ମସ୍ତିଷ୍କ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ। ମସ୍ତିଷ୍କକୁ କ୍ଷତି ପହଞ୍ଚିଲେ ବିଚାର, ସ୍ମୃତି, ସମ୍ବେଦନା ଇତ୍ୟାଦି ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ, ଜାଣିବା ମସ୍ତିଷ୍କ ବା ନିଜ ବ୍ରେନ୍‌ର କାର୍ଯ୍ୟକ୍ଷମତା କେମିତି ବୃଦ୍ଧି କରିବେ?

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ 

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ସବୁବେଳେ ସନ୍ତୁଳିତ ଖାଦ୍ୟ, ପ୍ରୋଟିନ୍‌ର ଭରପୂର ଖାଦ୍ୟ ଯେପରିକି ଡାଲି, ଅଣ୍ଡା, ଦୁଗ୍ଧଜାତୀୟ ଖାଦ୍ୟ, ଆଲମଣ୍ଡ, ଚିନାବାଦାମ, ନଟ୍ସ ଖାଇବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ।

ନୂଆ ନୂଆ ସ୍ଥାନ ଭ୍ରମଣ କରନ୍ତୁ  

ନୂଆ ନୂଆ ସ୍ଥାନ ବୁଲିବା ଦ୍ଵାରା ନୂଆ ପରିବେଶ ଏବଂ ନୂତନ ଭାଷା ବିଷୟରେ ଜାଣିବାକୁ ମିଳିଥାଏ। ଏହା ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି କରିଥାଏ।

ଶାନ୍ତ ରହନ୍ତୁ 

ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ଶାନ୍ତ ରହିବା ନିହାତି ଆବଶ୍ୟକ।

ଧ୍ୟାନ ବା ମେଡିଟେସନ୍‌ କରନ୍ତୁ

ଧ୍ୟାନ ବା ମେଡିଟେସନ୍‌ କରିବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହିଥାଏ। ଫଳରେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

କାଲକୁଲେଟର ଓ ଗୁଗଲର ବ୍ୟବହାର କମ୍‌ କରନ୍ତୁ

ଆଜିକାଲି ଡିଜିଟାଲ ଯୁଗ। ସମସ୍ତଙ୍କ ପାଖରେ ଫୋନ୍‌। ଛୋଟ ଛୋଟ ଜିନିଷ ଜାଣିବା ପାଇଁ ଲୋକେ ମୁଣ୍ଡ ନ ଖଟାଇ ଗୁଗଲ ସର୍ଚ୍ଚ କରନ୍ତି। ସେହିଭଳି ଆଜିକାଲି ପିଲାମାନେ ଗଣିତ କଷିବା ବେଳେ ହିସାବ ନ କରି କାଲକୁଲେଟରର ସହଯୋଗ ନେଇଥାଆନ୍ତି, ଯାହାଫଳରେ ତାଙ୍କ ବୁଦ୍ଧି ସୀମିତ ହୋଇ ରହିଯାଏ। ତେଣୁ ବିନା କୌଣସି ଗୁଗଲ ବା କାଲକୁଲେଟରରେ ହିସାବ କରନ୍ତୁ। ଏହାଦ୍ୱାରା ମସ୍ତିଷ୍କର ବ୍ୟବହାର ହେବ ଏବଂ ଏହାର କାର୍ଯ୍ୟଦକ୍ଷତା ବଢ଼ିବ।

ମନେ ରଖିବାକୁ ଚେଷ୍ଟା କରନ୍ତୁ

ଆଗରୁ ଆମେ ଲ୍ୟାଣ୍ଡଲାଇନ୍‌ ନମ୍ବର ମନେ ରଖିପାରୁଥିଲେ କିନ୍ତୁ ଆଜିକାଲି ସ୍ମାର୍ଟଫୋନ୍‌ ଯୁଗରେ ସମସ୍ତେ ସିଧାସଳଖ ମୋବାଇଲରେ ଫୋନ ନମ୍ବର ସେଭ୍‌ କରୁଛନ୍ତି, ଯାହାଦ୍ୱାରା ମସ୍ତିସ୍କ ଆଉ ବ୍ୟବହାର ହେଉନାହିଁ। ତେଣୁ ବର୍ତ୍ତମାନ ସମୟରେ ବି ନିଜ ପରିବାର ଲୋକଙ୍କର ମୋବାଇଲ ନମ୍ବରକୁ ମନେ ରଖନ୍ତୁ। ଏହି ଛୋଟ ଛୋଟ ଅଭ୍ୟାସ ମସ୍ତିସ୍କର କ୍ଷମତାକୁ ବୃଦ୍ଧି କରିଥାଏ।