ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଅନ୍ୟପଟେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନେ ଏହି ମହାମାରୀ କରୋନା ଭାଇରସ ଦ୍ଵାରା ଅଧିକ ଆକ୍ରାନ୍ତ ହେଉଛନ୍ତି। ତେବେ କେତେକ ଖରାପ ଅଭ୍ୟାସ ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତି କମାଇ ଦେଇପାରେ। ସେହି ଖରାପ ଅଭ୍ୟାସଗୁଡ଼ିକ କ’ଣ? ଆସନ୍ତୁ ଜାଣିବା।

୧. ଅଫିସରେ କାମ କରୁଥିବା ବେଳେ କିମ୍ବା ଓ୍ଵାର୍କ ଫ୍ରମ ହୋମ କରୁଥିଲେ ଅତ୍ୟଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଚାପଗ୍ରସ୍ତ ହେଲେ ଆମ ଶରୀରରୁ ଷ୍ଟେରଏଡ ହରମୋନ କ୍ଷରଣ ହୋଇଥାଏ। ଏହି ଷ୍ଟେରଏଡ ହରମୋନ ଅଧିକ କ୍ଷରଣ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ।fit at home during quarantine

୨. ଏହି ସମୟରେ ଘରେ ରହି କେବଳ ଗୋଟିଏ ଯାଗାରେ ବସି ରୁହନ୍ତୁ ନାହିଁ। କିଛି ସମୟ ଅନ୍ତରାଳରେ ଘରେ କୌଣସି ଶାରୀରିକ ପରିଶ୍ରମ କରନ୍ତୁ। ଏହାଦ୍ଵାରା ଶରୀରର ଥିବା କୋଶିକାଗୁଡ଼ିକ ସକ୍ରିୟ ରହିଥାନ୍ତି। ଏହାଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିନଥାଏ।mobile while sleeping

୩. ଅନିଦ୍ରା ରୁହନ୍ତୁ ନାହିଁ। ଘରେ ରହିଥିବା ବେଳେ ଅଧିକା ସମୟ ଟିଭି କିମ୍ବା ମୋବାଇଲ ସହ ବିତାନ୍ତୁ ନାହିଁ। ଅନିଦ୍ରା ରହିଲେ ଶରୀରର କୋଷିକାଗୁଡ଼ିକ ସୁପ୍ତ ହୋଇଯାଆନ୍ତି। ଫଳରେ ଶରୀର କ୍ଲାନ୍ତ ଅନୁଭବ କରିଥାଏ।say no to smoke and drink

୪. ଯଦି ଆପଣ କୌଣସି ମାଦକ ଦ୍ରବ୍ୟ ସେବନ କରୁଛନ୍ତି ତେବେ ଏହାକୁ ତୁରନ୍ତ ଛାଡ଼ିବାକୁ ହେବ। ମଦ, ସିଗାରେଟ ଭଳି ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନେ ଏନେଇ ସଜାଗ ହେବାକୁ ପଡ଼ିବ। ଶରୀରରେ ନିକୋଟିନ ବା ଆଲ୍‌କହଲର ମାତ୍ରା ଅଧିକ ହେଲେ ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା ଯେ ଶରୀରରେ ଆଲ୍‌କହଲର ମାତ୍ରା ଅଧିକା ହେଲେ କରୋନା ସଂକ୍ରମିତ ହେବ ନାହିଁ। ଏଭଳି ଗୁଜବଠାରୁ ଦୂରରେ ରୁହନ୍ତୁ।nail biting

୫. ନଖ କାମୁଡ଼ା ଭଳି ବଦଭ୍ୟାସ ଥିଲେ ଏହାକୁ ଛାଡ଼ନ୍ତୁ। ବାରମ୍ବାର ନଖ କାମୁଡ଼ିଲେ ନଖରେ ଥିବା ବିଭିନ୍ନ ଜୀବାଣୁ ବା ଭୂତାଣୁ ଆମ ଶରୀରରେ ପ୍ରବେଶ କରିପାରେ। ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହାଛଡ଼ା କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ବାରମ୍ବାର ମୁହଁରେ ହାତ ମାରିବାକୁ ବାରଣ କରାଯାଉଛି। ଏହାସହ ନିୟମିତ ସମୟ ବ୍ୟବଧାନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି।