ଆଜିକାଲି ହାତଧୋଇବା ପାଇଁ ସାବୁନ ବଦଳରେ ଲୋକମାନେ ସାନିଟାଇଜର ବ୍ୟବହାର କରୁଛନ୍ତି। ସାନିଟାଇଜର କୀଟାଣୁକୁ ହାତରୁ ବାହାର କରିବା ସହିତ ହାତରେ ଏକ ହାଲକା ସୁଗନ୍ଧ ମଧ୍ୟ ରହିଯାଏ। ତେବେ ଏହାକୁ ବାରମ୍ବାର ବ୍ୟବହାର କଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ।

keep your hand clean with sanitizer

-ହ୍ୟାଣ୍ଡ ସାନିଟାଇଜରରେ ଟ୍ରାଇକ୍ଲୋସାନ ନାମକ ଏକ ପ୍ରକାର କେମିକାଲ ଥାଏ, ଯାହାକି ହାତର ଚମଡ଼ାକୁ ଶୁଖିଲା କରିଦିଏ। ଏହାକୁ ଅଧିକ ବ୍ୟବହାର କରିବା ଦ୍ୱାରା ତ୍ୱଚା ମାଧ୍ୟମରେ ଏହା ରକ୍ତରେ ମିଶିଯାଏ। ପରେ ଏହା ମାଂସପେଶୀ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

-ହ୍ୟାଣ୍ଡ ସାନିଟାଇଜରରେ କିଛି ବିଷାକ୍ତ ତତ୍ତ୍ୱ ଏବଂ ବେଞ୍ଜାକ୍ଲୋନିୟମ କ୍ଲୋରାଇଡ ଥାଏ ଯାହାକି କୀଟାଣୁ ଏବଂ ବ୍ୟାକ୍ଟେରିଆକୁ ହାତରୁ ବାହାର କରେ। କିନ୍ତୁ ଏହାକୁ ବାରମ୍ବାର ବ୍ୟବହାର କଲେ ତ୍ୱଚା ଜଳିବା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ହୋଇଥାଏ।

dry and cracked hand

-କିଛି ଲୋକ ହ୍ୟାଣ୍ଡ ସାନିଟାଇଜରକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ହାତ ଫାଟିବା, ଶିଥିଳ ପଡ଼ିଯିବା ଭଳି ସମସ୍ୟାର ସାମ୍ନା ବି କରିଥାନ୍ତି।

-ସାନିଟାଇଜରରେ ବାସ୍ନା ପାଇଁ ଫେଥଲେଟସ ନାମକ ଏକପ୍ରକାର ରସାୟନ ବ୍ୟବହାର କରାଯାଏ। ଯେଉଁ ସାନିଟାଇଜରରେ ଏହାର ମାତ୍ରା ଅଧିକ ଥାଏ ତାହା ଶରୀର ପାଇଁ କ୍ଷତିକାରକ। ଏଭଳି ଅତ୍ୟଧିକ ବାସ୍ନାଯୁକ୍ତ ସାନିଟାଇଜର ଯକୃତ, କିଡନି, ଫୁସଫୁସ ଏବଂ ପ୍ରଜନନ ତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ।

-ସାନିଟାଇଜରରେ ଆଲକୋହଲର ମାତ୍ରା ଖୁବ୍ ଅଧିକ ଥାଏ। ତେଣୁ ଛୋଟ ପିଲାମାନେ ଏହାକୁ ବ୍ୟବହାର କଲେ ସେମାନଙ୍କ ଉପରେ ଅଧିକ କୁପ୍ରଭାବ ପଡ଼ିଥାଏ।

-ସେମାନଙ୍କର ତ୍ୱଚା ଶୁଷ୍କ ହେବା ସହିତ ଚର୍ମ ମଳିନ ପଡ଼ିଯାଏ।

lotion in hand

-କିଛି ଗବେଷଣା ଅନୁସାରେ ସାନିଟାଇଜରର ଅତ୍ୟଧିକ ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ କମାଇଥାଏ।

-ତେଣୁ ସାନିଟାଇଜର ବ୍ୟବହାର କରୁଥିଲେ ରାତିରେ ଶୋଇବା ପୂର୍ବରୁ ହାତରେ କିଛି କ୍ରିମ କିମ୍ବା ମଏଶ୍ଚରାଇଜିଂ ଲୋସନ୍ ନିଶ୍ଚିତ ଭାବେ ଲଗାନ୍ତୁ । ଏହା ହାତର ନମନୀୟତାକୁ ବଜାୟ ରଖିବ।