ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

kete nua bata_audio episode_6th
  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା’
  • ଅଗଷ୍ଟ ୧, ରବିବାର ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେ
  • ଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ

କରୋନା ମହାମାରୀ କାଳରେ ସମସ୍ତେ ପ୍ରଭାବିତ ହୋଇଛନ୍ତି। ଗତଦେଢ଼ ବର୍ଷ ହେଲା ଏହି ମହାମାରୀ ଜନ ଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ବିଶେଷକରି ଏ ସମୟରେ ସାନ ସାନ ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ପ୍ରଭାବ ପକାଇଛି କରୋନା। ଏଭଳି ଜଟିଳ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥାକୁ ନିରନ୍ତର ରଖିବା ପାଇଁ ବିଭିନ୍ନ ବିକଳ୍ପ ମଧ୍ୟ ଖୋଜା ଚାଲିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟରେ ପ୍ରସଙ୍ଗ ରହିଛି ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା’।

କୋଭିଡ୍ ମହାମାରୀ ବେଳେ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ଜାରି ରହିଛି। ‘ମୋ କଲେଜ୍‌’ ଅଭିଯାନ ଏହାର ନଲେଜ୍‌ ପାର୍ଟନର ରହିଛି।

KNB Audio Episode Poster_30th July

ଏହି କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅଡିଓ ସିରିଜର ଷଷ୍ଠ ଅଧ୍ୟାୟ ଅଗଷ୍ଟ ୧, ରବିବାର ସକାଳ ୧୦ଟାରେ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ଦିନ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରଣ ହେବ। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯିବ।ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ୟୁନିସେଫ୍‌ ଓଡ଼ିଶାର ଏଜୁକେସନ ସ୍ପେଶାଲିଷ୍ଟ ଲଳିତା ପଟ୍ଟନାୟକ, ଭୁବନେଶ୍ଵର ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇଟିଇଆଇ)ର ଅଧ୍ୟକ୍ଷା ଲିପିକା ସାହୁ, କଟକ ଜିଲ୍ଲାରୁ ଜଣେ ଅଙ୍ଗନବାଡ଼ି କର୍ମୀ ନୟନା ସ୍ଵାଇଁ, କନ୍ଧମାଳର ଯୁବ ସ୍ଵେଚ୍ଛାସେବୀ ରାଧିକା ପ୍ରଧାନ ଏବଂ ଓଲିଉଡ୍ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ସାମିଲ ହୋଇଛନ୍ତି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ‘କେତେ ନୂଆ ବାଟ’ ସିଜିନ ୨। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ରେଡିଓ ଧାରାବାହିକରେ ଏହାର ଉପସ୍ଥାପନା କରୁଥିବା ବେଳେ ତାଙ୍କର ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜ ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ୧୧ଟାରେ ରେଡିଓ ଚକଲେଟ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ପ୍ରସାରଣ କରାଯାଉଛି।

ଅଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଫେସବୁକରେ ଭିଡିଓ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।