ପଲ୍ଲବୀ ସାବତ

କୋଭିଡ୍‌ର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଭୟାନକ ହେଲାଣି। ଏଥିରୁ ରକ୍ଷା ପାଇବାକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ଏଥିପାଇଁ ପ୍ରସ୍ତୁତ କରି ପିଅନ୍ତୁ କାଢ଼ା। ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକୀୟ ସାମଗ୍ରୀ

  • ପାଣି
  • ତାଳଗୁଡ଼
  • ଅଦା
  • ଡାଳଚିନ, ଲବଙ୍ଗ, ଗୁଜରାତି ଓ ଗୋଲମରିଚ ଗୁଣ୍ଡ
  • ଗିଲୋୟର ଡାଳ

କାଢ଼ା ପ୍ରସ୍ତୁତି ପ୍ରଣାଳୀ

ଏକ ବଡ଼ ପାତ୍ରକୁ ଗ୍ୟାସ୍‌ ଉପରେ ରଖନ୍ତୁ। ଏଥିରେ ଆବଶ୍ୟକ ଅନୁଯାୟୀ ପାଣି ନିଅନ୍ତୁ ଏବଂ ଗ୍ୟାସ୍‌ ଚୁଲାକୁ ଲଗାନ୍ତୁ। ତା’ପରେ ସେଥିରେ ତାଳଗୁଡ଼ ମିଶ୍ରି ଓ ଅଦା ଛେଚା ପକାନ୍ତୁ। କିଛି ସମୟ ଫୁଟିଲା ପରେ ଏଥିରେ ଡାଲଚିନି, ଲବଙ୍ଗ, ଗୁଜରାତି ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହାପରେ ଗିଲୋୟ ଡାଳ ପକାଇ ୧୦ ମିନିଟ୍‌ ପାଇଁ ଫୁଟାନ୍ତୁ। ତା’ପରେ ଗ୍ୟାସ୍‌ ବନ୍ଦ କରି ପ୍ରସ୍ତୁତ କାଢ଼ାକୁ ଘୋଡ଼ାଇ ଦିଅନ୍ତୁ।

ଏହାକୁ ରାତିରେ ପ୍ରସ୍ତୁତ କରିବେ ଏବଂ ତା’ପରିଦିନ ସକାଳୁ ଉଠି ବ୍ରସ୍‌ କରିସାରିବା ପରେ ପୁଣି ଗରମ କରି ଗୋଟେ ଗ୍ଲାସ୍‌ରେ ଛାଣି ଦିଅନ୍ତୁ। ଏହାପରେ ଉଷୁମ ଉଷୁମ ପିଅନ୍ତୁ।

ନିୟମିତ କାଢ଼ା ପିଇବା ଦ୍ୱାରା ସାମାନ୍ୟ ଥଣ୍ଡା, ଜ୍ୱର, କାଶ ହେବ ନାହିଁ।