ପିଠି ବ୍ରଣ ସମସ୍ୟା ପ୍ରାୟତଃ ସମସ୍ତଙ୍କ ନିକଟରେ ଦେଖାଯାଏ। କେହି କେହି ଏହାକୁ କାଠ ବ୍ରଣ ମଧ୍ୟ କହିଥାଆନ୍ତି। କେମିତି କରିବା ପିଠି ବ୍ରଣର ଉପଚାର ଆସନ୍ତୁ ଜାଣିବା।

back acne

ବ୍ରଣ ନାମ ଶୁଣିବା ମାତ୍ରକେ ସମସ୍ତେ ପ୍ରାୟ ଚିନ୍ତିତ ହୋଇଯାଆନ୍ତି। ବ୍ରଣ ହେବା ବର୍ତ୍ତମାନର ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ମୁହଁରେ ବ୍ରଣ ବାବଦରେ ଆପଣମାନେ ଜାଣିଥିବେ। କିନ୍ତୁ ପିଠିରେ ବା ପଛପଟେ ବ୍ରଣ ବିଷୟରେ ଅନେକଙ୍କୁ ଜଣାନାହିଁ। ମୁହଁର ବ୍ରଣ ଭଳି ଏହା ଲାଲି ଏବଂ କଳା ଦେଖାଯାଏ। ପିଠିରେ ବ୍ରଣ ହେଲେ ଆମେ ଦେଖିପାରିନଥାଉ। କିନ୍ତୁ ଏହା ବେଶ ଯନ୍ତ୍ରଣାଦାୟକ ଏବଂ ପୀଡ଼ିତ ବ୍ୟକ୍ତି ଅସହଜ ମନେ କରନ୍ତି।

ଶରୀରର କେତେକ ଆଭ୍ୟନ୍ତରୀଣ ପରିବର୍ତ୍ତନ ଏବଂ ହରମୋନ ଅସନ୍ତୁଳନ କାରଣରୁ ପିଠିରେ ବ୍ରଣ ବାହାରିଥାଏ। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ମଧ୍ୟ ପିଠିରେ ବ୍ରଣ ହୋଇଥାଏ। ପିଠିରେ ବ୍ରଣ ହେବା କାରଣରୁ ପୋଷାକ ପିନ୍ଧିବାରେ ଅସୁବିଧା ହୋଇଥାଏ। ପିଠିର ତଳ ଭାଗ ପର୍ଯ୍ୟନ୍ତ ହାତ ନ ପାଇବା କାରଣରୁ ମେଡିସିନ ମଧ୍ୟ ଲଗାଇ ହୁଏ ନାହିଁ।

apple cider vinegar

ଆପଲ୍ ସାଇଡର ଭିନେଗାର ବ୍ୟବହାର କରନ୍ତୁ

ଚର୍ମ ସମ୍ବନ୍ଧୀୟ ଯେକୌଣସି ସମସ୍ୟାରେ ଆପଲ୍ ସାଇଡର ଭିନେଗାର ଔଷଧ ପରି କାମ କରେ ଏବଂ ଅନ୍ୟ ଘରୋଇ ଉପଚାର ଅପେକ୍ଷା ଏହା ତ୍ୱରିତ ପ୍ରଭାବ ପକାଇଥାଏ। ଆପଲ୍ ସାଇଡର ଭିନେଗାର ପିଇବା ଦ୍ୱାରା ଶରୀର ଭିତର ଡିଟକ୍ସିଫାଇ ହୋଇଥାଏ ଏବଂ ଏହା କେବଳ ସ୍ୱଚ୍ଛ ଚର୍ମ ପାଇଁ ନୁହେଁ ବରଂ ଯକୃତର ଚିକିତ୍ସା ପାଇଁ ମଧ୍ୟ ସାହାଯ୍ୟ କରିଥାଏ।

ଆପଲ୍ ସାଇଡର ଭିନେଗାର ଚର୍ମର pHକୁ ନିୟନ୍ତ୍ରଣ କରିବା ସହ ପିମ୍ପଲ ଏବଂ ଦାଗ ସଫା କରିବାରେ ସାହାଯ୍ୟ କରେ। ଗୋଟିଏ ପାତ୍ରରେ ଦୁଇ-ତିନି ଟେବୁଲ ଚାମଚ ଆପଲ୍ ସାଇଡର ଭିନେଗାର ରଖନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହାକୁ ପିଠିରେ ଲଗାନ୍ତୁ। ଆପଣ ଏକ ଗ୍ଲାସ ପାଣି ସହ ଏକ ଚାମଚ ଆପଲ୍ ସାଇଡର ଭିନେଗାର ମିଶାଇ ପ୍ରତିଦିନ ପିଇବା ଫଳରେ ପିଠି ବ୍ରଣରୁ ମୁକ୍ତି ମିଳିଥାଏ।

bathing

ଗାଧୋଇବାର ଶୈଳୀ ପରିବର୍ତ୍ତନ କରନ୍ତୁ

ସଠିକ ଭାବରେ ନ ଗାଧୋଇବା କାରଣରୁ ପିଠିରେ ବ୍ରଣ ହୋଇଥାଏ। ପଛପଟକୁ ହାତ ନ ପହଞ୍ଚିବା ହେତୁ ପିଠି ଭଲ ଭାବରେ ସଫା ହୋଇପାରେ ନାହିଁ। ଫଳରେ ଦେହରେ ମଇଳା ଜମି ରହି ବ୍ରଣ ବାହାରିଥାଏ।

ଗାଧୋଇବାବେଳେ ସର୍ବଦା ପ୍ରଥମେ କେଶ ଧୋଇ ଦିଅନ୍ତୁ। କେଶ ଶୁଖିବା ପର୍ଯ୍ୟନ୍ତ କିଛି ସମୟ ଟାୱେଲରେ ଗୁଡ଼ାଇ ରଖନ୍ତୁ। ପରେ ସଂପୂର୍ଣ୍ଣ ଭାବରେ ଗାଧୋଇବାକୁ ଯାଆନ୍ତୁ। କେଶ ଧୋଇବାବେଳେ, ମୁଣ୍ଡରୁ ରୁପି ଭଳି ମୃତ ଚର୍ମ ଆମ ପିଠିରେ ପଡେ ଏବଂ ସେସବୁ ଆମ ପିଠିରେ ଲାଗି ରହିଯାଆନ୍ତି। ସିଲିକନ ମୁକ୍ତ ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରନ୍ତୁ।

body soap

ଉପଯୁକ୍ତ ସାବୁନ କିମ୍ବା ବଡି ଓ୍ଵାସ ବ୍ୟବହାର କରନ୍ତୁ

ଉପଯୁକ୍ତ ଔଷଧୀୟ ସାବୁନ କିମ୍ବା ବଡି ଓ୍ଵାସ ବ୍ୟବହାର କରନ୍ତୁ। ଔଷଧୀୟ ସାବୁନରେ ସାଲିସିଲିକ ଏସିଡ ଥାଏ ଯାହା ବ୍ରଣର ଜଳାପୋଡ଼ାକୁ କମ କରିଥାଏ। ସାୱାର ଜେଲଗୁଡ଼ିକରେ ଥିବା ଇପ୍ସୋମ ଲୁଣ ବ୍ରଣର ତେଲିଆ ପ୍ୟାଚ ଶୁଖାଇବା ଏବଂ ଜଳାପୋଡ଼ା କମ କରିବା ପାଇଁ ଏକ ଭଲ ମାଧ୍ୟମ ହୋଇଥାଏ।

କାମ ପରେ ନିଜକୁ ସଫା କରନ୍ତୁ

କାମ କରିବା ସମୟରେ ଶରୀରରୁ ଅଧିକ ଝାଳ ବାହାରିଥାଏ। ଶରୀରରେ ଅଧିକ ସମୟ ଝାଳ ପୋଷାକ ପିନ୍ଧି ରହିବା କାରଣରୁ ବ୍ରଣ ହୋଇଥାଏ। ଜିମ୍ ପୋଷାକଗୁଡ଼ିକ ସିନ୍ଥେଟିକ ପଦାର୍ଥରେ ତିଆରି ହୋଇଥାଏ ଯାହା ଅଧିକ ସମୟ ଝାଳ ଧରି ରଖିପାରେ। ଝାଳ ଲାଗି ରହିବା ଯୋଗୁଁ ପିଠିରେ ବ୍ରଣ ହୋଇଥାଏ।

how to bath

ଅଧିକ ସ୍କ୍ରବ କରନ୍ତୁ ନାହିଁ

ବିଶେଷ କରି ପିଠିର ଚର୍ମ ଅଧିକ ଟାଣ ହୋଇନଥାଏ। ବାରମ୍ବାର ପିଠିକୁ ଜୋରରେ ଘଷିବା ଫଳରେ ପିଠିରେ ବ୍ରଣ ହୋଇଯାଏ। ତେଣୁ ସପ୍ତାହକୁ ୨ ଥର ପିଠି ସ୍କ୍ରବ କରନ୍ତୁ।

clean your bed

ପ୍ରତିଦିନ ବେଡସିଟ ସଫା କରନ୍ତୁ

ଚର୍ମ ସହିତ ସଂସ୍ପର୍ଶରେ ଆସୁଥିବା ବେଡସିଟ, ତଉଲିଆ, ଅନ୍ତବସ୍ତ୍ର ଏବଂ ନିୟମିତ ପୋଷାକ ମଧ୍ୟ ସଫା କରନ୍ତୁ। ଦେହରେ ତେଲ ଲଗାଇବା ଫଳରେ ସେସବୁ ବେଡସିଟରେ ଲାଗିଯାଏ। ପିଠିରେ ସେହି ତେଲ ଲାଗିବା ଫଳରେ ପିଠି ବ୍ରଣ ହୋଇଥାଏ। ବେଡସିଟରେ ଧୂଳି ଲାଗିଥିବା କାରଣରୁ ପିଠି ବ୍ରଣ ହେବାର ସମ୍ଭାବନା ଅଧିକ ଥାଏ।

drinking water

ପ୍ରଚୁର ପାଣି ପିଅନ୍ତୁ

ପ୍ରଚୁର ମାତ୍ରାରେ ପାଣି ପିଇବା ଫଳରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ। ଅତ୍ୟଧିକ ପାଣି ପିଇବା ଯୋଗୁଁ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଝାଳ ଆକାରରେ ବାହାରକୁ ବାହାରିଥାଏ। ପ୍ରତିଦିନ ଆବଶ୍ୟକ ପରିମାଣର ପାଣି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ଭାବରେ ହୁଏ ଏବଂ ବ୍ରଣ ହେବାର ଆଶଙ୍କା ନଥାଏ।