କୁହାଯାଏ ଗୀତ ଶୁଣିଲେ ମନର ସମସ୍ତ ଦୁଃଖ, ଅବସାଦ ଭୁଲି ହୋଇଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୀତ ଶୁଣିବା ଦ୍ୱାରା ମଣିଷ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ପାଇଥାଏ। ତେବେ କିଭଳି ଗୀତ ମାନସିକ ଚାପ ଦୂର କରିବାରେ ସାହାଯ୍ୟ କରେ ଆସନ୍ତୁ ଜାଣିବା।

music therapy

କାମର ଅଧିକ ଚାପ, ଘରୋଇ କଳି କିମ୍ବା କୌଣସି ଅପ୍ରିତିକର ପରିସ୍ଥିତି ଯୋଗୁଁ ମଣିଷ ଚାପଗ୍ରସ୍ତ ବା ଦୁଃଖୀ ହୋଇଯାଏ। ଏହି ଚାପ ଯୋଗୁଁ ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ଦୁର୍ବଳ ହୋଇପଡ଼େ। ଏହି ଚାପ ଅଧିକ ଦିନ ଧରି ରହିବା ଫଳରେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ। ଏଭଳି କ୍ଷେତ୍ରରେ ମାନସିକ ବିଶେଷଜ୍ଞମାନେ ରୋଗୀଙ୍କୁ ମ୍ୟୁଜିକ୍‌ ଥେରାପି ନେବାକୁ ପରାମର୍ଶ ଦେଇଥା’ନ୍ତି। ମ୍ୟୁଜିକ ଥେରାପି ମାନସିକ ଅବସାଦ ଦୂର କରିବା ସହ ମନକୁ ଶାନ୍ତି ଦେଇଥାଏ।

ମ୍ୟୁଜିକ ଥେରାପି ଦ୍ୱାରା ମାନସିକ ଚାପର ଚିକିତ୍ସା

ବ୍ୟସ୍ତ ବିବ୍ରତ ଥିବା ସମୟରେ ଗୀତ ଶୁଣିବା କିମ୍ବା ଗାଇବା ଫଳରେ ଶାନ୍ତି ମିଳିଥାଏ। ତେଣୁ, ବର୍ତ୍ତମାନ ମାନସିକ ରୋଗୀମାନଙ୍କ ଚିକିତ୍ସା ପାଇଁ ମ୍ୟୁଜିକ ଥେରାପି ପଦ୍ଧତିକୁ ଡାକ୍ତରମାନେ ଗ୍ରହଣ କରୁଛନ୍ତି।

ମ୍ୟୁଜିକ ଥେରାପିରେ ମାନସିକ ରୋଗୀମାନଙ୍କୁ ଅଳ୍ପ ସାଉଣ୍ଡରେ ଗୀତ ଶୁଣିବାକୁ ପରାମର୍ଶ ଦିଆଯାଇଥାଏ। ଗର୍ଭାବସ୍ଥାରେ ଥିବା ସମୟରେ ଅଧିକାଂଶ ମହିଳା ମାନସିକ ଚାପର ଶିକାର ହୋଇଥା’ନ୍ତି। ଏପରି ସ୍ଥଳେ ମ୍ୟୁଜିକ ଥେରାପି ମାଧ୍ୟମରେ ସେମାନଙ୍କର ଚିକିତ୍ସା କରାଯାଇଥାଏ।

music therapy for health

ମ୍ୟୁଜିକ ବାଥ

ଆପଣ ଘରେ ଥିବା ସମୟରେ ବା ଶୋଇଥିବା ବେଳେ କାନରେ ହେଡ ଫୋନ ଲଗାଇ ଗୀତ ଶୁଣିବା ଫଳରେ ଦିନସାରାର ଚିନ୍ତାରୁ ଲାଘବ ମିଳିଥାଏ।

ଆପଣ ଜଗିଂ କରୁଥିବା ବେଳେ ଗୀତ ଶୁଣି ଜଗିଂ କରିପାରିବେ। ଏହା ଫଳରେ ଆପଣଙ୍କ ଚାରିପାଖରେ ଘଟୁଥିବା ଅପ୍ରୀତିକର ପରିସ୍ଥିତିଠାରୁ ନିଜକୁ ଦୂରରେ ରଖି ପାରିବେ।

ବ୍ୟାୟାମ କରୁଥିବା ବେଳେ ଆପଣ ସଙ୍ଗୀତ ଶୁଣିପାରିବେ।

ସମୁଦ୍ରରେ ତରଙ୍ଗର ଶବ୍ଦ, ପକ୍ଷୀଙ୍କ ରାଵ ଏବଂ ସକାଳର ପରିବେଶ ଆମକୁ ମାନସିକ ଶାନ୍ତି ଦେଇଥାଏ। ଏସବୁ ମ୍ୟୁଜିକ ଥେରାପିରେ ପ୍ରଭାବଶାଳୀ ଉପାୟ ଭାବେ କାମ କରିଥାଏ।

ମାନସିକ ଅବସାଦ ଦୂର କରିବା ପାଇଁ ମେଡିସିନ ଏବଂ ଅନ୍ୟାନ୍ୟ ଥେରାପି ଅପେକ୍ଷା ମ୍ୟୁଜିକ ଥେରାପି ବେଶ ପ୍ରଭାବଶାଳୀ।