ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

କରୋନା ଭାଇରସ ଯେକୌଣସି ବୟସ ବର୍ଗର ଲୋକଙ୍କୁ ସଂକ୍ରମିତ କରିପାରେ। କିନ୍ତୁ ଏପର୍ଯ୍ୟନ୍ତ ପିଲାମାନଙ୍କ କ୍ଷେତ୍ରରେ କରୋନା ଭାଇରସ ବ୍ୟାପିବା ଘଟଣା କମ୍‌ ରହିଛି। ଥଣ୍ଡା, କାଶ, ଛିଙ୍କ ହେଉଥିଲେ ଏହା ଯେ କରୋନା ତାହା କହିବା ମଧ୍ୟ ଠିକ ନୁହେଁ। ଏହା ସାଧାରଣ ଥଣ୍ଡା, କାଶ, ଛିଙ୍କ ବି ହୋଇପାରେ। ତଥାପି ଯଦି ପିଲାଙ୍କୁ ଏହି ଭାଇରସରୁ କେମିତି ସୁରକ୍ଷିତ ରଖିବେ ତାହା ଜାଣିବା ଜରୁରୀ। ତେବେ ଆସନ୍ତୁ ଜାଣିବା ପିଲାଙ୍କ ଯତ୍ନ ପାଇଁ କ’ଣ କରିବେ?

swasthyaplus corona

– ପିଲାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରଖନ୍ତୁ।

– ଖେଳିଲା ବୁଲିଲା ବେଳେ ବିଶେଷ ଧ୍ୟାନ ଦିଅନ୍ତୁ।

– ବାରମ୍ବାର ହାତ ଧୋଇବାକୁ କହନ୍ତୁ।  ହାତ ଧୋଇବାର ସଠିକ ପ୍ରକ୍ରିୟା ମଧ୍ୟ ଶିଖାନ୍ତୁ। ଯାହାଦ୍ୱାରା ଆପଣଙ୍କ ପିଲା ଭାଇରସରୁ ରକ୍ଷା ପାଇପାରିବ।

– ଯଦି ଆପଣଙ୍କର ପିଲାଙ୍କଠାରେ କିଛି ଲକ୍ଷଣ ଦେଖାଯାଉଛି ଡାକ୍ତରଙ୍କ ପରାମର୍ଶ ନେବା ସହ ନିଜ ପିଲାଙ୍କୁ ଘରେ ଭଲ ଭାବରେ ବିଶ୍ରାମ ଦିଅନ୍ତୁ।

– ପିଲାଙ୍କୁ ପରିଷ୍କାର ପରିଚ୍ଛନତା ଉପରେ ଭଲ ଶିକ୍ଷା ଦିଅନ୍ତୁ। କାଶିଲା ବେଳେ ବା ଛିଙ୍କିଲା ବେଳେ ଟିସ୍ୟୁ ପେପର ବ୍ୟବହାର କରିବାକୁ କହନ୍ତୁ।

– ପିଲାଙ୍କଠାରେ ଅଧିକ ଦିନ ଧରି ଥଣ୍ଡା, କାଶ, ଛିଙ୍କ, ଜ୍ୱର ଦେଖାଗଲେ ସର୍ବ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

– ଶ୍ୱାସକ୍ରିୟା ସଂକ୍ରମଣ ପରି ପିଲାଙ୍କର ଅନ୍ୟ ସମସ୍ୟା ଅଛି ତେବେ ଶୀଘ୍ର ଯତ୍ନ ନିଅନ୍ତୁ ଏବଂ ସର୍ବସାଧାରଣ ସ୍ଥାନକୁ ବାରଣ କରନ୍ତୁ।