କାହିଁକି ହୁଏ କ୍ୟାନସର। ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Cancer: Symptoms, causes and treatment in Odia)

ଭାରତରେ ପ୍ରତିବର୍ଷ ଏକ ଲକ୍ଷ ଜନସଂଖ୍ୟାରୁ ୭୦-୮୦ ଜଣ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି। ପୁରୁଷଙ୍କଠାରେ ମୁଖ ଗହ୍ୱର କର୍କଟ ଏବଂ ଫୁସଫୁସ କର୍କଟ ଅଧିକ ଦେଖାଯାଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଓ ସର୍ଭାଇକଲ୍ କ୍ୟାନସର ମୃତ୍ୟୁର ପ୍ରମୁଖ କାରଣ ଅଟେ।

କ୍ୟାନସରର ପ୍ରାଥମିକ ଲକ୍ଷଣ (Early symptoms of cancer in Odia)

ସାଧାରଣତଃ କ୍ୟାନ୍‌ସର ସେଲ୍ସ କେଉଁ ଅଙ୍ଗରେ ହୋଇଛି, ସେହି ଅନୁସାରେ ଲକ୍ଷଣ ଭିନ୍ନ ଭିନ୍ନ ଥାଏ।

ସ୍ତନ କର୍କଟର ଲକ୍ଷଣ: ସ୍ତନରେ ଆବୁ ବା ମାଂସପିଣ୍ଡୁଳା କିମ୍ବା ଗୋଟାଳିଆ ଭଳି ହେବା।

ଫୁସ୍‌ଫୁସ୍‌ କର୍କଟ: ଅଧିକ ଦିନ ଧରି କାଶ ହେବା ଏବଂ ଔଷଧ ଖାଇବା ପରେ ବି ଭଲ ହେଉ ନଥିବ କିମ୍ବା କାଶରେ ରକ୍ତ ପଡ଼ିବା ହେଉଛି ଫୁସ୍‌ଫୁସ୍‌ କର୍କଟର ଲକ୍ଷଣ।

ପେଟ କର୍କଟ: ବାରମ୍ବାର ବାନ୍ତି ହେଉଥିଲେ ପେଟ ଜନିତ କର୍କଟର ଆଶଙ୍କା ଥାଏ।

ମୁଖଗହ୍ୱର କର୍କଟ: ପାଟି ଭିତରେ ଘା’ ହେବା ଓ ଏହା ଶୁଖୁ ନଥିବା। ଏହାଛଡ଼ା ଗଳାରେ ଗେଟାଳିଆ ଆକାରର ମାଂସ ପିଣ୍ଡୁଳା ବାହାରିଥିବ ଓ କମୁ ନଥିବ ହେଉଛି ମୁଖ ଗହ୍ଵର କର୍କଟର ଲକ୍ଷଣ।

ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରନ୍ତୁ।

Cancer

କର୍କଟର କାରଣ (Causes of cancer in Odia)

କର୍କଟର ମୁଖ୍ୟ କାରଣ ହେଉଛି ଆମ ଜୀବନଶୈଳୀ। ତମାଖୁ ସେବନ, ମଦ୍ୟପାନ, ଧୁମପାନର ସେବନ ଓ କାର୍ସିନୋଜେନିକ୍‌ କେମିକାଲର ବ୍ୟବହାର ହେଉଛି କର୍କଟର ମୁଖ୍ୟ କାରଣ। କର୍କଟର ଆଉ ଏକ ମୁଖ୍ୟ କାରଣ ହେଉଛି ବଂଶଗତ।

କ୍ୟାନସରର ଚିକିତ୍ସା (Treatment of cancer in Odia)

କର୍କଟ ପାଇଁ ସାଧାରଣତଃ ସର୍ଜରୀ, ରେଡିଓଥେରାପି ଓ କେମୋଥେରାପି ଚିକିତ୍ସା କରାଯାଏ। ଏହାଛଡ଼ା ଆଜିକାଲି ବାୟୋଲୋଜିକାଲ ଥେରାପି, ଇମ୍ୟୁନୋ ଥେରାପି ଓ ହରମୋନାଲ ଥେରାପି ଭଳି ଚିକିତ୍ସା ବ୍ୟବହୃତ ହେଉଛି।

ରେଡିଓଥେରାପି ଚିକିତ୍ସାରେ ସାଧାରଣତଃ ଶରୀରରେ କର୍କଟ ହୋଇଥିବା ସ୍ଥାନରେ ରେଡିଏସନ୍‌ ଦିଆଯାଏ। କେମୋଥେରାପି ହେଉଛି ସାଇକୋଟକ୍ସିକ ଡ୍ରଗ୍ସ। ଏହାକୁ ରୋଗୀଙ୍କ ଶୀରାରେ ଇଞ୍ଜେକ୍ସନ ଜରିଆରେ ଦିଆଯାଏ, ବେଳେ ବେଳେ ଟାବଲେଟ ଆକାରରେ ଦିଆଯାଏ। ଏହି ଟ୍ରଗ୍ସଗୁଡ଼ିକ ଆମ ଶରୀରର କୋଷଗୁଡ଼ିକ ଲାଗି ବହୁତ କ୍ଷତିକାରକ। ଏହା କର୍କଟ କୋଷଗୁଡ଼ିକୁ ମାରିବା ସହ ଅନ୍ୟ କୋଷଗୁଡ଼ିକ ଉପରେ ବି ପ୍ରଭାବ ପକାଇଥାଏ। ଯଦି ଏହି କୋମୋଥେରାପି ଚିକିତ୍ସା ସଠିକ୍‌ ଭାବରେ କରା ନଯାଏ, ତେବେ ରୋଗୀଙ୍କ ଜୀବନ ପ୍ରତି ବିପଦ ଥାଏ।

କ୍ୟାନସର ରୋଗୀର ଯତ୍ନ କିପରି ନେବେ? (How to take care of a cancer patient in Odia)

କ୍ୟାନ୍‌ସର ରୋଗରେ ପୀଡ଼ିତ ଲୋକମାନେ ସାଧାରଣତଃ ଅବସାଦର ଶୀକାର ହୋଇଥା’ନ୍ତି। କ୍ୟାନ୍‌ସର ଚିକିତ୍ସା ପାଇଁ ଯେଉଁ ଅର୍ଥ ଦରକାର ତାହା ଅତ୍ୟଧିକ ଭାବି କର୍କଟ ରୋଗୀମାନେ ଚାପରେ ରହନ୍ତି। ତେଣୁ କ୍ୟାନ୍‌ସର ସୃଷ୍ଟି କରୁଥିବା ଜିନିଷ ଯେପରି ଗୁଟ୍‌ଖା, ପାନ, ସିଗାରେଟ୍‌ ସେବନରୁ ନିବୃତ୍ତ ରହନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on symptoms & treatment of Cancer, based on the interview with Dr. Sanjib Kumar Mishra, Radiation Oncologist.