ପଲ୍ଲବୀ ସାବତ

ପ୍ରସ୍ତୁତ କରନ୍ତୁ ସୁଆଦିଆ, ସ୍ୱାସ୍ଥ୍ୟକର ପୋଦିନା ପତ୍ର, ଭୁର୍ସଙ୍ଗ ପତ୍ର ଓ ଧନିଆ ପତ୍ର ସୁପ୍‌।

ଆବଶ୍ୟକୀୟ ସାମଗ୍ରୀ

  • ପୋଦିନା ପତ୍ର
  • ଭୁର୍ସଙ୍ଗ ପତ୍ର
  • ଧନିଆ ପତ୍ର
  • ତାଳଗୁଡ଼ ମିଶ୍ରି
  • ବିଟ୍‌ ଲୁଣ
  • ଅଦା ଖଣ୍ଡେ
  • ଲେମ୍ବୁ

ଅଧିକ ପଢ଼ନ୍ତୁ: ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସୁପ୍‌

ପ୍ରସ୍ତୁତି ପ୍ରଣାଳୀ

ସମାନ ମାତ୍ରାର ପୋଦିନା ପତ୍ର, ଧନିଆ ପତ୍ର ଓ ଭୁର୍ସଙ୍ଗ ପତ୍ର ନେବେ। ଏହାକୁ ଭଲଭାବରେ ଧୋଇ ମିକ୍ସର ଜାରରେ ନେବେ ଏବଂ ଏଥିରେ ତାଳଗୁଡ଼ ମିଶ୍ରି, ବିଟ୍‌ ଲୁଣ, ଅଦା ଖଣ୍ଡେ, ପାଣି ଅଧ ଗ୍ଲାସ୍‌ ପକାଇ ଭଲ ଭାବରେ ଗ୍ରାଇଡିଂ କରିବେ। ତା’ପରେ ଏକ ପାତ୍ରରେ ଛଣା ସାହାଯ୍ୟରେ ଛାଣିଦିଅନ୍ତୁ। ଏହି ସୁପ୍‌କୁ ଏକ ଗ୍ଲାସ୍‌ରେ ଢାଳନ୍ତୁ ଏବଂ ଏଥିରେ କିଛି ଟୋପା ଲେମ୍ବୁ ରସ ପକାଇ ଦିଅନ୍ତୁ।

ଫାଇଦା

ଏହି ସୁପ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏ, ଭିଟାମିନ୍‌ ସି, ବିଟା କ୍ୟାରେଟିନ୍‌, ଫଲିକ୍‌ ଏସିଡ୍‌, ଜିଙ୍କ୍‌ ଭଳି ଅନେକ ଉପକାରୀ ଭିଟାମିନ୍‌ ରହିଛି।

ଏହି ସୁପ୍‌ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ଫଳରେ ବାହ୍ୟ ସଂକ୍ରମଣରୁ ଶରୀରକୁ ରକ୍ଷା ମିଳିଥାଏ।