ହାଇପର ଥାଇରଏଡିଜମ୍‌ ରୋଗର ପ୍ରକାର, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ଅଭୟ କୁମାର ସାହୁ କ’ଣ କହୁଛନ୍ତି? ଆସନ୍ତୁ ଜାଣିବା। (Hyperthyroidism PROBLEM: TYPES, SYMPTOMS AND TREATMENT IN ODIA)

ଥାଇରଏଡ୍‌ ଗ୍ରନ୍ଥି ଆମ ଶରୀରର ବେକରେ ଥାଏ। ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ ଉପରେ ନିର୍ଭର କରିଥାଏ। ଆମର ମୁଣ୍ଡର କେଶରୁ ନେଇକି ଗୋଡ଼ର ନଖ ପର୍ଯ୍ୟନ୍ତ ସବୁ କିଛି ନା କିଛି ମାତ୍ରାରେ ଥାଇରଏଡ୍‌ ହରମୋନ୍‌ ଉପରେ ନିର୍ଭର କରିଥାଏ। ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଥାଇରଏଡ୍ ରୋଗ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳିଥାଏ। ଏହା ଏକ ଅଟୋ-ଇମ୍ୟୁନ୍‌ ରୋଗ।

ଆସନ୍ତୁ ଜାଣିବା ଥାଇରଏଡ୍‌ ଯୋଗୁଁ କେଉଁ ପ୍ରକାରର ରୋଗ ହୋଇଥାଏ, ଏହି ରୋଗର ଲକ୍ଷଣ ସବୁ କ’ଣ?

ଥାଇରଏଡ୍‌ କାରଣରୁ ଦୁଇ ପ୍ରକାର ରୋଗ ହୋଇଥାଏ।

ହାଇପୋ ଥାଇରଏଡିଜମ୍‌ –  ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ କମ୍‌ କ୍ଷରଣ ହେଲେ, ତାହାକୁ ହାଇପୋ ଥାଇରଏଡିଜମ୍‌ କୁହାଯାଏ।

ହାଇପର ଥାଇରଏଡିଜମ୍‌ –  ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ ଅଧିକ କ୍ଷରଣ ହେଲେ ତାହାକୁ ହଇପର ଥାଇରଏଡିଜମ୍‌ ବୋଲି କହିବା।

ଥାଇରଏଡ୍‌ ରୋଗ ହାଇପୋ ହେଉବା ହାଇପର ଏହା ପ୍ରାୟତଃ ପୁରୁଷଙ୍କ ଅପେକ୍ଷା ଝିଅଙ୍କଠାରେ ଅଧିକ ଦେଖାଯାଏ।

ହାଇପର ଥାଇରଏଡିଜମ୍‌ର ଲକ୍ଷଣ (Symptoms of Hyperthyroidism in Odia)

  • ଓଜନ କମିଯିବା
  • ପ୍ରବଳ ଭୋକ ଲାଗିବା
  • ଯଥେଷ୍ଟ ଖାଦ୍ୟ ଖାଇଲେ ମଧ୍ୟ ଓଜନ କମି କମି ଯାଏ
  • ଝାଳ ବୋହିବ, ଶୀତଦିନରେ ବି ଅତ୍ୟଧିକ ଝାଳ ବୋହିବା
  • ଦିନକୁ ୫ରୁ ୭ଥର ଝାଡ଼ା ହେବ
  • ଅନେକଙ୍କର ଆଖିର ଆକାର ବଢ଼ିଯାଏ
  • ଚିଡ୍‌ଚିଡ଼ା ଲାଗିବା
  • ଛୋଟ ଛୋଟ କଥାରେ ରାଗିଯିବା
  • ହାତ ଗୋଡ଼ ଥରିବା ଭଳି ଲକ୍ଷଣ ଦେଖାଦିଏ

ଏସବୁ ଲକ୍ଷଣ ହେଉଛି ହାଇପର ଥାଇରଏଡିଜମ୍‌ର ଲକ୍ଷଣ।

ହାଇପର ଥାଇରଏଡିଜମ୍‌ ଚିକିତ୍ସା (Treatment of Hyperthyroidism in Odia)

ହାଇପର ଥାଇରଏଡିଜମ୍‌ରେ ବି T3, T4, TSH ପରୀକ୍ଷା କରାଯାଏ। ଏଥିରେ T3, T4 ବଢ଼ିଯିବ ଓ TSH କମିଯିବ। ବର୍ତ୍ତମାନ ହାଇପର ଥାଇରଏଡ୍‌ ରୋଗ ପାଇଁ ଥାଇରଏଡ୍‌ ଗ୍ରନ୍ଥି ସ୍କାନ କରି ବିଭିନ୍ନ ପ୍ରକାରର ଥାଇରଏଡ୍‌ ରୋଗ ବିଷୟରେ ଜଣାପଡ଼େ।

ହାଇପର ଥାଇରଏଡିଜମ୍‌ ଔଷଧ ଜୀବନସାରା ଖାଇବାକୁ ପଡ଼େ ନାହିଁ। ସାଧାରଣତଃ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ଔଷଧ ଖାଇଲେ ହାଇପର ଥାଇରଏଡିଜମ୍‌ ଠିକ୍‌ ହେବାର ସମ୍ଭାବନା ଥାଏ। କିନ୍ତୁ କିଛି ଲୋକଙ୍କର ଔଷଧ ଖାଇବା ପରେ ବି ହାଇପର ଥାଇରଏଡ୍‌ ଠିକ୍‌ ହୁଏ ନାହିଁ। ଏଭଳି କ୍ଷେତ୍ରରେ ରେଡିଓ ଆୟୋଡିନ୍‌ ଥେରାପି ଦିଆଯାଏ।

ଯଦି ଜଣେ ମହିଳା ଗର୍ଭବତୀ ଅଛନ୍ତି ତେବେ ତାଙ୍କୁ ରେଡିଓ ଆୟୋଡିନ୍‌ ଦିଆଯାଏ ନାହିଁ। ଏହାଛଡ଼ା ଜଣେ ବ୍ୟକ୍ତିଙ୍କର ଗଳଗଣ୍ଡର ଆକାର ବଡ଼ ଅଛି ତେବେ ରେଡିଓ ଆୟୋଡିନ୍‌ ନ ଦିଆଯାଇ ସର୍ଜରୀ କରି ଗ୍ରନ୍ଥିର ୯୦ ପ୍ରତିଶତ କାଢ଼ି ଦିଆଯାଏ। କିଛି ଲୋକଙ୍କର ପୂରା ଗ୍ରନ୍ଥି କଢ଼ାଯାଏ। ଯାହା ଫଳରେ ହାଇପୋ ଥାଇରଏଡ୍‌ ଠିକ୍‌ ହୋଇଯାଏ। ଏହାପରେ ବ୍ୟକ୍ତିଙ୍କୁ ଥାଇରଏଡ୍‌ ହରମୋନ୍‌ ଔଷଧ ଦିଆଯାଏ। ଫଳରେ ରୋଗୀ ଜୀବନସାରା ସୁସ୍ଥ ରହିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅଭୟ କୁମାର ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, symptoms and treatment of Hyperthyroidism, based on the interview with Professor Dr. Abhay Kumar Sahoo, Senior Consultant, Endocrinology.