କରୋନା ଭାଇରସ୍‌ (କୋଭିଡ୍‌-୧୯)ର ଲକ୍ଷଣ ବିଷୟରେ ଜାଣନ୍ତୁ ଡାକ୍ତର ନିରୋଜ କୁମାର ମିଶ୍ରଙ୍କ ମୁହଁରୁ।

dr niroj mishra

ଚୀନରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ପ୍ରତିଷେଧକ ବାହାରି ନଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ହଁ ସଚେତନ ହେବା ଦ୍ୱାରା ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ। ତେବେ କରୋନାର ଲକ୍ଷଣ ଦେଖାଗଲେ ତୁରନ୍ତ ୧୦୪କୁ ଫୋନ୍‌ କରି ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରନ୍ତୁ।

 

କରୋନା ଭାଇରସ (କୋଭିଡ୍‌-୧୯)ର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର, କାଶ ଓ ଧଇଁସଇଁ ଲାଗିବା। କିନ୍ତୁ ବେଳେ ବେଳେ କରୋନା ଭୂତାଣୁର ଲକ୍ଷଣ ସାମାନ୍ୟ ଥଣ୍ଡା ଭଳି ଥାଏ ଯେପରିକି ନାକ ଚୁଁଟି ହେଲା ଭଳି ଲାଗିବା, ଥଣ୍ଟି ଦରଜ ହେବା ଓ ଦେହ ହାତରେ ସାମାନ୍ୟ ଯନ୍ତ୍ରଣା ହେବା। ସବୁ ଭୂତାଣୁ ସଂକ୍ରମିତ ରୋଗର ଲକ୍ଷଣ ଏକାଭଳି। ମାତ୍ର ୪ ପ୍ରତିଶତ ବ୍ୟକ୍ତିଙ୍କଠାରେ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ଯେପର୍ଯ୍ୟନ୍ତ ସ୍ୱତନ୍ତ୍ର ପରୀକ୍ଷା କରାଯାଇ ନାହିଁ, ସେ ପର୍ଯ୍ୟନ୍ତ କହିହେବନି କି ରୋଗୀ କରୋନା ଭାଇରସ(କୋଭିଡ୍-୧୯)ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ।

ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକ ବା ବୃଦ୍ଧଙ୍କୁ କରୋନା ସଂକ୍ରମଣର ଆଶଙ୍କା ଅଧିକ। ଏହାଛଡ଼ା ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ଶ୍ୱାସ, କିଡ୍‌ନି ରୋଗୀଙ୍କୁ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି।

corona ku darana

 

ରୋଗୀର ନାକ ଏବଂ ତଣ୍ଟିରୁ ସ୍ୱାବ୍ ନେଇ କରୋନା ଭୂତାଣୁର ପରୀକ୍ଷା କରାଯାଇଥାଏ। ସାଧାରଣ ଥଣ୍ଡା, ଜ୍ୱର ହେଲେ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ନିମୋନିଆ ହୁଏ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ ତାହେଲେ ପରୀକ୍ଷା କରିବା ଦରକାର। କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ। ସରକାର ମାଗଣାରେ କରୋନା ପରୀକ୍ଷା ଏବଂ ଚିକିତ୍ସା କରୁଛନ୍ତି। ଡାକ୍ତର ନିରୋଜ କୁମାର ମିଶ୍ରଙ୍କ କହିବାନୁଯାୟୀ, ଭୟ କରିବାର କିଛି ନାହିଁ, କରୋନା ଭୂତାଣୁରେ ସୁସ୍ଥ ହେବାର ସମ୍ଭାବନା ଅଧିକ।