ପୁଷ୍ଟିରେ ଭରପୂର ସୂଆଁ ଚାଉଳ। ଏହା ଏକ ପୁଷ୍ଟି ଶସ୍ୟ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର। ଜାଣନ୍ତୁ, ସୁଆଁ ଚାଉଳରେ ପ୍ରସ୍ତୁତ ଇଡିଲି କେମିତି କରିବେ?

ଦରକାରୀ ଉପକରଣ

ସୁଆଁ ଚାଉଳ – ୫୦୦ ଗ୍ରାମ 

ବିରି          – ୨୫୦ ଗ୍ରାମ 

ଦହି          – ୧୦୦ ଗ୍ରାମ 

ମେଥି        – ୧୦ ରୁ ୧୨ଟି 

ଲୁଣ          – ସ୍ୱାଦ ଅନୁଯାୟୀ 

ଅଧିକ ପଢ଼ନ୍ତୁ: ପୋଷଣରେ ଭରପୂର ଦହି ଭାତ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ପ୍ରସ୍ତୁତି ପ୍ରାଣାଳୀ

  • ବିରିକୁ ପାଣିରେ ଭଲଭାବରେ ଧୋଇ ଦିଅନ୍ତୁ। 
  • ମେଥିକୁ ସେହି ଧୁଆ ବିରି ସହ ମିଶାନ୍ତୁ ଏବଂ ୪ ଘଣ୍ଟା ବତୁରିବା ପାଇଁ ଛାଡ଼ନ୍ତୁ। 
  • ସୁଆଁ ଚାଉଳକୁ ମଧ୍ୟ ପାଣିରେ ଭଲଭାବରେ ଧୋଇଦିଅନ୍ତୁ ଏବଂ ୪ ଘଣ୍ଟା ବତୁରାଇ ରଖି ଏହାକୁ ବାଟନ୍ତୁ। 
  • ବତୁରିଥିବା ବିରି ଓ ମେଥିକୁ ବାଟନ୍ତୁ, ଏଥିରେ ବଟା ସୁଆଁ ମିଶାଇ ଆଣ ହାଲକା ହେବା ପର୍ଯ୍ୟନ୍ତ ଗୋଳାଇ ୪ ଘଣ୍ଟା ଛାଡ଼ିଦିଅନ୍ତୁ। 
  • ଇଡ଼ିଲି ନରମ ହେବାପାଇଁ ଏବେ ଏଥିରେ ଦହି ଓ ଲୁଣ ମିଶାଇ ପୁଣି ୩୦ ମିନିଟ୍ ପାଇଁ ରଖି ଦିଅନ୍ତୁ। 
  • ଏହି ଆମକୁ ଏବେ ଇଡ଼ିଲି ଛାଂଚରେ ଢ଼ାଳନ୍ତୁ ଏବଂ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ। 
  • ପ୍ରସ୍ତୁତ ସୁଆଁ ଇଡ଼ିଲିକୁ ସମ୍ବର ବା ଚଟଣି ସହ ପରଶି ପାରିବେ। 

ସୌଜନ୍ୟ: ଓଡ଼ିଶା ମିଲେଟ୍ସ ମିଶନ୍