କୋଭିଡ୍‌ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ଭୟାବହତା ଦେଖାଦେଉଛି। ଭୂତାଣୁ ସଂସ୍ପର୍ଶରେ ଆସିବାର ୨-୧୪ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥାଏ।

କୋଭିଡ୍‌ର କେତେକ ଲକ୍ଷଣ ପୂର୍ବଭଳି ସମାନ ଥିବା ବେଳେ କେତେକ ଲକ୍ଷଣ ଭିନ୍ନ। ଅସୁସ୍ଥ ହେବାର ୩ରୁ ୪ ଦିନ ମଧ୍ୟରେ ଆଣ୍ଟିଜେନ୍‌ କିମ୍ବା ଆର୍‌ଟିପିସିଆର୍‌ ଟେଷ୍ଟ କରାଇନିଅନ୍ତୁ।

କୋଭିଡ୍‌-୧୯ ଲକ୍ଷଣଗୁଡ଼ିକ ଜାଣନ୍ତୁ,

  • ମୁଣ୍ଡ ବିନ୍ଧା
  • ଜ୍ୱର ହେବା
  • ଦୁର୍ବଳ ଲାଗିବା ବା ଅବଶ ଲାଗିବା
  • ସ୍ୱାଦ ଓ ଗନ୍ଧ ବାରି ନ ପାରିବା
  • ଥଣ୍ଡା ହେବା କିମ୍ବା ଜ୍ୱର ସହ ଥଣ୍ଡା ହେବା
  • ନାକରୁ ପାଣି ବୋହିବା
  • ନାକ ଜାମ୍‌ ହେବା
  • କଫ ହେବା
  • ମାଂସପେଶୀ ଘୋଳାବିନ୍ଧା ହେବା
  • ଗଳା ଦରଜ ହେବା
  • ବାନ୍ତି ହେବା
  • ପେଟଜନିତ ସମସ୍ୟା ଯେପରିକି ଝାଡ଼ା ହେବା
  • ଚର୍ମ ଆଲର୍ଜି ଯେପରିକି ଦେହ କୁଣ୍ଡାଇ ହେବା ଓ ଫଳି ଯିବା

ଅଧିକ ପଢ଼ନ୍ତୁ: ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଲେ କ’ଣ କରିବେ?

ଗୁରୁତର ଲକ୍ଷଣ

  • ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା
  • ଛାତିରେ କ୍ରମାଗତ ଯନ୍ତ୍ରଣା ହେବା
  • ଅକ୍ସିମିଟରରେ ଅମ୍ଳଜାନ ସ୍ତର ୯୦ ପ୍ରତିଶତ ତଳକୁ ହେଲେ
  • ମାନସିକ ଦ୍ୱନ୍ଦ୍ଵ ବା ବାଉଳାଚାଉଳ ହେବା ଭଳି ଲାଗିବା
  • ପେଟରେ ଯନ୍ତ୍ରଣା ହୋଇ ବାରମ୍ବାର ବାନ୍ତି ଲାଗିବା

ଏଭଳି ଲକ୍ଷଣ ଦେଖାଗଲେ ଶୀଘ୍ର ଡାକ୍ତରଖାନାରେ ପରାମର୍ଶ କରନ୍ତୁ।

କୋଭିଡ୍‌ ଜନିତ କୌଣସି ବି ଲକ୍ଷଣ ଦେଖାଗଲେ ବା କୋଭିଡ୍‌ ସଂକ୍ରମିତ ହେବା ନେଇ ସନ୍ଦେହ କଲେ ନିଜକୁ ସଙ୍ଗରୋଧରେ ରଖନ୍ତୁ। ଏହାଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ କମ୍‌ କରାଯାଇପାରିବ।