ଅଦା ଶରୀର ପାଇଁ ବେଶ୍‌ ଉପଯୋଗୀ। ମେଦ ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ମୁଣ୍ଡବିନ୍ଧା, କାଶ, ଅଳସୁଆପଣ ଦୂର, ଚର୍ବି ହ୍ରାସରେ ସହାୟକ ହୋଇଥାଏ ଅଦା। (Health benefits of Ginger in Odia)

turmeric and grated ginger

ଅଦା ପ୍ରାୟ ସବୁ ସ୍ଥାନରେ ମିଳିଥାଏ। କେବଳ ରୋଷେଇ ଲାଗି ଅଦା ବ୍ୟବହାର ହୋଇ ନ ଥାଏ। ଔଷଧୀୟ ଗୁଣ ଲାଗି ଅଦାର ବହୁଳ ଭାବେ ବ୍ୟବହାର କରାଯାଇଥାଏ। ଅଦାକୁ ଉଭୟ କଞ୍ଚା ଓ ଶୁଖିଲା ଭାବେ ବ୍ୟବହାର କରାଯାଏ। ତେବେ ଆସନ୍ତୁ ଜାଣିବା ଅଦାର ଫାଇଦା ବିଷୟରେ।

ଅଦାର ଔଷଧୀୟ ଗୁଣ (Medicinal Properties of Ginger in Odia)

ଚାଇନାରୁ ଉତ୍ପନ ହୋଇଛି ଅଦା। ଏଥିରେ ଜିଙ୍ଗରୋଲ ନାମକ ଔଷଧୀୟ ପଦାର୍ଥ ରହିଛି। ବହୁ ପୁରାତନ କାଳରୁ ଅଦାକୁ ପାରମ୍ପାରିକ ଔଷଧ ଭାବେ ବ୍ୟବହାର କରାଯାଇ ଆସୁଛି। ଅଦାକୁ ଶୁଖିଲା, ପାଉଡର, ତେଲ ଓ ରସ ଭାବରେ ବ୍ୟବହାର କରାଯାଇଥାଏ ଓ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଏହାକୁ ଅଧିକ ବ୍ୟବହାର କରାଯାଇଥାଏ।

ଅଦା ଭିଟାମିନ୍‌ ଏ, ବି, ସି ଓ ଇର ଉତ୍ତମ ଉତ୍ସ। ଏହାଛଡ଼ା କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗେନସିୟମ୍‌, ଫସ୍‌ଫରସ୍‌, ପୋଟାସିୟମ୍‌, ସୋଡିୟମ୍‌ ଓ ଜିଙ୍କ୍‌ ଭଳି ଖଣିଜପଦାର୍ଥ ଭରି ରହିଛି।

ସ୍ୱାସ୍ଥ୍ୟ ପାଇଁ ଅଦା (Health benefits of Ginger)

ହଜମ କରିବା ପାଇଁ ଅଦା: ଅଦା ପେଟରେ ଥିବା ମାଂସପେଶୀକୁ ଆରମ ଦେଇ ଗ୍ୟାସ୍‌ ଓ ଫୁଲିବା ରୋକିବାରେ ସାହାଯ୍ୟ କରିଥାଏ। ସବୁବେଳେ ବଦ୍‌ହଜମି ଭଳି ସମସ୍ୟା ହେଉଥିଲେ ଖାଇବା ପୂର୍ବରୁ ଗୋଟେ କପ୍‌ ପାଣିରେ ଅଦାକୁ ଛେଚି ପକାଇବେ ଓ ଏଥିରେ ଦୁଇଟି ପୁଦିନା ପତ୍ର ପକାଇବେ। ଏହି ଚା’କୁ ଖାଇବାର ୧୦ ମିନୀୟିଟ୍‌ ପୂର୍ବରୁ ପିଇବେ।

କାଶରୁ ରକ୍ଷା କରିଥାଏ: ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ଇନ୍‌ଫ୍ଲାମେଟୋରୀ ଆଣ୍ଟିମାଇକ୍ରୋବାୟୋଲ ତତ୍ୱରେ ଭରପୂର ଥାଏ ଅଦା। ମୁଣ୍ଡ ବିନ୍ଧା, ବାନ୍ତି, ଥଣ୍ଡା, କଫ ଭଳି ଲକ୍ଷଣ ଥିଲେ ଅଦା ବେଶ୍‌ ଲାଭଦାୟକ। ଅଦା ରସରେ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାବେଳେ ପିଇଲେ କଫ ଦୂର ହୁଏ।

ଆର୍ଥ୍ରାଇଟିସ୍‌ ଯନ୍ତ୍ରଣା ଦୂର କରେ: ଯେହେତୁ ଅଦାରେ ଆଣ୍ଟିଇନ୍‌ଫ୍ଲାମେଟୋରୀ, ଆଣ୍ଟିମାଇକ୍ରୋବାୟୋଲ ତତ୍ୱ ଥାଏ, ଏହା ଯନ୍ତ୍ରଣାକୁ କେତେକାଂଶରେ ଉପଶମ ଦେଇଥାଏ। ଏହା ଅଷ୍ଟିଓଆର୍ଥ୍ରାଇଟିସ୍‌, ରିଉମାଟଏଡ୍‌ ଆର୍ଥ୍ରାଇଟିସ୍‌ ଭଳି ଯନ୍ତ୍ରଣା ଦୂର କରିଥାଏ। ଏଥିପାଇଁ ଖାଦ୍ୟରେ ଅଦା ସାମିଲ କରନ୍ତୁ ଓ ଗାଧୋଇବା ବେଳେ ଜିଞ୍ଜର ତେଲ ମିଶାଇ ଗାଧାନ୍ତୁ।

ଋତୁଚକ୍ର ଯନ୍ତ୍ରଣାରୁ ମୁକ୍ତି ଦିଏ: ମାସିକ ଋତୁଚକ୍ର ଯନ୍ତ୍ରଣାକୁ ଦୂର କରିବା ପାଇଁ ଅଦା ଅଧିକ ଲାଭଦାୟକ। ମାସିକ ଋତୁଚକ୍ରର ପ୍ରଥମ ଦିନରେ ଅଦା ରସ ମିଶ୍ରିତ ଉଷୁମ ପାଣି ପିଇଲେ ଯନ୍ତ୍ରଣା କମ୍‌ ହେବା ସହ ରକ୍ତ ସ୍ରାବ ଠିକ୍‌ ଭାବରେ ହୁଏ।

ରକ୍ତଚାପ ନିୟନ୍ତ୍ରଣ: ଏହି ରୋଗକୁ ଭଲ କରିବାକୁ ଅଦାକୁ ବିଭିନ୍ନ ପ୍ରଣାଳୀରେ ବ୍ୟବହାର କରାଯାଏ। ଅଦାରେ ପୋଟାସିୟମ ଓ ମାଗ୍ନେସିୟମ ଥିବାରୁ ଏହା ହାର୍ଟରେଟ୍ ଓ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥାଏ।

(All You Need to Know About Ginger and Its Health Benefits in Odia.)