ଆଜି ଜୁନ୍‌ ୮, ଓ୍ୱାର୍ଲ୍ଡ ବ୍ରେନ ଟ୍ୟୁମର ଡେ’। ଏହି ରୋଗ ବିଷୟରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିନକୁ ପାଳନ କରାଯାଏ। (Brain Tumour: Symptoms in Odia)

ମଣିଷ ଶରୀରର ଗଠନ ଯେତେ ଜଟିଳ, ଶରୀରର ବିଭିନ୍ନ ଅଙ୍ଗରେ ହେଉଥିବା ରୋଗଗୁଡ଼ିକ ମଧ୍ୟ ସେତିକି ଗମ୍ଭୀର। ଏହିପରି ଏକ ଗମ୍ଭୀର ରୋଗ ହେଉଛି ବ୍ରେନ ଟ୍ୟୁମର। ଏହି ଟ୍ୟୁମର୍ ମଧ୍ୟ ସାଂଘାତିକ ହୋଇପାରେ। ଲୋକଙ୍କୁ ଏହି ରୋଗ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ ୮ ରେ ଓ୍ୱାର୍ଲ୍ଡ ବ୍ରେନ ଟ୍ୟୁମର ଡେ’ ପାଳନ କରାଯାଏ।

ମୁଣ୍ଡବିନ୍ଧା: ବ୍ରେନ ଟ୍ୟୁମର ହେଲେ କିଛି କ୍ଷେତ୍ରରେ ରୋଗୀର ମୁଣ୍ଡ ଅଚାନକ ପ୍ରବଳ ବିନ୍ଧିଥାଏ। ଏପରି ହେଲେ ରୋଗୀ ଅସ୍ତବ୍ୟସ୍ତ ହୋଇପଡ଼େ। ସକାଳୁ ନିଦରୁ ଉଠିବାବେଳକୁ ଏହା ଅଧିକ ହୋଇଥାଏ।

ବେହୋସ ହୋଇଯିବା: ଏହି ରୋଗ ହେଲେ ବ୍ୟକ୍ତିଜଣକ ବେଳେବେଳେ ବେହୋସ ମଧ୍ୟ ହୋଇଯାଇଥାନ୍ତି। ଏହି ସମୟରେ ବ୍ଲାଡର ଉପରେ ତାଙ୍କର ନିୟନ୍ତ୍ରଣ ରହେନାହିଁ। ତେଣୁ ବସିଥିବା ବା ଛିଡ଼ା ହୋଇଥିବା ସ୍ଥାନରେ ପରିସ୍ରା ହୋଇଯାଏ।

ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବା: ବ୍ରେନ ଟ୍ୟୁମର ହେଲେ ବେଳେବେଳେ ପ୍ରାୟ ୩୦ ସେକେଣ୍ଡ ଧରି ରୋଗୀଙ୍କର ଶ୍ୱାସକ୍ରିୟା ବନ୍ଦ ହୋଇଯାଏ। ଏହି ସମୟରେ ତାଙ୍କ ତ୍ୱଚାର ରଙ୍ଗ ଧୂସର, ନୀଳ, ହଳଦିଆ, ଧଳା ଏବଂ ସବୁଜ ପରି ରଙ୍ଗ ଧାରଣ କରେ।

ବ୍ୟକ୍ତିତ୍ୱରେ ପରିବର୍ତ୍ତନ: ବ୍ରେନ ଟ୍ୟୁମର ହେଲେ ରୋଗୀଜଣକର ବ୍ୟକ୍ତିତ୍ୱ ମଧ୍ୟ ପରିବର୍ତ୍ତନ ହୋଇଯାଏ। ସେ ଅନେକ ସମୟରେ ଥକାପଣ ଅନୁଭବ କରିଥାନ୍ତି। ତେଣୁ ଉଦାସ ରହନ୍ତି। ତାଙ୍କୁ ବାରମ୍ବାର ବାନ୍ତି ଲାଗିଥାଏ, ରାତିରେ ନିଦ ନ ହେବା ଇତ୍ୟାଦି ଅନୁଭବ ମଧ୍ୟ ହୁଏ।

ଏହାଛଡ଼ା କଥା କହିବା, ଶୁଣିବାରେ ସମସ୍ୟା ହୁଏ। ସ୍ମୃତି ଶକ୍ତି ଠିକ ରହେନାହିଁ। ଭାବନାତ୍ମକ ଭାବେ ବ୍ୟକ୍ତିଜଣକ ଅଧିକ ଦୁର୍ବଳ ହୋଇଯାନ୍ତି। ସେହିପରି ଖାଦ୍ୟ ଖାଇବାରେ ମଧ୍ୟ ତାଙ୍କୁ ସମସ୍ୟା ହୋଇଥାଏ।

World Brain Tumor Day 2020: All you need to know about the symptoms of brain tumours. Odia Health Tips