରତ ଚାଲିଥାଏ। ତେଣୁ ଲିଭର ବା ଯକୃତ ବିନା ଜୀବନ ସମ୍ଭବ ନୁହେଁ।ଆମେ ଯାହା ବି ଖାଦ୍ୟ କିମ୍ବା ମେଡିସିନ୍ ଖାଇଥାଉ, ପାକିସ୍ଥଳୀରେ ଏହା ସରଳୀକରଣ ହୋଇ ଏକ ପୋର୍ଟଲ ଭେନ୍ ସାହାଯ୍ୟରେ ଲିଭରକୁ ଯାଇଥାଏ। ଏହା ଲିଭରରେ ବିଭିନ୍ନ ପ୍ରକ୍ରିୟାରେ (ମେଟାବଲିଜମ୍, ପ୍ୟୁରିଫିକେସନ, ଡିଟକ୍ସିଫିକେସନ) ଶୁଦ୍ଧ ହୋଇଥାଏ। ଏହାପରେ ଏହି ଶୁଦ୍ଧ ରକ୍ତ ହୃତ୍ଫିଣ୍ଡକୁ ଯାଇ ସାରା ଶରୀରକୁ ପ୍ରବାହିତ ହୋଇଥାଏ। ଏହା ଦିନ ରାତି ସବୁବେଳେ ଆମ ଶରୀରରେ ଅନବରତ ଚାଲିଥାଏ। ତେଣୁ ଲିଭର ବା ଯକୃତ ବିନା ଜୀବନ ସମ୍ଭବ ନୁହେଁ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ଲିଭର ଫେଲ୍ୟୁଅର? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ଲିଭର ଖରାପ ହେବାର କାରଣ (Causes of Liver disease in Odia)

ଆମେ ଯାହା ବି କିଛି ଖାଉ ତାହା ପ୍ରଥମେ ଲିଭରକୁ ଯାଏ। ଆମ ଶରୀରର ଦୂଷିତ ଅଂଶ ପ୍ରଥମେ ଲିଭରକୁ ଯାଏ ଓ ସେଠାରେ ଛାଣି ହୋଇ ହୃଦୟକୁ ଯାଇ ସଞ୍ଚାଳନ ହୁଏ। ଏହି ପର୍ଯ୍ୟାୟରେ ଲିଭର ପ୍ରଭାବିତ ହୁଏ। ପ୍ରାଥମିକ ଅବସ୍ଥାରେ ଏହାକୁ ଆକ୍ୟୁଟ୍‌ ହେପାଟାଇଟିସ୍‌ କୁହାଯାଏ। ଯଦି ଲିଭରରେ ସମସ୍ୟା ୬ମାସରୁ ବେଶି ରହେ, ତାକୁ କ୍ରୋନିକ୍‌ ହେପାଟାଇଟିସ୍‌ କୁହାଯାଏ।

କୌଣସି ସଂକ୍ରମଣ ଯୋଗୁଁ ଲିଭରରେ ସମସ୍ୟା ହେଲେ ତାକୁ ଅକ୍ୟୁଟ୍‌ ହେପାଟାଇଟିସ୍‌ କୁହାଯାଏ। ଔଷଧ ଖାଇବା ଦ୍ଵାରା ଲିଭର ପ୍ରଭାବିତ ହେଲେ ତାକୁ ଡ୍ରଗ୍‌ ଇଣ୍ଡୁସ୍‌ଡ୍‌ ହେପାଟାଇଟିସ୍‌ କୁହାଯାଏ। ତା’ଛଡ଼ା ଖାଦ୍ୟପେୟରେ ସନ୍ତୁଳନ ନ ରହିଲେ ଲିଭର ସମସ୍ୟା ହୋଇପାରେ, ଯାହାକୁ ଫ୍ୟାଟି ଲିଭର ରୋଗ କୁହାଯାଏ।

ଜେନେଟିକ୍‌ କାରଣ ଓ ମଦ୍ୟପାନ ଯୋଗୁଁ ମଧ୍ୟ ଲିଭର ଖରାପ ହୋଇପାରେ।

ଆଧୁନିକ ଜୀବନଶୈଳୀ ଲିଭର ରୋଗର କାରଣ (Modern Lifestyle Causes Liver Disease in Odia)

ଅଧିକ ତୈଳାକ୍ତ ଖାଦ୍ୟ ଖାଇବା, ବହୁତ ସମୟ ଶୋଇ ରହିବା, କୌଣସି ଶାରୀରିକ କାର୍ଯ୍ୟ ନ କରିବା ଦ୍ୱାରା, କ୍ୟାଲୋରି ଯୁକ୍ତ ଖାଦ୍ୟ ଅଧିକ ଖାଇବା, ମେଦବହୁଳତା, ଉଚ୍ଚତା ଅନୁସାରେ ଓଜନ ଅଧିକ ଯୋଗୁଁ ଫ୍ୟାଟି ଲିଭର ସମସ୍ୟା ହୋଇଥାଏ। କେତେକ କ୍ଷେତ୍ରରେ ବହୁତ ପତଳା ଲୋକଙ୍କର ମଧ୍ୟ ଫ୍ୟାଟି ଲିଭର ସମସ୍ୟା ହୋଇପାରେ। କାରଣ ସେମାନେ ସିନା ପତଳା ଥା’ନ୍ତି ଏବଂ ଓଜନ କମ୍‌ ଥାଏ, ହେଲେ ତାଙ୍କ ଶରୀରରେ କିଛି ଚର୍ବି ବିସେରାଲ ହୋଇ ରହିଛି। ତେଣୁ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେବାକୁ ପଡ଼ିବ।

ଲିଭର ରୋଗର ଜଟିଳତା (Complications of Liver Disease in Odia)

ଯେକୌଣସି ରୋଗକୁ ପ୍ରାଥମିକ ଅବସ୍ଥାରେ ଜାଣି ପାରିଲେ ତାହାର ଚିକିତ୍ସା ସହଜ ଓ ରୋଗୀର ଭଲ ହେବାର ସମ୍ଭାବନା ଅଧିକ। ଲିଭର ରୋଗକୁ ବି ପ୍ରାଥମିକ ଅବସ୍ଥାରେ ଚିହ୍ନିପାରିଲେ, ତାହା ଠିକ୍‌ ହୋଇପାରିବ। ତେଣୁ, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟର ପରୀକ୍ଷା କରିବା ଜରୁରୀ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ଲିଭର ସିରୋସିସ୍‌?

ସ୍ୱାସ୍ଥ୍ୟକର ଖାଦ୍ୟ 

ଲିଭର ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେବା ଜରୁରୀ। ଖାଦ୍ୟରେ ତେଲ ମସଲାଯୁକ୍ତ ଖାଦ୍ୟ, ଚର୍ବି ଯୁକ୍ତ ଖାଦ୍ୟ, କାର୍ବୋହାଇଡ୍ରେଟ୍‌ର ମାତ୍ରାକୁ କମ୍‌ କରିବାକୁ ହେବ।

ସବୁଜ ପନିପରିବା, ଫଳମୂଳ, ସାଲାଡ୍‌କୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ। ଏହାଛଡ଼ା ଦେଶୀ ମାଛ, ଅଲିଭ ତେଲ, ବାଦାମ୍‌, ଲିଭର ପାଇଁ ଭଲ।

ଅଧିକ ଲୁଣ, ଚିନି, ମଇଦା, ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଓ ମଦ୍ୟପାନ ଏବଂ ଧୂମପାନରୁ ନିଜକୁ ଦୂରେଇ ରଖନ୍ତୁ।

କମଳା ଜୁସ୍, ବିଟ୍ ଜୁସ୍, ଗ୍ରୀନ୍ ଟି ଏବଂ କଫି ଲିଭରକୁ ସୁସ୍ଥ ରଖିଥାଏ।

ବ୍ୟାୟାମ୍ କରନ୍ତୁ

ଓଜନକୁ ସନ୍ତୁଳିତ ରଖନ୍ତୁ। ସବୁବେଳେ ଉଚ୍ଚତା ଅନୁସାରେ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। କାରଣ ମୋଟାପଣ ଲିଭର ରୋଗର କାରଣ ହୋଇପାରେ।

ପ୍ରତ୍ୟେକ ଦିନ ୪୫ରୁ ଗୋଟେ ଘଣ୍ଟା ବ୍ୟାୟାମ କରନ୍ତୁ। ଯୋଗ, ପ୍ରାଣାୟାମ, ଏରୋବିକ୍‌, ଯୁମ୍ବା, କାର୍ଡିଓ, ସାଇକେଲ ଚାଳନା ଭଳି ବ୍ୟାୟାମ କରିପାରିବେ। ନଚେତ୍‌ ଦିନକୁ ୩୦ ମିନିଟ୍‌ ଦ୍ରୁତ ଗତିରେ ଚାଲନ୍ତୁ, ଏହାଦ୍ୱାରା ସମ୍ପୂର୍ଣ୍ଣ ଶରୀର ସୁସ୍ଥ ରହିଥାଏ।