ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

ଏବେ କୋଭିଡର ତୃତୀୟ ଲହର କଥା କୁହାଯାଉଛି। ଆଗାମୀ ଦିନରେ ଛୋଟ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ତେଣୁ ଏହାର ମୁକାବିଲା ଲାଗି ରାଜ୍ୟ ସରକାର କିଭଳି ପ୍ରସ୍ତୁତ ହେଉଛନ୍ତି ସେ ବିଷୟରେ ‘କେତେ ନୂଆ ବାଟ ଅଭିଯାନ’ ସାମିଲ ହୋଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ କିଶୋର ଦାସ।

‘‘ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ତୃତୀୟ ଲହର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛିା ଆମେ ସର୍ବପ୍ରଥମେ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛୁ। ପିଲାଙ୍କ ପାଇଁ ୧୬ ଶହରୁ ଅଧିକ ସାଧାରଣ ଶଯ୍ୟା, ୬୧୦ ଆୟୁସିୟୁ ଶଯ୍ୟା ସଂରକ୍ଷିତ କରିବାକୁ କୁହାଯାଇଛି। ଶିଶୁ ଭବନରେ ଏକ କୋଭିଡ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ ସହିତ ସମସ୍ତ ମେଡିକାଲ କଲେଜରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶାଖା ରଖିବାକୁ କୁହାଯାଇଛି ଏବଂ ଡାକ୍ତର ଏବଂ ନର୍ସଙ୍କୁ ଶିଶୁଙ୍କ ଚିକିତ୍ସା ପାଇଁ ଟ୍ରେନିଂ ଦିଆଯାଉଛିା ପିଲାଙ୍କ ଚିକିତ୍ସା ଲାଗି ଔଷଧ, ଅକ୍ସିଜେନ୍ ମହୁଜଦ ରଖାଯାଇଛି’’, କହିଛନ୍ତି ମନ୍ତ୍ରୀ ନବ କିଶୋର ଦାସ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ତେଣୁ ପିଲାମାନଙ୍କ ଚିକିତ୍ସାରେ କୌଣସି ସମସ୍ୟା ହେବ ନାହିଁ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

kete nua bata_many new paths card

‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।