ସୁସ୍ଥ ରହିବା ପାଇଁ ହେଲେ ପ୍ରତିଦିନ ବ୍ୟାୟାମ ସହିତ ଡାଏଟ୍ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। କାରଣ ଓଜନ କମ୍ କରିବା ଲାଗି ଏ ଦୁଇଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରିସ୍ଥଳେ ବ୍ୟାୟାମ ପାଇଁ ଆବଶ୍ୟକୀୟ ଖାଦ୍ୟ ସଂପର୍କରେ ଜାଣନ୍ତୁ।

healthy food

ବିଶେଷଜ୍ଞମାନଙ୍କ ଅନୁସାରେ ଓଜନ ହ୍ରାସ କରିବା ପାଇଁ ହେଲେ ବ୍ୟାୟାମ ସହିତ ଡାଏଟ୍ ନିୟନ୍ତ୍ରଣ ଏକାନ୍ତ ଆବଶ୍ୟକ। ଅନେକ ଲୋକ ବ୍ୟାୟାମ ତ କରନ୍ତି, କିନ୍ତୁ ବ୍ୟାୟାମ ପରେ ଏପରି କିଛି ଖାଦ୍ୟ ଖାଇଦିଅନ୍ତି ଯାହାକି ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଏ। ଏହାଦ୍ୱାରା ହୁଏତ ଶରୀର ଦୁର୍ବଳ ହୋଇଯାଏ ନ ହେଲେ ଓଜନ ବଢ଼ିଯାଇଥାଏ। ତେଣୁ ବ୍ୟାୟାମ କରୁଥିଲେ ଖାଦ୍ୟ ଉପରେ ବି ଗୁରୁତ୍ୱ ଦିଅନ୍ତୁ।

hot milk

କ୍ଷୀର: କ୍ଷୀରରେ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଏବଂ କାର୍ବୋହାଇଡ୍ରେଟ୍ ରହିଛି ଯାହାକି ବ୍ୟାୟାମ କରିବା ସମୟରେ ଶରୀରକୁ ସନ୍ତୁଳିତ ରଖେ । ତେବେ କ୍ଷୀରରୁ ସର କାଢ଼ି ପିଇଲେ ଅଧିକ ଉପକାର ମିଳେ।

Peanuts

ବାଦାମ: ପ୍ରୋଟିନ୍, ଫାଇବର ଏବଂ ଭିଟାମିନ୍ ଡି ଯୁକ୍ତ ବାଦାମ ଶରୀର ପାଇଁ ଖୁବ୍ ଉପଯୋଗୀ। ବାଦାମରେ ଥିବା ଆଣ୍ଟିଅକ୍ସିଡାଣ୍ଟ ୱାର୍କଆଉଟ୍ ପରେ ଖୁବ୍ ଶୀଘ୍ର ଶରୀରରେ ଶକ୍ତି ଭରିଥାଏ। ଏହାସହ ଶକ୍ତିର ସ୍ତରକୁ ବୃଦ୍ଧି ପରେ। ହାଇ କୋଲେଷ୍ଟେରୋଲର ଆଶଙ୍କାକୁ ଏହା କମାଏ।

Alsi seeds for health

ଅଳସୀ: ଅଳସୀର ମଞ୍ଜିରେ ଏଭଳି ପୋଷକ ତତ୍ତ୍ୱ ରହିଥାଏ ଯାହାକି ଶରୀରର ଓଜନକୁ କମାଇଥାଏ। ଏଥିରେ ଅଧିକ ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ୍ ଥାଏ। ତେଣୁ ୱାର୍କଆଉଟ୍ ପରେ ତାକୁ ଖାଇଲେ ଶରୀର ଦରଜ ହୁଏନାହିଁ। ଦହି ବା କ୍ଷୀରରେ ଏକ ଚାମଚ ଅଳସୀ ମଞ୍ଜି ମିଶାଇ ଶୋଇବା ପୂର୍ବରୁ ବି ଖାଇପାରିବେ।

egg

ଅଣ୍ଡା: ବ୍ୟାୟାମ କରୁଥିଲେ ଅଣ୍ଡା ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଣ୍ଡାର ହଳଦିଆ ଅଂଶକୁ କାଢ଼ି ପ୍ରତିଦିନ ୨-୩ଟି ଅଣ୍ଡା ନିଶ୍ଚିତ ଭାବେ ଖାଆନ୍ତୁ। ଏଥିରେ ପ୍ରୋଟିନ୍, ଆମିନୋ ଏସିଡ୍, ମିନେରାଲ୍ସ କ୍ୟାଲସିୟମ, ଜିଙ୍କ୍ ଏବଂ ଲୌହ ମଧ୍ୟ ରହିଥାଏ।

palak

ପାଳଙ୍ଗ: ପାଳଙ୍ଗ ଶାଗରେ ଆମିନୋ ଏସିଡ୍ ରହିଥାଏ ଯାହାକି ଶରୀରରେ ଶକ୍ତି ସଞ୍ଚାର କରେ। ଏହା ମଧ୍ୟ ଓଜନ କମାଇବା, ଶକ୍ତିର ସ୍ତରକୁ ବୃଦ୍ଧି କରିଥାଏ।

indian fish fr health

ମାଛ: ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ପ୍ରଚୁର ପରିମାଣରେ ଥାଏ। ଏହାଛଡ଼ା ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଲୌହ ବି ମିଳିଥାଏ। ତେଣୁ ବ୍ୟାୟାମ କରୁଥିଲେ ନିଶ୍ଚିତ ଭାବେ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।