coronavirus

ଯଦି ଆପଣ ଖାଦ୍ୟର ସ୍ୱାଦ ଜାଣିପାରୁ ନାହାନ୍ତି ଓ ଗନ୍ଧ ବାରି ପାରୁ ନାହାନ୍ତି, ତେବେ ଆପଣ କରୋନା ପରୀକ୍ଷା କରାଇନେବା ଜରୁରୀ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ-୧୯ ବା କରୋନା ଭାଇରସରର ନୂଆ ଲକ୍ଷଣ ଜାରି କରାଯାଇଛି। କରୋନା ସଂକ୍ରମିତ ଲୋକଙ୍କଠାରେ ଗନ୍ଧ ଏବଂ ସ୍ୱାଦ ଅନୁଭବ କରିବାର କ୍ଷମତା ହ୍ରାସ ପାଇଛି। ତେଣୁ ଏହାକୁ ବର୍ତ୍ତମାନ ସଂକ୍ରମଣର ଲକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଛି।

ଜାନୁଆରି ୨୦୨୦ରେ କୋଭିଡ୍ -୧୯ ପରୀକ୍ଷଣ ପାଇଁ ପ୍ରଥମ ମାନଦଣ୍ଡର ସ୍ଥିର କରାଯାଇଥିଲା, ସେତେବେଳେ ଏହାର ଲକ୍ଷଣ ଭାବରେ ଜ୍ୱର, କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ରହିଥିଲା। କରୋନା ଭୂତାଣୁର ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି ଜ୍ୱର, କାଶ, ଥକ୍କାପଣ, ଥଣ୍ଡା, ଗଳା ଯନ୍ତ୍ରଣା।

corona_covid 19 child

ଥଣ୍ଡା ରୋଗ ସୃଷ୍ଟି କରୁଥିବା ଅନ୍ୟ ଯେ କୌଣସି ଭାଇରସ ପରି କରୋନା ଭାଇରସ ଜଣେ ବ୍ୟକ୍ତିଠାରୁ ଅନ୍ୟ ପାଖକୁ ସଂକ୍ରମିତ ହୋଇଥାଏ। ବିଶେଷକରି, ସଂକ୍ରମିତ ବ୍ୟକ୍ତିଙ୍କ ମୁହଁର ଲାଳ, ଛିଙ୍କ, କାଶ, ବା ସିଂଘାଣୀ ମାଧ୍ୟମରେ ଏହା ଅନ୍ୟ ଜଣକ ଶରୀରରେ ପ୍ରବେଶ କରିଥାଏ। କାଶ ବା ଛିଙ୍କ ବେଳେ ସଂକ୍ରମିତ ବ୍ୟକ୍ତିଙ୍କ ପାଟି ଓ ନାକରୁ ବାହାରୁଥିବା ଡ୍ରପଲେଟ୍‌ ଦେଇ କରୋନା ଭାଇରସ ବାହାରକୁ ଆସିଥାଏ।

ସଂକ୍ରମିତ ବ୍ୟକ୍ତି ଯେଉଁ ସବୁ ଜିନିଷ ବ୍ୟବହାର କରନ୍ତି ବା ଯେଉଁ ଜାଗାରେ ହାତ ଲଗାଇଥାନ୍ତି ଜଣେ ସୁସ୍ଥ ବ୍ୟକ୍ତି ସେହି ଜାଗା ଛୁଇଁବା ଫଳରେ କରୋନା ଭାଇରସ ଏଭଳି ପରୋକ୍ଷ ମାଧ୍ୟମ ଦେଇ ଅନ୍ୟ ଜଣକୁ ମଧ୍ୟ ପ୍ରବେଶ କରିପାରେ। କରୋନା ଭାଇରସ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ବିଭିନ୍ନ ଲକ୍ଷଣ ଦେଖାଯାଏ।

କରୋନା ଭାଇରସର ଅନ୍ୟସବୁ ଲକ୍ଷଣ

କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇପାରେ।

ଏହାର ପ୍ରଭାବରେ ଜଣେ ବ୍ୟକ୍ତି ଧଇଁସଇଁ ହେବା ବା ଅମ୍ଳଜାନ ଅଭାବ ଭଳି ଦେଖିବାକୁ ମିଳିଥାଏ।