ଆପଣ ଜାଣିଛନ୍ତି କି, କରୋନା ଭୂତାଣୁ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିପାରେ। ତେବେ କରୋନା ଭୂତାଣୁ କିଭଳି ମସ୍ତିଷ୍କକୁ ସଂକ୍ରମଣ କରେ? ଏନେଇ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କ’ଣ କହୁଛନ୍ତି ଆସନ୍ତୁ ଜାଣିବା। 

କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ଵରେ ଏକ ବିରାଟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏହି ଭୂତାଣୁ ପାଟି ବା ନାକ ବାଟ ଦେଇ ଫୁସ୍‌ଫୁସ୍‌କୁ ସଂକ୍ରମଣ କରିଥାଏ ଏବଂ ପରବର୍ତ୍ତୀ ଅବସ୍ଥାରେ ଏହି ଭୂତାଣୁ ଶରୀରର ଅନ୍ୟସବୁ ଅଙ୍ଗକୁ ପ୍ରଭାବିତ କରିଥାଏ। ଏହି ଭୂତାଣୁ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିପାରେ।

କରୋନା ଭୂତାଣୁ ଫୁସ୍‌ଫୁସ୍‌ ଦେଇ ମସ୍ତିଷ୍କର କୋଷିକାକୁ ସଂକ୍ରମଣ କରିପାରେ। କେତେକ କ୍ଷେତ୍ରରେ ଏହା ବ୍ରେନ୍‌ ଷ୍ଟ୍ରୋକ୍‌ ବା ପାରାଲିସିସ୍‌ କରିପାରେ।

brain disease

ମସ୍ତିଷ୍କ ରୋଗୀଙ୍କ ପାଇଁ କରୋନା ସତର୍କତା

କରୋନା ଭୂତାଣୁ ଭଳି ମହାମାରୀ ସମୟରେ ମସ୍ତିଷ୍କ ରୋଗୀମାନେ ସତର୍କତା ଅବଲମ୍ବନ କରିବା ଜରୁରୀ। ଯଦି ଜଣେ ମସ୍ତିଷ୍କ ରୋଗୀଙ୍କୁ କରୋନା ସଂକ୍ରମଣ କରେ ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାର ଆଶଙ୍କା ଅଧିକ।

ମସ୍ତିଷ୍କ ରୋଗୀଙ୍କ ଚିକିତ୍ସାରେ ଷ୍ଟେରୋଏଡ୍‌ ଔଷଧର ବ୍ୟବହାର ହୋଇଥାଏ। ଏହା ରୋଗୀଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କମ୍‌ କରିଦେଇଥାଏ। ଯଦି ଉକ୍ତ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୁଏ, ତେବେ ରୋଗ ଅଧିକ ଜଟିଳ ହୋଇପାରେ। ଏଥିପାଇଁ କରୋନା ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବାକୁ ହେବ।

କରୋନାର ମୁକାବିଲା ପାଇଁ ଯାହା ଯାହା ଗାଇଡ୍‌ଲାଇନ୍‌ ରହିଛି, ସେସବୁ ପାଳନ କରିବା ଆବଶ୍ୟକ ରହିଛି। ପରିସ୍କାର ପରିଚ୍ଛନ ରହିବା, ହାତ ଧୋଇବା ଓ ସମାଜିକ ଦୂରତା ଅବଲମ୍ବନ କରିବା ଜରୁରୀ।

କରୋନା ଭାଇରସର ଏକ ମୁଖ୍ୟ ଲକ୍ଷଣ ହେଉଛି ମୁଣ୍ଡ ବିନ୍ଧିବା, ଦେହ ହାତ ବିନ୍ଧା ହେବା। ଏଭଳି କ୍ଷେତ୍ରରେ ନିଜେ କୌଣସି ଔଷଧ ନ ଖାଇ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇବା ଆବଶ୍ୟକତା ରହିଛି।

ବର୍ତ୍ତମାନ ଲୋକେମାନେ କରୋନା ଭୂତାଣୁରୁ ସୁରକ୍ଷିତ ରହିବା ପାଇଁ ଘରେ ରହୁଛନ୍ତି। ଏପରି ପରିସ୍ଥିତିରେ ଲୋକମାନେ ମାନସିକସ୍ତରରେ ଚାପଗ୍ରସ୍ତ ହେବା ଏକ ସାଧାରଣ କଥା।  ଏହି ସମୟରେ ଲୋକେ କରୋନା ଭୂତାଣୁ ସମ୍ପର୍କିତ ଖବର ଦେଖି ମାନସିକ ରୋଗର ଶିକାର ହେଉଛନ୍ତି। ଏଥିପାଇଁ ଲୋକେ ଅଧିକ ଚିନ୍ତାଗ୍ରସ୍ତ ହେଉଛନ୍ତି, ରାତିରେ ନିଦ ହେଉ ନାହିଁ ଭଳି ଲକ୍ଷଣ ଦେଖାଦେଉଛି। ଏଭଳି କ୍ଷେତ୍ରରେ କରୋନା ସମ୍ବନ୍ଧୀୟ ଖବର ଅଧିକ ଦେଖନ୍ତୁ ନାହିଁ। ଆପଣ ଯାହା ଭାବୁଛନ୍ତି ବା ଚିନ୍ତା କରୁଛନ୍ତି ନିଜ ପରିବାର ଓ ବନ୍ଧୁ ପରିଜନଙ୍କ ସହ ସେୟାର କରନ୍ତୁ। ଅଧିକ ମାନସିକ ସମସ୍ୟା ଦେଖାଦେଲେ ମାନସିକ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

The coronavirus has emerged as a major global problem. The virus infects the lungs through the mouth or nose. Did you know that the coronavirus can also affect the brain? How does the coronavirus infect the brain? Let’s find out what neurologist Dr. Subhransu Sekhar Jena says.