ସାରା ପୃଥିବୀର ସବୁ ଲୋକ କିଛି ନା କିଛି କଥାକୁ ନେଇ ଚିନ୍ତିତ ରହନ୍ତି। ଏପରି ଚିନ୍ତା ସ୍ୱାଭାବିକ। ଏହା ଆମ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଯଦି ଏହି ଚିନ୍ତା ଯୋଗୁ କୌଣସି ଲୋକ ନିଜର ଦୈନନ୍ଦିନ କାମ କରିବାରେ ଅସମର୍ଥ ହୁଅନ୍ତି ତା’ ହେଲେ ତାହା ଚିନ୍ତାଜନକ। ପ୍ରାଥମିକ ଅବସ୍ଥାରେ ଏହି ସମସ୍ୟାକୁ ଚିହ୍ନଟ କରାନଗଲେ ତାହା ଜେନେରାଲାଇଜଡ ଆଙ୍ଗଜାଇଟି ଡିସଅର୍ଡରରେ ପରିଣତ ହୋଇଥାଏ।

depression

କାହିଁକି ହୁଏ: ସବୁ ଲୋକଙ୍କ ଜୀବନରେ କିଛି ଚିନ୍ତାଜନକ କଥା ରହିଥାଏ। ଏହାଛଡ଼ା ସମୟ ସମୟରେ ବ୍ୟକ୍ତିଙ୍କ ଆଗରେ ନିରାଶାଜନକ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏପରିସ୍ଥଳରେ ଯଦି ତାର ମୁକାବିଲା ପାଇଁ ଭୁଲ ରାସ୍ତାକୁ ବାଛିନିଆଯାଏ ତା’ ହେଲେ ତାହା ଜେନେରାଲାଇଜଡ ଆଙ୍ଗଜାଇଟି ସମସ୍ୟାର ରୂପ ନିଏ। ଏହାଦ୍ୱାରା ଲୋକଜଣକ ସମସ୍ୟାର ସମାଧାନ ବିଷୟରେ ଚିନ୍ତା କରିବା ଛାଡ଼ି ଅନାବଶ୍ୟକ ଭାବେ ଚିନ୍ତିତ ରହିଥାଏ।

ପ୍ରମୁଖ ଲକ୍ଷଣ:

-ଅସୁରକ୍ଷାର ଭୟ ଯୋଗୁ ସବୁବେଳେ ଚିନ୍ତିତ ଓ ଉଦାସ ରହିବା

-ଅନିଦ୍ରା ଓ ଖାଦ୍ୟରେ ଅରୁଚି

-ତଣ୍ଟି ଶୁଖିବା ଏବଂ ଗୋଡ଼ହାତ ଥରିବା

-ମୁଣ୍ଡ ବ୍ୟତୀତ ଶରୀରର ଅନ୍ୟାନ୍ୟ ଅଙ୍ଗ ଦରଜ ଲାଗିବା

Yoga and meditation for health

କିଭଳି ରକ୍ଷା ପାଇପାରିବେ:

-ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରନ୍ତୁ, ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ।

-ନିୟମିତ ଭାବେ ଯୋଗ ଓ ବ୍ୟାୟାମ କରନ୍ତୁ।

-ସାମାଜିକ ସକ୍ରିୟତାକୁ ବୃଦ୍ଧି କରନ୍ତୁ।

-ପ୍ରତିଦିନ ଅଧ ଘଣ୍ଟା ନିଜର ରୁଚି ଅନୁସାରେ କାମ କରନ୍ତୁ।

-ଯଦି ଏସବୁ କରିବା ପରେ ମଧ୍ୟ ନିଜ ମନର ଉଦବିଗ୍ନତା କମୁନାହିଁ ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ।

psychotherapy

ଉପଚାର କ’ଣ:

ପ୍ରଥମେ ସାଇକୋ ଡାୟୋଗ୍ନୋଷ୍ଟିକ ପରୀକ୍ଷା ମାଧ୍ୟମରେ ପ୍ରକୃତ ସମସ୍ୟା କ’ଣ ତାହା ଜାଣିବାକୁ ଉଦ୍ୟମ କରାଯାଏ। ଉପଚାର ପାଇଁ ସାଇକୋଥେରାପି, ଫ୍ୟାମିଲି ଥେରାପି ଏବଂ ଡ୍ରଗ ଥେରାପିର ସାହାଯ୍ୟ ନିଆଯାଇଥାଏ। ବ୍ୟକ୍ତିର ମାନସିକ ସ୍ଥିତିକୁ ଲକ୍ଷ୍ୟ କରି ଉପଚାରର ମାଧ୍ୟମ ସଂପର୍କରେ ସ୍ଥିର କରାଯାଏ। ଆବଶ୍ୟକସ୍ଥଳେ ଉପରୋକ୍ତ ୩ ପ୍ରକାର ଚିକିତ୍ସା କରାଯାଏ। ରୋଗୀର ଗମ୍ଭୀରତା, ରୋଗୀର ସ୍ୱଭାବ ଏବଂ ପାରିବାରିକ ପରିସ୍ଥିତି ଉପରେ ରୋଗୀ ସୁସ୍ଥ ହେବା ପାଇଁ କେତେ ସମୟ ଲାଗିବ ତାହା ନିର୍ଭର କରିଥାଏ।